Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : STF ପଞ୍ଝାରେ ବ୍ରାଉନସୁଗାର ବେପାରୀ, ୧କୋଟିରୁ ଅଧିକ ଟଙ୍କାର ଧଳାଜହର ଜବତ
  • ||
  • କଳାହାଣ୍ଡି : ମହାଲିଙ୍ଗ୍ ସନସାଇନ୍ ପବ୍ଲିକ୍ ସ୍କୁଲରେ ପ୍ରଶାସନର ତଦନ୍ତ, କାଗଜପତ୍ର ଯାଞ୍ଚ ସହ ଆୟବ୍ୟୟ ଅଟକଳର ଚାଲିଛି ଖୋଳତାଡ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୨୪ କୋଭିଡ୍ ପଜିଟିଭ୍
  • ||
  • ଟି୨୦ ବିଶ୍ୱକପ : ସୁପର-୧୨ରେ ଶ୍ରୀଲଙ୍କା, ୭୦ରନରେ ଆୟରଲ୍ୟାଣ୍ଡକୁ ଦେଲା ମାତ୍
  • ||
  • +୩ରେ ଲକ୍ଷେ ସିଟ୍ ଖାଲି, ଗୁରୁବାର ସ୍ପଟ୍ ଆଡମିଶନ ପାଇଁ ଆବେଦନ
  • ||
  • ରାଜ୍ୟରେ ଖରାଟିଆ ପାଗ, ୨୩ ସୁଦ୍ଧା ଫେରିଯିବ ମୌସୁମୀ
  • ||
  • ରାଜଧାନୀରେ ରହିବନି ମୁକୁଳା ଡ୍ରେନ୍ : ଦୁଇ ପାର୍ଶ୍ୱରେ ଲାଗିବ ତାରଜାଲି, ସମ୍ପ୍ରସାରଣ ହେବ ସଙ୍କୁଚିତ ନାଳ
  • ||

ଜାମିନ ପରେ ପତ୍ନୀଙ୍କ ଉପରେ ଅଭିଯୋଗ ଆଣିଲେ କରନ: କହିଲେ ନିଜ ମୁଣ୍ଡକୁ କାନ୍ଥରେ ପିଟିଥିଲେ

1/06/2021 at 4:46 PM

ନୂଆଦିଲ୍ଲୀ ୦୧/୦୬: ଟିଭି ସିରିଏଲ ‘ୟେ ରିସ୍ତା କ୍ୟା କେହଲତା ହେ’ ଫେମ୍ ଅଭିନେତା କରନ ମେହେରାଙ୍କୁ ମୁମ୍ବାଇ ପୋଲିସ ଗିରଫ କରିଥିଲା। ଏହି ଅଭିନେତାଙ୍କ ଉପରେ ତାଙ୍କ ପତ୍ନୀ ନିଶା ଘରୋଇ ହିଂସାର ଅଭିଯୋଗ କରିଥିଲେ, ଯାହା ପରେ ପୋଲିସ କରନଙ୍କୁ ତାଙ୍କ ହେପାଜତକୁ ନେଇଥିଲା। ତେବେ ବର୍ତ୍ତମାନ ଅଭିନେତାଙ୍କୁ ଜାମିନ ମିଳିଯାଇଛି। ଅଭିନେତା ଗିରଫ ହେବା ପରେ ସମସ୍ତେ ଜାଣିବାକୁ ଚାହିଁଥିଲେ ଯେ ଦୁହିଁଙ୍କ ମଧ୍ୟରେ କ’ଣ ଘଟିଥିଲା ଯାହାକୁ ନେଇ ଏତେ ସବୁ ହୋଇଗଲା। ଏଥି ସହିତ, ବର୍ତ୍ତମାନ କରନ ଏହି ସମଗ୍ର ବିଷୟ ଉପରେ ନୀରବତା ଭାଙ୍ଗିଛନ୍ତି।

PunjabKesari

ଜାମିନରେ ଆସିବା ପରେ ଅଭିନେତା କହିଛନ୍ତି ଯେ ତାଙ୍କ ପତ୍ନୀ ତାଙ୍କୁ ଧମକ ଦେଇଥିଲେ ଏବଂ ନିଜ ମୁଣ୍ଡକୁ କାନ୍ଥରେ ପିଟି ଆଘାତ କରି ତାଙ୍କୁ ଫସେଇ ଥିଲେ । ଅଭିନେତା କହିଛନ୍ତି, ‘ଅତ୍ୟନ୍ତ ଦୁଃଖଦାୟକ ଯେ ଏତେ ବର୍ଷର ପରିଶ୍ରମ, ଏତେ ବର୍ଷର ବିବାହରେ ଏପରି କିଛି ହେବା । ଗତ ଏକ ମାସ ଧରି ମଧ୍ୟରେ କିଛି ଭଲ ହେଉନଥିଲା। ମୁଁ ଭାବୁଥିଲି ଆମେ ଅଲଗା ହୋଇଯିବା ଉଚିତ କି ଅନ୍ୟ କଣ କରିବା ଉଚିତ, ତେଣୁ ମୁଁ ସବୁକିଛି ଠିକ୍ କରିବାକୁ ଚେଷ୍ଟା କରୁଥିଲି ।

କରନ କହିଛନ୍ତି, ‘ନିଶାଙ୍କ ଭାଇ ରୋହିତ ସେଠିୟା ମଧ୍ୟ ସବୁକିଛି ଠିକ୍ କରିବାକୁ ଆସିଥିଲେ। ନିଶା ଏବଂ ତାଙ୍କ ଭାଇ ଆଲିମନୀ ଏମାଉଣ୍ଟ ଦାବି କରିଥିଲେ କିନ୍ତୁ ଏହା ଅତ୍ୟଧିକ ଥିଲା । ମୁଁ କହିଲି ଏହା ମୋ ପାଇଁ ସମ୍ଭବ ନୁହେଁ। ଗତକାଲି ରାତିରେ ମଧ୍ୟ ଆଲିମନୀ ବିଷୟରେ ଆଲୋଚନା ହୋଇଥିଲା। ଯେତେବେଳେ ସେ ରାତି ପ୍ରାୟ ୧୦ ଟା ସମୟରେ ମୋ ପାଖକୁ ଆସିଥିଲେ, ମୁଁ ତାଙ୍କୁ କହିଥିଲି ଯେ ଏହା ମୋ ପାଇଁ ସମ୍ଭବ ନୁହେଁ । ଏହା ଉପରେ ସେ କହିଥିଲେ ଯେ ତୁମେମାନେ ଏହାକୁ ଆଇନଗତ କର, ତା’ପରେ ମୁଁ ଏହା ମଧ୍ୟ କହିଥିଲି ଯେ ଆଇନଗତ ହିଁ କରିବା ।

PunjabKesari

ଅଭିନେତା ଆହୁରି କହିଛନ୍ତି, ‘ଏହା ପରେ ମୁଁ ରୁମକୁ ଆସି ମୋ ମା’ ସହିତ କଥାହେଉଥିଲି । ତା’ପରେ ନିଶା ଭିତରକୁ ଆସି ମୋତେ, ମୋର ବାପା-ମାଙ୍କୁ ଏବଂ ମୋ ଭାଇଙ୍କୁ ଦୁର୍ବ୍ୟବହାର କରିବାକୁ ଲାଗିଥିଲେଲେ । ସେ ଜୋରରେ ପାଟି କରିବାକୁ ଲାଗିଲେ। ନିଶା ମଧ୍ୟ ମୋ ଉପରେ ଛେପ ପକାଇଥିଲେ, ମୁଁ ନିଶାଙ୍କୁ ବାହାରକୁ ଯିବାକୁ କହିଲି ତାପରେ ସେ ମୋତେ ଧମକ ଦେଇ କହିଲେ ଦେଖ ବର୍ତ୍ତମାନ ମୁଁ କଣ କରୁଛି ଏବଂ ତା’ପରେ ବାହାରକୁ ଚାଲିଗଲେ । ନିଶା କାନ୍ଥରେ ତାଙ୍କ ମୁଣ୍ଡକୁ ନିଜେ ଆଘାତ କରି ସମସ୍ତଙ୍କୁ କହିଥିଲେ ଯେ କରନ ମାରିଛନ୍ତି । ‘

କରନ କହିଛନ୍ତି, ‘ନିଶାଙ୍କ ଭାଇ ମୋ ଉପରେ ହାତ ଉଠାଇଥିଲେ। ସେ ମୋତେ ଚାପୁଡ଼ା ମଧ୍ୟ ମାରିଥିଲେ। ମୁଁ ତାଙ୍କୁ କ୍ୟାମେରା ଯାଞ୍ଚ କରିବାକୁ କହିଥିଲି କିନ୍ତୁ ତାହା ପୂର୍ବରୁ କ୍ୟାମେରା ବନ୍ଦଥିଲା ସେ ଭିଡିଓ ରେକର୍ଡିଂ କରିବା ଆରମ୍ଭ କରି ପୋଲିସକୁ ଡାକିଥିଲେ। କିନ୍ତୁ ପୋଲିସ ମଧ୍ୟ କିଛି କଲେ ନାହିଁ କାରଣ ସେମାନେ ଜାଣିଛନ୍ତି ସତ୍ୟ କ’ଣ।

   Related Posts