କରନ ଜୋହରଙ୍କ ପୁଅ ପାଇଁ ଅମିତାଭ ବଚ୍ଚନ ହେଉଛନ୍ତି ସୁପର ହିରୋ : ଭିଡିଓରେ କହିଲେ କେବଳ ଅମିତାଭ ହିଁ ହରାଇ ପାରିବେ କରୋନା ଭାଇରସକୁ,ଭାଇରାଲ୍ ହେଲା ଭିଡିଓ
30/03/2020 at 12:36 PM

ମୁମ୍ବାଇ ୩୦/୩: କରନ ଜୋହର କ୍ବାରେଣ୍ଟାଇନ୍ ସମୟରେ ନିଜ ଯାଆଁଳା ପିଲା ୟଶ ଏବଂ ରୁହୀଙ୍କ ଭିଡିଓ ସେୟାର କରୁଛନ୍ତି। ରବିବାର କରନ ଏକ ଭିଡିଓ ସେୟାର କରିଥିଲେ ଯେଉଁଥିରେ ସେ ୟଶଙ୍କୁ ପଚାରୁଛନ୍ତି ଯେ କରୋନା ଭାଇରସକୁ କିଏ ଦୂର କରି ପାରିବେ। ଏହା ପରେ ୟଶ କହୁଛନ୍ତି ଅମିତାଭ ବଚ୍ଚନ।
ଭିଡିଓରେ କରନ ତାଙ୍କୁ କହୁଛନ୍ତି- ୟଶ କରୋନା ଯୋଗୁଁ କେତେ ଖରାପ ସମୟ ଆସିଛି ନା,ଏହାକୁ କିଏ ଦୂର କରିବ। ୟଶଙ୍କ ଉତ୍ତର ପରେ କରନ ପଚାରିଥିଲେ ଯେ ସେ କରୋନାକୁ ଦୂର କରିବାକୁ ମିଷ୍ଟର ବଚ୍ଚନଙ୍କୁ ଫୋନ୍ କରିବେ କି? ଏହାର ଉତ୍ତରରେ ୟଶ କହିଥିଲେ- ଅମିତାଭ ବଚ୍ଚନ ତାଙ୍କ ରୁମକୁ ଆସୁନାହାନ୍ତି।

କରନ ଏହି ଭିଡିଓ ସେୟାର କରି ଲେଖିଛନ୍ତି- କେହି ଜଣେ ଅଛି ଯିଏ କରୋନା ଭାଇରସକୁ ଦୂର କରି ପାରିବ। କରନଙ୍କ ଏହି ଭିଡିଓରେ ଅଭିଷେକ ବଚ୍ଚନ ଏବଂ ଶ୍ବେତା ବଚ୍ଚନ ନନ୍ଦା କମେଣ୍ଟ ଦେଇଛନ୍ତି।
