Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ହରିୟାଣା : ଚଳନ୍ତା କାର ଉପରେ ଓଲଟି ପଡିଲା କଣ୍ଟେନର, ୩ ମୃତ
  • ||
  • ଅଷ୍ଟ୍ରେଲିଆକୁ ଆଉ ଏକ ଝଟକା, ଷ୍ଟାର୍କ ଆହତ, ପ୍ରଥମ ଟି୨୦ରୁ ପଡିବେ ବାଦ୍ !
  • ||
  • ବରଗଡ : ଟ୍ରକ୍‌ ସହ ଧକ୍କା ହେଲା ବରଯାତ୍ରୀ ବୋଲେରୋ, ୩ ମୃତ, ୪ ଗୁରୁତର
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୫୫ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜଧାନୀରୁ ପୁଣି ବ୍ରାଉନସୁଗାର ଜବତ, ୪ ଗିରଫ
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୪୩୪ କରୋନା ସଂକ୍ରମିତ, ୩୨୦୦୧୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ନୂଆଦିଲ୍ଲୀ : MDH ମସଲାର ପ୍ରତିଷ୍ଠାତା ଧର୍ମପାଲ ଗୁଲାଟୀଙ୍କ ପରଲୋକ
  • ||
  • ଗୋପ : ଜୀବନ ଯୁଦ୍ଧରେ ହାରିଗଲେ କରୋନା ଯୋଦ୍ଧା, କୋଭିଡ୍ ପଜିଟିଭ୍ ହୋଇ ଶେଷ ନିଶ୍ୱାସ ତ୍ୟାଗ କଲେ ଏଏସଆଇ
  • ||
  • ସୋର : ଘରେ ପଶିଲେ ଦୁର୍ବୃତ୍ତ, ବାପ-ପୁଅଙ୍କୁ ଗୋଡାଇ ଗୋଡାଇ ହାଣିଲେ
  • ||
  • କୋରାପୁଟ : ମିଳିଲାନି ଜାମିନ୍, ନିଜ ବେକ କାଟିଦେଲେ କଏଦୀ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||

ଏହି ଟିଭି ଅଭିନେତ୍ରୀଙ୍କୁ ପୁଣି ପସନ୍ଦ କରିଲେ କରନ ସିଂହ ଗ୍ରୋଭର, କରିପାରନ୍ତି ଚତୁର୍ଥ ବିବାହ

9/01/2019 at 4:35 PM

ମୁମ୍ବାଇ୯|୧: ଟେଲିଭିଜନ ଇଣ୍ଡଷ୍ଟ୍ରିରେ ହେଣ୍ଡସମ ମ୍ୟାନ ଭାବେ ଜଣା ଶୁଣା କରନ ସିଂହ ଗ୍ରୋଭର ଆଜିକାଲି ଖୁବ କମ ଦେଖିବାକୁ ମିଳୁଛନ୍ତି। କରନ ତାଙ୍କ କ୍ୟାରିଅର “ଦିଲ ମିଲ ଗଏ” ଧାରାବାହିକରୁ ଆରମ୍ଭ କରିଥିଲେ। ତାଙ୍କ ଅଭିନୟରୁ ସେ ଅନେକ ଲୋକପ୍ରିୟତା ହାସଲ କରିଛନ୍ତି। ବଲିଉଡର ବ୍ଲାକ ବିଉଟି ବିପାଶାଙ୍କୁ କରନ ତୃତୀୟ ବିବାହ କରିଛନ୍ତି।
 କରନଙ୍କ ପ୍ରଥମ ବିବାହ ୨୦୦୮ ମସିହାରେ ଶ୍ରଦ୍ଧା ନିଗମଙ୍କ ସହ ହୋଇଥିଲା। କିଛି କାରଣରୁ ୨୦୦୯ ମସିହାରେ ଉଭୟଙ୍କ ମଧ୍ୟରେ ଛାଡପତ୍ର ହୋଇଥିଲା। ଟେଲିଭିଜନ ଇଣ୍ଡଷ୍ଟ୍ରିର ଚର୍ଚ୍ଚିତ ଅଭିନେତ୍ରୀ ଜେନିଫର ୱିଙ୍ଗଗେଟଙ୍କୁ କରନ ୨୦୧୨ ମସିହାରେ ଦ୍ୱିତିୟ ବିବାହ କରିଥିଲେ। ୨ବର୍ଷ ପରେ ଉଭୟଙ୍କ ବିବାହ ବିଛେଦ ହୋଇଥିଲା।

ଛାଡପତ୍ରର କିଛି ଦିନପରେ ପୁଣି କରନ ଜେନିଫରଙ୍କ ଜୀବନକୁ ଫେରିବାକୁ ଚାହୁଁଥିଲେ ବୋଲି ଆଲୋଚନା ହେଉଥିଲା। କିଛି ଦିନ ହେବ କରନ ଓ ଜେନିଫରଙ୍କୁ ମଧ୍ୟ ଏକାଠି ବୁଲିବା ଦେଖା ଯାଇଥିଲା। ଏହା ପରେ ଉଭୟଙ୍କ ରିଲେସନଶିପକୁ ନେଇ ଚର୍ଚ୍ଚା ହୋଇଥିଲା।

 କିନ୍ତୁ ଜେନିଫର ତାଙ୍କ ବକ୍ତବ୍ୟରେ କହିଥିଲେ ଯେ, କରନଙ୍କ ସହ ତାଙ୍କର ଏବେ କିଛି ସଂମ୍ପର୍କ ନାହିଁ। ଆଗକୁ ମଧ୍ୟ ଏହି ସଂମ୍ପର୍କର କିଛି ଭବିଷ୍ୟତ ନାହିଁ। କାରଣ ବିଶ୍ୱାସଘାତ କରିଥିବା ଲୋକଙ୍କ ପାଇଁ ତାଙ୍କ ଜୀବନରେ କୌଣସି ଜାଗା ନାହିଁ। ସୁଚନାଯୋଗ୍ୟ ଯେ ଜେନିଫର ଏବେ ଟେଲିଭିଜନ ଅଭିନେତା ହର୍ଷଦ ଚୋପଡାଙ୍କୁ ଡେଟ କରୁଛନ୍ତି।
ହେଲେ ବିପାସାଙ୍କ ପରେ କରନ ଯଦି ୪ର୍ଥ ଥର କାହାକୁ ବାହା ହୁଅନ୍ତି ସେହି ଟେଲିଭିଜନ ଅଭିନେତ୍ରୀ ହେଉଛନ୍ତି ଜେନିଫର ୱିଙ୍ଗଗେଟ। କାରଣ ଏବେ ବି କରନ ତାଙ୍କୁ ଭୁଲି ପାରିନାହାଁନ୍ତି ।

 

   Related Posts