ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ପାଇଁ ନିଜକୁ ଦୋଷୀ ମାନୁଛନ୍ତି କରନ ଜୋହର
15/06/2020 at 3:07 PM

ମୁମ୍ବାଇ ୧୫/୦୬ : ବଲିଉଡ ତାରକା ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ଖବର ଶୁଣି ପୁରା ବଲିଉଡ ସ୍ତବ୍ଦ ହୋଇଯାଇଛି | ସୁଶାନ୍ତ ସିଂହଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ଅସ୍ୱୀସାରିଛି | ଶ୍ବାସରୁଦ୍ଧ ହୋଇ ତାଙ୍କର ମୃତ୍ୟୁ ହୋଇଥିବା ସ୍ପଷ୍ଟ ହୋଇଛି | ତେବେ ସେ କାହିଁକି ଆତ୍ମହତ୍ୟା କଲେ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ | ତେବେ ତାଙ୍କ ଘରୁ କିଛି ଔଷଧ ମିଳିଥିବା ପୋଲିସ କହିଛି | ଗତ କିଛି ମାସ ହେଲା ସେ ଡିପ୍ରେସନରେ ଥିଲେ ଏବଂ ତାଙ୍କର ଚିକିତ୍ସା ଚାଲିଥିଲା |
ବଲିଉଡ ତାରକାମାନେ ମଧ୍ୟ ସୁଶାନ୍ତଙ୍କ ଆତ୍ମହତ୍ୟା ଖବର ଶୁଣି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି | କରନ ଜୋହର ସୁଶାନ୍ତଙ୍କ ନିଧନରେ ଅତ୍ୟନ୍ତ ଦୁଃଖ ପ୍ରକାଶ କରିଛନ୍ତି | କରନ ଜୋହର ସୁଶାନ୍ତ ସିଂହଙ୍କ ସହ ଫଟୋ ସେୟାର କରି କହିଛନ୍ତି ଯେ, ‘ମୁଁ ବହୁତ ଦୁଃଖିତ ଯେ ମୁଁ ତୁମ ସହିତ ଟଚରେ ନଥିଲି | ଏହିଭଳି ଭୁଲ ମୁଁ ଆଉ କେବେ କରିବିନାହିଁ | ଆମକୁ କେବଳ ସମ୍ପର୍କ ଯୋଡିବା ଉଚିତ ନୁହେଁ ବରଂ ସମ୍ପର୍କକୁ ଭଲ ଭାବେ ନିଭାଇବା ଉଚିତ | ସୁଶାନ୍ତଙ୍କ ମୃତ୍ୟୁ ମୋ ପାଇଁ ବହୁତ ବଡ ଝଟକା | ତୁମର ସେ ସୁନ୍ଦର ମନଲୋଭା ହସ ସବୁଦିନ ମନେରହିବ |’
ସୁଶାନ୍ତଙ୍କ ଶେଷ ଇନ୍ସଟାଗ୍ରାମ ପୋଷ୍ଟ ନିଜ ମାଙ୍କ ପାଇଁ ଥିଲା | ସେ ନିଜ ମାଙ୍କ ସହ ନିଜ ଫଟୋ ସେୟାର କରିଥିଲେ |