କରଞ୍ଜିଆ ଅଞ୍ଚଳରେ ଗୋଠଛଡା ଦନ୍ତା ଆତଙ୍କ : ଭାଙ୍ଗିଲା ଘର, ନଷ୍ଟ କଲା ଫସଲ

Published By : Prameya-News7 Bureau | January 25, 2022 IST

କରଞ୍ଜିଆ, ୨୫/୦୧: ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଉପଖଣ୍ଡ ଠାକୁରମୁଣ୍ଡା ରେଞ୍ଜ ଅଞ୍ଚଳରେ ମାତିଛି ଗୋଠଛଡା ଦନ୍ତା। ସୋମବାର ବିଳମ୍ବିତ ରାତିରେ ଠାକୁରମୁଣ୍ଡା ରେଞ୍ଜ ଅଧୀନରେ ଥିବା  ପଣସଡିହା, ଦାନୁଆବାଲିପୋଷି ଗାଁରେ ଏହି ଗୋଠଛଡା ଦନ୍ତା ପଶି ୪ଟି ଘର ଭାଙ୍ଗିବା ସହିତ ବ୍ୟାପକ କ୍ଷୟକ୍ଷତି କରିଛି  ।

ହାତୀଟି ପନିପରିବା ଚାଷ ନଷ୍ଟ କରିବା ସହିତ ଅନ୍ୟ ସାମଗ୍ରୀ ମଧ୍ୟ ନଷ୍ଟ କରିଛି। ଠାକୁରମୁଣ୍ଡା ରେଞ୍ଜରେ ଏହି ଗୋଠଛଡା ଦନ୍ତା ପାଇଁ ୪୦ ରୁ ଉର୍ଦ୍ଧ୍ବ ଗାଁ ଲୋକେ ଆତଙ୍କିତ ଅବସ୍ଥାରେ ରହିଛନ୍ତି। ସେପଟେ କରଞ୍ଜିଆ ରେଞ୍ଜ କୁଜିଆମ ଜଙ୍ଗଲରେ ୮ଟି ହାତୀପଲ ଥିବା ବନ ବିଭାଗ ପକ୍ଷରୁ ସୂଚନା ମିଳିଛି  । ବନ ବିଭାଗ ସମସ୍ତ ହାତୀଙ୍କ ଘଉଡାଇବା ପାଇଁ ଉଦ୍ୟମ ଜାରି ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.