Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୩୦ଜିଲ୍ଲାରୁ ଚିହ୍ନଟ ହେଲେ ସଂକ୍ରମିତ, ୨୪ ଘଣ୍ଟାରେ ୧୭୪୧ ପଜିଟିଭ୍ ଚିହ୍ନଟ
  • ||
  • ନୟାଗଡ଼ : ରେଳ ଷ୍ଟେସନରେ ଲଙ୍କାକାଣ୍ଡ : ବ୍ୟାପକ ପୋଡାଜଳା ଓ ଭଙ୍ଗାରୁଜା, ବିରୋଧ କରିବାରୁ ମ୍ୟାନେଜର ଓ କର୍ମଚାରୀଙ୍କୁ ଆକ୍ରମଣ
  • ||
  • ଆଜି ୧୧ ଜିଲ୍ଲାରେ କାଳବୈଶାଖି ବର୍ଷା ! ୧୫ ଯାଏଁ ତାତିରୁ ମିଳିବ ତ୍ରାହି
  • ||

ମୋଦୀଙ୍କ ଗୁଡବୁକ୍‌ରେ କରଣ ଜୋହର, କଙ୍ଗନାଙ୍କୁ ଆକ୍ଷେପ କଲେ ସୋସିଆଲ ମିଡିଆ ୟୁଜର, ଚର୍ଚ୍ଚା ଯେତେକି କାର୍ଟୁନ ସେତିକି

19/09/2020 at 4:28 PM

ମୁମ୍ବାଇ, ୧୯|୦୮ : ସେପ୍ଟେମ୍ବର ୧୭ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଜନ୍ମଦିନ ଥିଲା । ଏହି ଦିନ ଅନେକ ବ୍ୟକ୍ତି, ଅଭିନେତା ପ୍ରଧାନମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଥିଲେ । କଙ୍ଗନା ରଣାଓ୍ୱତଙ୍କଠାରୁ ଆରମ୍ଭ କରି ପରେଶ ରାଓ୍ୱଲ ପର୍ଯ୍ୟନ୍ତ ସମସ୍ତେ ମୋଦୀଙ୍କୁ ଶୁଭେଚ୍ଛା ଜଣାଇଥିଲେ । ଏପରିକି ସମାଲୋଚନାର ଶିକାର ହେଉଥିବା କରଣ ଜୋହର୍ ମଧ୍ୟ ମୋଦୀଙ୍କୁ ସୋସିଆଲ ମିଡିଆରେ ଶୁଭେଚ୍ଛା ଜଣାଇଥିଲେ ।

ସେ ନିଜ ଟ୍ୱିଟରେ ଲେଖିଥିଲେ ଯେ, ଆଦରଣୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୀ, ଆପଣଙ୍କ ସହ ସିନେମା ବାବଦରେ ଆଲୋଚନା କରିବା ସୌଭାଗ୍ୟ ଅଟେ । ଆପଣ ସର୍ବଦା ଆମ ପାଇଁ ମାର୍ଗ ଦର୍ଶକ ।

ତେବେ ମୋଦୀ କରଣ ଜୋହରଙ୍କୁ ଧନ୍ୟବାଦ ଜଣାଇଥିଲେ । ଏହାମଧ୍ୟରେ ସେ କରଣ ଜୋହରଙ୍କୁ ଧନ୍ୟବାଦ ଜଣାଇ ଲେଖିଥିଲେ ଯେ, ଆପଣ ସିନେମା ଜଗତକୁ ଅନେକ କିଛି ଦେଇଛନ୍ତି । ଏଥିପାଇଁ ଧନ୍ୟବାଦ । ତେବେ ମୋଦୀ କରଣ ଜୋହରଙ୍କୁ ପ୍ରଶଂସା କରିବା ପରେ ୟୁଜର କଙ୍ଗନାଙ୍କ ଉପରେ ମିମସ୍ କରିବା ଆରମ୍ଭ କରିଦେଲେଣି । ଅନେକ ମିମସ୍ ସୋସିଆଲ ମିଡିଆରେ ସେୟାର କରାଯାଉଛି ।

ସୂଚନାଯୋଗ୍ୟ, କଙ୍ଗନା ଲଗାତାର ଭାବେ ନିଡଜ ପକ୍ଷ ରଖିଥାନ୍ତି । ସୁଶାନ୍ତଙ୍କ ମାମଲା ହେଉ ବା ବଲିଉଡ୍ ଡ୍ରଗସ୍ ମାମଲା ସେ ନିଜର ମତାମତ ଦେଇଥାନ୍ତି ।  

   Related Posts