Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମିବାରେ ଲାଗିଛି କରୋନା ପ୍ରଭାବ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୭୦୭ ଆକ୍ରାନ୍ତ
  • ||
  • ବିରାଟ ବାହିନୀ ଚିତ୍‌ପଟାଙ୍ଗ, ଭାରତକୁ ୫୧ ରନରେ ହରାଇ ସିରିଜ୍ ହାତେଇଲା ଅଷ୍ଟ୍ରେଲିଆ
  • ||
  • କାର୍ତ୍ତିକ ପୂର୍ଣ୍ଣିମାରେ ପବିତ୍ର ଗଙ୍ଗା ସ୍ନାନକୁ ନେଇ ଦୁଇ ଦିନ ପାଇଁ ହରିଦ୍ୱାର ସୀମା ସିଲ୍
  • ||
  • ହାଡଭଙ୍ଗା ଶୀତ ଯୋଗୁଁ ମନାଲିରେ ଜଣକର ମୃତ୍ୟୁ, ଜିରୋ ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଡାଲିରେ ୧୫ ଟଙ୍କା ରିହାତି ଦେବେ ସରକାର
  • ||
  • ଭୁବନେଶ୍ୱର : କମିଲା କୋଭିଡ୍ ମୃତ୍ୟୁ ସଂଖ୍ୟା : ଗତ ୨୪ ଘଣ୍ଟାରେ ଯାଇଛି ୪ ମୁଣ୍ଡ, ୧୭୩୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୫୧୮ କରୋନା ସଂକ୍ରମିତ, ୩୧୮୩୦୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ସୋର : ଡକାୟତ ଗ୍ୟାଙ୍ଗ୍ ଓ ଗ୍ରାମବାସୀଙ୍କ ମଧ୍ୟରେ ଖଣ୍ଡ ଯୁଦ୍ଧ : ୪ ଗୁରୁତର, ଜଣେ ଗିରଫ
  • ||
  • ନୂଆଦିଲ୍ଲୀ : ଭାରତରେ କମୁଛି ସଂକ୍ରମଣ, ଗତ ୨୪ଘଣ୍ଟାରେ ୪୧୮୧୦ କରୋନା ଆକ୍ରାନ୍ତ ଚିହ୍ନଟ
  • ||
  • ଉଦଳା : ଜମିବାଡି ବିବାଦକୁ କେନ୍ଦ୍ରକରି ଡବଲ ମର୍ଡର ! ସଂମ୍ପର୍କୀୟ ଭାଇ ଓ ପୁତୁରାକୁ ହତ୍ୟା କଲା ଭାଇ
  • ||

ଫିଲ୍ମ ନିର୍ଦ୍ଦେଶକ କରନ ଯୋହରଙ୍କ ସମ୍ପତ୍ତି କେତେ ଜାଣନ୍ତୁ

15/03/2019 at 5:44 PM

ମୁମ୍ୱାଇ୧୫|୩: ବଲିଉଡର ଚର୍ଚ୍ଚିତ ଓ ପ୍ରତିଷ୍ଠିତ ନିର୍ମାତା, ନିର୍ଦ୍ଦେଶକ କରନ ଯୋହର କିଛି ଦିନ ପୂର୍ବରୁ ନିଜ ପୁଅ ଓ ଝିଅଙ୍କ ଜନ୍ମଦିନ ପାଳନ କରିଥିଲେ। ଏହି ବର୍ଥଡେ ପାର୍ଟିର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ୧୯୭୨ ମସିହା ମେ ମାସ ୨୫ ତୀରିଖରେ ବଲିଉଡ ନିର୍ମାତା ୟଶ ଯୋହାରଙ୍କ ଘରେ କରନଙ୍କ ଜନ୍ମ ହୋଇଥିଲା। କରନଙ୍କର ପ୍ରଡକଶନ ହାଉସ ଧର୍ମା ପ୍ରଡକଶନର ଫିଲ୍ମ ରାଜି ଓ ଶିମ୍ୱା ଫିଲ୍ମ ୨୦୦ କୋଟି ଟଙ୍କାରୁ ଅଧିକ ଆୟ କରିଥିଲା।   
ଏକ ସାକ୍ଷାତକାରରେ କରନ କହିଥିଲେ ଯେ, ସେ ୧୭୦ କୋଟି ଟଙ୍କା ସମ୍ପତ୍ତିର ମାଲିକ। ଫିଲ୍ମ ସହ କରନ ଟିଭି ଓ ରେଡିଓ ସୋରେ ମଧ୍ୟ ହୋଷ୍ଟ କରନ୍ତି। ୧୯୯୫ ମସିହାରେ ରିଲିଜ ହୋଇଥିବା ଦିଲୱାଲେ ଦୁଲହନିଆ ଲେ ଯାଏଙ୍ଗେ ଚଳଚ୍ଚିତ୍ରରୁ କରନ ତାଙ୍କ ଫିଲ୍ମି କ୍ୟାରିଅର ଆରମ୍ଭ କରିଥିଲେ। ଏହି ଫିଲ୍ମରେ କରନ ସହଯୋଗୀ ନିର୍ଦ୍ଦେଶକ ଭାବେ କାମ କରିଥିଲେ।
ଏହା ପରେ ରିଲିଜ ହୋଇଥିବା କୁଛ କୁଛ ହୋତା ହୈ ଫିଲ୍ମର ନିର୍ଦ୍ଦେଶକ କରନ ଥିଲେ। କରନ ଯୋହାରଙ୍କ ଅଧିକାଂଶ ଫିଲ୍ମରେ ଶାହରୁଖ ଖାନ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। ୯୦ ଦଶକରୁ ଆରମ୍ଭ କରି ଆଜି ମଧ୍ୟରେ କରନ ଜଣେ ସଫଳ ନିର୍ଦ୍ଦେଶକ ଭାବେ ଖ୍ୟାତି ଅର୍ଜ୍ଜନ କରିଛନ୍ତି । କରନ ଯୋହର ବିବାହ କରିନାହାନ୍ତି।
୨୦୧୭ ମସିହାରେ ସରୋଗେସୀ ଦ୍ୱାରା ୨ଶିଶୁଙ୍କର ବାପା ହୋଇଛନ୍ତି। ତାଙ୍କ ପୁଅଙ୍କ ନାଁ ୟଶ ଓ ଝିଅଙ୍କ ନାଁ ରୂହି। କରନ ଯୋହର ଫିଲ୍ମରେ ଅଭିନୟ କରିବା ପାଇଁ ଚାହୁଁଥିଲେ କିନ୍ତୁ ଏହି କ୍ଷେତ୍ରରେ ସେ ଅସଫଳ ହୋଇଥିଲେ।  ଏହି ବିଷୟରେ କରନ ନିଜେ ତାଙ୍କ ସୋ କଫି ୱିଥ କରନରେ ପ୍ରକାଶ କରିଥିଲେ।    

   Related Posts