ନୂଆଦିଲ୍ଲୀ ୦୬/୧୦: ନିଶା ରାୱଲ ଏବଂ କରନ ମେହେରା ଟିଭି ଜଗତର ଅନ୍ୟତମ ଲୋକପ୍ରିୟ ଦମ୍ପତି ଥିଲେ। ଉଭୟ ପ୍ରାୟତଃ ସୋସିଆଲ ମିଡିଆରେ ସେମାନଙ୍କର ସୁନ୍ଦର ଫଟୋ ଏବଂ ଭିଡିଓ ସେୟାର କରୁଥିଲେ। କିନ୍ତୁ, ଯେତେବେଳେ ଚଳିତ ବର୍ଷ ଜୁନ୍ରେ ନିଶା କରନଙ୍କ ବିରୋଧରେ ଘରୋଇ ହିଂସା ମାମଲା ଦାୟର କରିଥିଲେ,ସେମାନଙ୍କ ମଧ୍ୟରେ ଚାଲିଥିବା ବିବାଦ ସାମ୍ନାକୁ ଆସିଥିଲା। ତା’ପରେ ଅଭିଯୋଗ ଆଧାରରେ ପୋଲିସ କରନଙ୍କୁ ଗିରଫ କରିଥିଲା। ନିଶା ତାଙ୍କ ଉପରେ ଏକ୍ସ୍ଟ୍ରା ମ୍ୟାରିଟାଲ ସମ୍ପର୍କ ଥିବାର ଅଭିଯୋଗ କରିଥିଲେ।
ସୂଚନା ଅନୁଯାୟୀ, କରନ ନିକଟରେ ହୋଇଥିବା ଏକ ଇଣ୍ଟରଭ୍ୟୁରେ ଏହି ଅଭିଯୋଗକୁ ଅସ୍ୱୀକାର କରିଛନ୍ତି ଏବଂ କହିଛନ୍ତି ଯେ ୨୦୧୫ ରେ ନିଶାଙ୍କର ପ୍ରେମ ସମ୍ପର୍କ ଥିଲା। ସେ କହିଛନ୍ତି, ୨୦୧୫ ରୁ ୨୦୧୬ ପର୍ଯ୍ୟନ୍ତ ତାଙ୍କ ପତ୍ନୀଙ୍କର ଏକ ଅତିରିକ୍ତ ବୈବାହିକ ସମ୍ପର୍କ ଥିଲା। ଏଥିପାଇଁ ତାଙ୍କ ଭାଇ ରୋହିତ ସେଠିଆ ମଧ୍ୟ ନିଶାଙ୍କ ଭୁଲ ପାଇଁ ତାଙ୍କୁ କ୍ଷମା ମାଗିଥିଲେ ଏବଂ ଏବଂ ନିଶାଙ୍କୁ କ୍ଷମା କରିଦେବା ପାଇଁ ଅନୁରୋଧ କରିଥିଲେ।
କରନ ଆହୁରି କହିଛନ୍ତି, ସେ ନିଶାଙ୍କୁ କ୍ଷମା କରିଦେଇଥିଲେ। ରୋହିତ ସେଠିଆ ତାଙ୍କ ସାମ୍ନାରେ ଠିଆ ହୋଇ କ୍ଷମା ମାଗିଥିଲେ। ରୋହିତ ମଧ୍ୟ ସାକ୍ଷାତକାରରେ ଦାବି କରିଛନ୍ତି ଯେ ନିଶା ରକ୍ଷଣାବେକ୍ଷଣ ପାଇଁ ତାଙ୍କଠାରୁ ବିପୁଳ ପରିମାଣର ଅର୍ଥ ଦାବି କରିଥିଲେ। ସେ ଏତେ ଟଙ୍କା ଦାବି କରିଥିଲେ ଯେ ଯେଉଁଥିରେ ୫୦ ପିଲାଙ୍କ ପାଳନ ପୋଷଣ ହୋଇପାରିବ।