ବେଆଇନ କରତକଳ ଉପରେ ଚଢଉ, ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ ଜବତ

Published By : Prameya-News7 Bureau | September 21, 2021 IST

ବାଲିପାଟଣା, ୨୧।୦୯ : ବେଆଇନ କରତ କଳ ଉପରେ ଚଢଉ । ରାଜଧାନୀ ଉପକଣ୍ଠ ବାଲିଅନ୍ତା ଥାନା ହୀରାପୁର ଗ୍ରାମରେ ଥିବା ଏକ ବେଆଇନ୍ କରତକଳ ଉପରେ ମଙ୍ଗଳବାର ସକାଳେ  ଚଢଉ କରାଯାଇଛି ।

ଭିଜିଲାନ୍ସ ଏବଂ ବନ ବିଭାଗ ପକ୍ଷରୁ ଏହି ଚଢାଉ କରାଯାଇଛି । ଘଟଣା ସ୍ଥଳରେ ୨ ପ୍ଲାଟୁନ୍ ପୋଲିସ୍ ଫୋର୍ସ ମୁତୟନ କରାଯାଇଛି । ଚଢ଼ଉରେ କରତ କଳର ଲକ୍ଷାଧିକ ଟଙ୍କାର ଯନ୍ତ୍ରାଶଂ , ଦାମୀ କାଠ ଜବତ କରାଯାଇଛି ।ତେବେ ଦୀର୍ଘଦିନ ଧରି ହୀରାପୁର ଗ୍ରାମରେ ଏହି କରତକଳ ବେଆଇନ ଭାବେ ଚାଲିଥିଲା ବୋଲି ଜଣାପଡିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.