'ଉଙ୍ଗଲି' ପୋଷ୍ଟରରୁ କଙ୍ଗନାଙ୍କୁ ଆଉଟ୍ କଲେ କରନ ଜୋହର, ଲୋକ କହିଲେ-‘କିଛି ତ ଲଜ୍ଜା କର’

Published By : Prameya-News7 Bureau | December 03, 2021 IST

ମୁମ୍ବାଇ ୦୩/୧୨: କରନ ଜୋହରଙ୍କ ଧର୍ମା ପ୍ରଡକ୍ସନ୍ସର ବ୍ୟାନରରେ ନିର୍ମିତ ଫିଲ୍ମ 'ଉଙ୍ଗଲି' ରିଲିଜ୍ ହେବାର ୭ ବର୍ଷ ବିତିଗଲାଣି। ଏହା ପ୍ରଥମ ଫିଲ୍ମ ଯେଉଁଥି ପାଇଁ କଙ୍ଗନା ରଣାୱତ କରନ ଜୋହରଙ୍କ ସହ ହାତ ମିଳାଇଥିଲେ। ତା’ପରେ ପୁନର୍ବାର ଦୁହେଁ କୌଣସି ଫିଲ୍ମ ପାଇଁ ଏକାଠି ହୋଇନଥିଲେ। କରନ ଜୋହରଙ୍କ ଧର୍ମା ପ୍ରଡକ୍ସନ୍ସ ଫିଲ୍ମ ରିଲିଜ୍ ହେବାର ସପ୍ତମ ବାର୍ଷିକୀରେ ସୋସିଆଲ ମିଡିଆରେ ଏକ ପୋଷ୍ଟର ସେୟାର କରିଛନ୍ତି, ଯେଉଁ କାରଣରୁ ନେଟେନିଜେନମାନେ କରଣ ଜୋହରଙ୍କୁ ଟ୍ରୋଲ କରୁଛନ୍ତି।

{"width":692,"height":381}
Karan Johar, Kangana Ranaut, Karan Johar Film with Kangana Ranaut, Karan Johar removed Kangana Ranaut from Film Ungli, Karan Johar trolled, Film Ungli Poster, Film Ungli, करण जौहर, कंगना रनौत

ସୂଚନା ଅନୁସାରେ, କରନଙ୍କ ପ୍ରଡକ୍ସନ ହାଉସ୍ ନିଜ  ଅଫିସିଆଲ୍ ଟ୍ୱିଟରରୁ ଫିଲ୍ମର ଯେଉଁ ପୋଷ୍ଟର୍ ସେୟାର କରିଛି, ସେଥିରେ ଇମ୍ରାନ୍ ହାଶମିଙ୍କ ସହ ରଣଦୀପ ହୁଡା, ଅଙ୍ଗଦ ବେଦୀ ଏବଂ ନୀଲ ଭୋପାଲମ ନଜର ଆସିଛନ୍ତି। ପୋଷ୍ଟରରେ କଙ୍ଗନା ଦୃଶ୍ୟମାନ ହେଉନାହାଁନ୍ତି। କିନ୍ତୁ ପୁରୁଣା ପୋଷ୍ଟରରେ କଙ୍ଗନା ସ୍ପଷ୍ଟ ଭାବରେ ଦେଖାଯାଉଛନ୍ତି।

ନେଟେନିଜେନ୍ସ ଏହାକୁ ହଜମ କରିପାରୁନାହାଁନ୍ତି। ସେମାନେ କରନ ଜୋହରଙ୍କୁ ଖୁବ୍ ଟ୍ରୋଲ କରୁଛନ୍ତି। ନେଟେନିଜେନ୍ସ କହିଛନ୍ତି ଯେ କରନ ଜାଣିଶୁଣି କଙ୍ଗନାକୁ ପୋଷ୍ଟରରୁ ହଟାଇ ଦେଇଛନ୍ତି। ଜଣେ ୟୁଜର ପଚାରିଛନ୍ତି, 'ପୋଷ୍ଟରରୁ ଆପଣ କଙ୍ଗନାକୁ କାହିଁକି ହଟାଇ ଦେଇଛନ୍ତି, କରନ ଜୋହର କିଛି ତ ସରମ କର।’ ସେହିଭଳି ଅନ୍ୟ ଜଣେ ୟୁଜର କହିଛନ୍ତି ଧର୍ମ ପ୍ରଡକ୍ସନ୍ କଙ୍ଗନାଙ୍କ ଯୋଗ୍ୟ ନୁହେଁ। ତେବେ ଟ୍ରୋଲ୍ ହେଲା ପରେ କରନ ଏହି ଟୁଇଟକୁ ଡିଲିଟ୍ କରିଦେଇଛନ୍ତି।

{"width":691,"height":790}
Karan Johar, Kangana Ranaut, Karan Johar Film with Kangana Ranaut, Karan Johar removed Kangana Ranaut from Film Ungli, Karan Johar trolled, Film Ungli Poster, Film Ungli, करण जौहर, कंगना रनौत

ନେଟେନିଜେନ୍ସଙ୍କ ଅନୁଯାୟୀ, କରନ ଏହିପରି ଆଚରଣ କରି କଙ୍ଗନା ପ୍ରତି ନିଜର ଘୃଣା ଖୋଲାଖୋଲି ଭାବେ ପ୍ରକାଶ କରିଛନ୍ତି। ଏହି ଘୃଣା ସେବେଠାରୁ ବଢିଛି ଯେତେବେଳେ କଙ୍ଗନା କରନ ଜୋହରଙ୍କ ଶୋ 'କଫି ୱିଥ୍ କରନ'ରେ ଭାଗ ନେଇଥିଲେ । ଏହି ଶୋ’ରେ କଙ୍ଗନା କରଣନଙ୍କ ଉପରେ ନେପୋଟିଜ୍ମ ଅଭିଯୋଗ ଲଗାଇ ତାଙ୍କୁ ଫିଲ୍ମ ମାଫିଆ ବୋଲି କହିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.