ଅଭିନେତ୍ରୀ ହେବା ପାଇଁ ଉତ୍ତରାଖଣ୍ଡରୁ ମୁମ୍ବାଇ ଆସିଥିବା ଯୁବତୀଙ୍କ ସହ ଗଣ ଦୁଷ୍କର୍ମ, ଅଡୁଆରେ ଅଭିନେତା ଓ ନିର୍ମାତା

Published By : Prameya-News7 Bureau | June 07, 2019 IST

ମୁମ୍ବାଇ୭|୬: ଫିଲ୍ମ ନିର୍ମାତା କରନ ୱାହି ଓ ଗୀତିକାର ଏମ୍‌ ଏସ୍‌ ନାଗରଙ୍କ ବିରୋଧରେ ଉତ୍ତରାଖଣ୍ଡର ଜଣେ ୨୨ ବର୍ଷ ବୟସ୍କ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ ହୋଇଛି । ପୀଡିତା ଅଭିନେତ୍ରୀ ହେବା ସ୍ବପ୍ନ ନେଇ ଉତ୍ତରାଖଣ୍ଡରୁ ମୁମ୍ବାଇ ଆସିଥିଲେ। ଘଟଣା ଚାରକୋପ ପୋଲିସ ଥାନା ଅଂଚଳରେ ହୋଇଛି। ଚାରକୋପ ଥାନାରେ ନେଇ ଏକ ମାମଲା ରୁଜ୍ଜୁ ହୋଇଛି ।

ପୋଲିସଙ୍କ ଅନୁସାରେ ପୀଡିତା ନିଜ ବନ୍ଧୁଙ୍କ ମାଧ୍ୟମରେ ଫିଲ୍ମ ନିର୍ମାତା କରନ ୱାହି ଓ ଏମ୍‌ ଏସ୍‌ ନାଗରଙ୍କ ସହ ଦେଖା ହୋଇଥିଲେ। ଉଭୟ ନିଜ ଫିଲ୍ମ ପାଇଁ ଜଣେ ଅଭିନେତ୍ରୀ  ଖୋଜୁଥିଲେ।

ପିଡୀତା ଯୁବତୀ ଅଭିଯୋଗ କରିଛନ୍ତି ଯେ, କିଛି ଦିନ ତଳେ କରନ ୱାହି ତାଙ୍କୁ ଚାରକୋପ ସ୍ଥିତ ତାଙ୍କ ଫ୍ଲାଟ୍‌କୁ ନିମନ୍ତ୍ରଣ କରିଥିଲେ। ସେଠାରେ କରନଙ୍କ ସହ ଏମ୍‌ ଏସ୍‌ ନାଗର ମଧ୍ୟ ଉପସ୍ଥିତ ଥିଲେ। ପିଡୀତା ବହୁତ ସୁନ୍ଦରୀ  ଓ ସେ ଫିମ୍ଲରେ ହୀରୋଇନ ହେବା ଲାଗି ଯୋଗ୍ୟ ବୋଲି ଉଭୟେ ତାଙ୍କୁ କହିଥିଲେ ।

 କିଛି ସମୟର କଥାବାର୍ତ୍ତା ପରେ କରନ ତାଙ୍କୁ କୋଲଡ୍ରିଙ୍କସ୍‌ ପିଇବାକୁ ଦେଇଥିଲେ । ତେବେ ଏଥିରେ ବେହୋସ ହେବାର ଔଷଧ ମିଶାଯାଇଥିଲା । ଫଳରେ ସେ ବେହୋସ ହୋଇଯାଇଥିଲେ । ଏହାର ଫାଇଦା ଉଠାଇ କରନ ଓ ନାଗର ତାଙ୍କୁ ଦୁଷ୍କର୍ମ କରିଥିଲେ। ସେ ବେହୋସ ଥିବାବେଳେ ମଧ୍ୟ ତାଙ୍କ ସହ ଯାହା ଘଟୁଥିଲା ସେ ଟିକେ ଟିକେ ଜାଣିପାରୁଥିଲେ ବୋଲି  ପୀଡିତା ପୋଲିସକୁ କହିଛନ୍ତି।


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.