Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୃଷକଙ୍କ ପରି ଆମକୁ ମଧ୍ୟ ଦେବାକୁ ପଡିବ ବଳିଦାନ, ତେବେ ଯାଇ ଜାମ୍ମୁ-କାଶ୍ମୀରରେ ଲାଗୁ ହେବ ୩୭୦: ଫାରୁକ ଅବଦୁଲ୍ଲା
  • ||
  • ମଙ୍ଗଳବାର କଥା ହେବେ ପୁଟିନ୍ ଓ ବାଇଡେନ୍, ୟୁକ୍ରେନ ହେବ ମୁଖ୍ୟ ପ୍ରସଙ୍ଗ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୨କୁ ବୃଦ୍ଧି
  • ||
  • ମାଆର ସାହସ ଆଗରେ ହାରିଲା ବାଘ, ନିଜ ପୁଅକୁ ମୃତ୍ୟୁ ମୁଖରୁ ଛଡାଇ ଆଣିଲେ ମହିଳା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୭୯୬ ମୃତ
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୮୯ କରୋନା ସଂକ୍ରମିତ, ୧୦୫୦୨୪୯ରେ ପହଞ୍ଚିଲା ସଂଖ୍ୟା
  • ||
  • ୟୁକ୍ରେନ ଉପରେ ଆକ୍ରମଣ କରିବ ଋଷ ! ପୁଟିନଙ୍କ ଦେଢ ଲକ୍ଷରୁ ଅଧିକ ସୈନ୍ୟ ଅଛନ୍ତି ପ୍ରସ୍ତୁତ
  • ||
  • ଜାନୁଆରୀ-ଫେବୃଆରୀ ମଧ୍ୟରେ ଭାରତରେ ଆସିବ ତୃତୀୟ ଲହର, ଓମିକ୍ରନ୍ ସାଜିବ ବାହକ : ଦାବି କଲେ ବିଶେଷଜ୍ଞ
  • ||
  • ଚାଲିଥିଲା ଧାନ ଚୋରା ଚାଲାଣ, ୨୨୦ ବସ୍ତା ଜବତ କଲା ଯୋଗାଣ ବିଭାଗ
  • ||
  • ଜଓ୍ୱାଦ ଦୁର୍ବଳ, ଟଳିଲା ବଡ ବିପଦ : ପୁରୀଠୁ ୨୭୦ କିମି ଦୂରରେ କେନ୍ଦ୍ରୀଭୂତ
  • ||

ପ୍ରଧାନମନ୍ତ୍ରୀ ମୋଦିଙ୍କୁ କାହିଁକି ଚିଠି ଲେଖିଛନ୍ତି କରନ୍ ଜୋହର୍ ? ସୋସିଆଲ୍ ମିଡ଼ିଆରେ ହେଉଛି ଭାଇରାଲ୍

3/10/2020 at 3:38 PM

ମୁମ୍ବାଇ ୦୩/୧୦ : ଫିଲ୍ମ ନିର୍ମାତା କରନ ଜୋହର ଶୁକ୍ରବାର ଦିନ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଏକ ସ୍ପେଶାଲ ଚିଠି ଲେଖିଛନ୍ତି। ସେ ଏକ ଟ୍ୱିଟରେ ଲେଖିଛନ୍ତି ଯେ ବଲିଉଡ ଦେଶର ସ୍ୱାଧୀନତାକୁ ୭୫ ବର୍ଷ ପୂରଣ ହେଲେ ସ୍ପେଶାଲ ଫିଲ୍ମ ତିଆରି କରିବ। କରନ ଜୋହର ଏହି ଅଭିଯାନ ସମ୍ବନ୍ଧରେ ପ୍ରଧାନମନ୍ତ୍ରୀଙ୍କୁ ସମ୍ପୂର୍ଣ୍ଣ ବିବରଣୀ ଦେଇଛନ୍ତି।

କରନ ଲେଖିଛନ୍ତି, “ପ୍ରଧାନମନ୍ତ୍ରୀ ମୋଦିଜୀ, ଆମ ପାଇଁ ଏହା ଏକ ଗର୍ବର ବିଷୟ ଯେ ଆମେ ମହାନ ଦେଶର କାହାଣୀ ତିଆରି କରିବାକୁ ଯାଉଛି। ସ୍ୱାଧୀନତାର ୭୫ ବର୍ଷର ଉତ୍ସବ ପାଳନ କରାଯିବ। ‘‘Change Within’ କ୍ୟାପସନ ସହ ଫିଲ୍ମ ଇଣ୍ଡଷ୍ଟ୍ରି ଦର୍ଶକଙ୍କୁ ଏମିତି କାହାଣୀ ଦେଖାଇବାକୁ ଚାହୁଁଚୁ ଯେଉଁଥିରେ ଦେଶର ସଂସ୍କୃତି ଓ ସୌର୍ଯ୍ୟ ପ୍ରତିପାଦିତ ହେବ। ଏହି କାହାଣୀ ହିଁ ଆମକୁ ଗଢ଼ିଛି। ଗତ ବର୍ଷ ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ଅବସରରେ ରାଜକୁମାର ହିରାନୀ ଏକ ଫିଲ୍ମ ତିଆରି କରିଥିଲେ। ସ୍ୱାଧୀନତା ପାଳନ କରିବାକୁ କିଛି ସ୍ପେଶାଲ କରିବାକୁ ଯାଉଛୁ।”

କରନ ଜୋହର ଆଗକୁ ଲେଖିଛନ୍ତି, ଏବେ ଏମିତି କାହାଣୀ ଦେଖାଯିବ ଯାହା ଭାରତର ଆତ୍ମା ଦେଖାଇବ। ଏହି କ୍ୟାମ୍ପନରେ ବଲିଉଡ ଆପଣଙ୍କ ସହଯୋଗ ଆଶା କରୁଛି। ଏହି ଅଭିଯାନରେ ଏକତା କପୁର, ରୋହିତ ସେଟ୍ଟୀ, ସାଜିଦ ନାଡିୟାଲବାଲା ସମେତ ଅନେକ ଫିଲ୍ମ ନିର୍ମାତା ଓ ନିର୍ଦେଶକ ସାମିଲ ଅଛନ୍ତି। ଏହି ସମସ୍ତଙ୍କ ତରଫରି କରନ ଜୋହର ମୋଦିଙ୍କୁ ଚିଠି ଲେଖିଛନ୍ତି। କରନ ଜୋହର ଏହି ଅଭିଯାନରେ ସାମିଲ ହେବାରୁ ପ୍ରଶଂସକ ତାଙ୍କର ଖୁବ ପ୍ରଶଂସା କରୁଛନ୍ତି।

   Related Posts