ମକାଓ ଫିଲ୍ମ ମହୋତ୍ସବର ବ୍ରାଣ୍ଡ ଆମ୍ବାସଡର ହେଲେ କରନ ଯୋହର
Published By : Prameya-News7 Bureau | November 29, 2019 IST
wp:heading {"level":5}
ବଲିଉଡର ଚର୍ଚ୍ଚିତ ଓ ପ୍ରତିଷ୍ଠିତ
ନିର୍ମାତା, ନିର୍ଦ୍ଦେଶକ କରନ ଯୋହର ନିଜ ଫିଲ୍ମ ପାଇଁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି। ଇଣ୍ଟରନ୍ୟାସନାଲ
ଫିଲ୍ମ ଫେଷ୍ଟିଭାଲ ଏଣ୍ଡ ଆୱାର୍ଡସ ମକାଓ(IIFFAAM)ର
ଆୟୋଜନ ଡିସେମ୍ବର ମାସ ୫ ତାରିଖରୁ ୧୦ ତାରିଖ ପର୍ଯ୍ୟନ୍ତ ମକାଓରେ ହେବ।ଏଥର ବଲିଉଡ ଫିଲ୍ମ ନିର୍ମାତା
କରନ ଯୋହର, ଚିନୀ ଫିଲ୍ମ ନିର୍ମାତା ୱାଙ୍ଗ ଶିୟାଓଶୁଇ ଓ ଦକ୍ଷିଣ କୋରିୟା ନିର୍ଦ୍ଦେଶକ କିମ ୟଙ୍ଗ
ଏହି ଉତ୍ସବର ବ୍ରାଣ୍ଡ ଆମ୍ବାସେଡେର ଭାବେ ବଛା ଯାଇଛନ୍ତି।
/wp:heading
wp:heading {"level":5}
ଏହି ଫିଲ୍ମ ମହୋତ୍ସବର ଶୁଭାରମ୍ଭ ତାଇକା ୱାଇଟିଟିର ନୂଆ କମେଡି ଫିଲ୍ମ
ଜୋଜୋ ରେବିଟ ସହ ହେବ।ଆଇଏଫଏଫଏଏମ୍ର ଏହି ଉତ୍ସବରେ ଅନେକ ଫିଲ୍ମ କଳାକାର, ନିର୍ମାତା ଓ ନିର୍ଦ୍ଦେଶକ
ମଧ୍ୟ ନଜର ଆସିବେ।ବଏ ବ୍ୟାଣ୍ଡର ସଦସ୍ୟ ପପ୍ ଷ୍ଟାର ସୁହୋ ଓ ଚର୍ଚ୍ଚିତା ଚୀନ ଅଭିନେତ୍ରୀ କୈରିନା
ଲାଓ ଟ୍ୟାଲେଣ୍ଟ ଏମ୍ବେସେଡର ରୂପରେ ସାମିଲ ହେବେ। ଚଳିତ ବର୍ଷ ଆଇଏଫଏଫଏଏମ୍ରେ ସୋର୍ଟସ ନାମକ ପ୍ରତୀଯୋଗିତାର
ଏକ ନୂଆ ଶ୍ରେଣୀ ମଧ୍ୟ ରଖାଯାଇଛି।
/wp:heading
wp:heading {"level":1}
/wp:heading