ସୁଶାନ୍ତ ସିଂହ ରାଜପୁତ ଆତ୍ମହତ୍ୟା ଘଟଣାରେ ମାମଲା ରୁଜ୍ଜୁ ପରେ କରନ ଜୋହରଙ୍କୁ ଝଟକା : ଏହି ୪ଜଣଙ୍କୁ ଛାଡି ସମସ୍ତଙ୍କୁ କଲେ ଅନଫଲୋ

Published By : Prameya-News7 Bureau | June 18, 2020 IST

ମୁମ୍ବାଇ ୧୮/୦୬ : ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ପରେ ସୋସିଆଲ ମିଡ଼ିଆରେ ସେଲିବ୍ରିଟିଙ୍କ ସମେତ ପ୍ରଶଂସକଙ୍କର ମଧ୍ୟ ପ୍ରତିକ୍ରିୟା ଦେଖିବାକୁ ମିଳିଛି | ସେ ଡିପ୍ରେସନରେ ଆତ୍ମହତ୍ୟା କରିଥିବା ଅନେକ ଲୋକ ସନ୍ଦେହ କରୁଛନ୍ତି | ସୋସାଇଲ ମିଡ଼ିଆରେ ମଧ୍ୟ ଏହିଭଳି ଅନେକ ପୋଷ୍ଟ ଦେଖିବାକୁ ମିଳୁଛି | ଆହୁରି ମଧ୍ୟ ଜାଣିବାକୁ ମିଳିଛି ଯେ ସୁଶାନ୍ତ ସିଂହଙ୍କ ହାତରେ ଅନେକ ବଡ ବଡ ବ୍ୟାନରର ଫିଲ୍ମ ଥିଲା କିନ୍ତୁ ବଡ ପ୍ରଯୋଜକଙ୍କ ସହ ମନାନ୍ତର ପରେ ତାଙ୍କୁ ହଟହଟା ସବୁ ପ୍ରୋଜେକ୍ଟରୁ କାଢି ଦିଆଯାଇଥିଲା | ଯେଉଁଥିପାଇଁ ସେ ଚିନ୍ତାରେ ଡିପ୍ରେସନର ଶୀକାର ହୋଇଯାଇଥିଲେ | ଶେଷରେ ଜୁନ ୧୪ ତାରିଖରେ ସେ ବେକରେ ଫାସି ଲଗାଇ ଆତ୍ମହତ୍ୟା କରିଥିଲେ | ସୁଶାନ୍ତ ସିଂହଙ୍କ ନିଧନ ପରେ ବଲିଉଡରେ ନେପୋଟିଜିମକୁ ନେଇ ନାନା ଆରୋପ-ପ୍ରତ୍ୟାରୋପ ସାମ୍ନାକୁ ଆସିଛି | ଏନେଇ କରନ ଜୋହରଙ୍କୁ ସମସ୍ତେ ଟାର୍ଗେଟ କରିଛନ୍ତି | ସୋସିଆଲ ମିଡ଼ିଆରେ କରନ ଜୋହର ସମେତ ଆଲିଆ ଭଟ୍ଟ ଏବଂ ଅନେକ ତାରକାଙ୍କ ଫଲୋୟର୍ସ ମଧ୍ୟ କମିଯାଇଛନ୍ତି | ଲୋକେ କରନ ଜୋହରଙ୍କୁ ଅନଫଲୋ କରିବା ଆରମ୍ଭ କରିଛନ୍ତି | 

{"id":288112,"width":578,"height":324,"sizeSlug":"large"}

ଏହିଭଳି ସ୍ଥିତିରେ କାରଣ ଜୋହର ମଧ୍ୟ ସୋସିଆଲ ମିଡ଼ିଆରେ ଶହ ଶହ ଲୋକଙ୍କୁ ଅନଫଲୋ କରିଛନ୍ତି | ବର୍ତ୍ତମାନ ସେ କେବଳ ୪ ଜଣଙ୍କୁ ହିଁ ଟ୍ୱିଟରରେ ଫଲୋ କରୁଛନ୍ତି | ଏମାନେ ହେଲେ ଅମିତାଭ ବଚ୍ଚନ, ଶାହରୁଖ ଖାନ, ଅକ୍ଷୟ କୁମାର ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି | ଏହାଛଡା ଧର୍ମା ପ୍ରଡକ୍ସନ ଓ ତାର ସିଇଓ ଅପୂର୍ବା ମେହଟାଙ୍କୁ ମଧ୍ୟ ଫଲୋ କରୁଛନ୍ତି | ସୋସିଆଲ ମିଡ଼ିଆରେ କରନ ଜୋହର ସମସ୍ତ ତାରକା ଓ ସେଲିବ୍ରିଟିଙ୍କୁ ଅନଫଲୋ କରିଦେଇଛନ୍ତି |

{"id":288113,"width":573,"height":321,"sizeSlug":"large"}

ସୁଶାନ୍ତ ସିଂହ ରାଜପୁତଙ୍କ ନିଧନ ପରେ ବଲିଉଡର କିଛି ବଡ ପ୍ରଡକସନ ହାଉସ ଏବଂ ବଡ ବଡ ତାରକାଙ୍କ ବିରୋଧରେ ଆରୋପ ଲଗାଯାଇଛି ଯେ ସୁଶାନ୍ତ ସିଂହଙ୍କୁ ଇଣ୍ଡଷ୍ଟ୍ରିରୁ ସାଇଡଲାଇନ କରାଯାଉଥିଲା | ଯେଉଁଥିପାଇଁ ସେ ଡିପ୍ରେସନରେ ଥିଲେ | ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ମାମଲାରେ ବିହାର ମୁଜାଫରପୁର ଥାନାରେ କରନ ଜୋହରଙ୍କ ସମେତ ୮ ଜଣଙ୍କ ବିରୋଧରେ ମାମଲା ରୁଜ୍ଜୁ ହୋଇଛି | ଓକିଲ ସୁଧୀର କୁମାର ୮ ଜଣଙ୍କ ବିରୋଧରେ ଏଫଆଇଆର ରୁଜ୍ଜୁ କରିଛନ୍ତି | କରନ ଜୋହର, ଏକତା କପୁର, ଆଦିତ୍ୟ ଚୋପ୍ରା, ସାଜିଦ ନାଦିଆଦବାଲା, ସଞ୍ଜୟ ଲୀଲା ଭନସାଲି, ଭୂଷଣ କୁମାର, ଦୀନେଶ ବିଜାନ ଓ ସଲମାନ ଖାନଙ୍କ ବିରୋଧରେ ଏଫଆଇଆର ରୁଜ୍ଜୁ ହୋଇଛି |  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.