‘କରଣ ଅର୍ଜ୍ଜୁନ’ ଫିଲ୍ମର ସୁଟିଂ ହୋଇଥିଲା ଏଠାରେ : ଠାକୁର ଦୁର୍ଜନ ସିଂଙ୍କ କୋଠା ଏବେ ଦେଖାଯାଉଛି ଏପରି

Published By : Prameya-News7 Bureau | September 23, 2019 IST

ଜୟପୁର ୨୩/୯: ଆପଣମାନେ ‘କରଣ ଅର୍ଜ୍ଜୁନ’ ଫିଲ୍ମ ତ ନିଶ୍ଚୟ ଦେଖିଥିବେ । ଏହା ବ୍ଲକବଷ୍ଟର ଫିଲ୍ମ ଥିଲା। ଏହି ଫିଲ୍ମରେ ଦେଖାଯାଇଥିବା ଗାଁ ଏବଂ ଠାକୁର ଦୁର୍ଜ୍ଜନ ସିଂହଙ୍କର କୋଠା ବିଷୟରେ ତ ଆପଣମାନଙ୍କର ମନେଥିବ। କିନ୍ତୁ ଅଧିକାଂଶ ଲୋକେ ଏହା ଜାଣିନଥିବେ ଯେ ଏହି ଫିଲ୍ମର ସୁଟିଂ କେଉଁ ଗାଁରେ ହୋଇଥିଲା।

{"id":161415}

କିନ୍ତୁ ଆଜି ଆମେ ଆପଣଙ୍କୁ ‘କରଣ ଅର୍ଜ୍ଜୁନ’ ଫିଲ୍ମରେ ଦର୍ଶାଯାଇଥିବା ଗାଁ ଏବଂ କୋଠା ବିଷୟରେ କହିବୁ। ଆଜି ଆପଣ ଏହା ମଧ୍ୟ ଜାଣିବେ ଯେ ଏହି କୋଠା ଏବେ କିପରି ଦେଖାଯାଉଛି।

{"id":161416}

‘କରଣ ଅର୍ଜ୍ଜୁନ’ ୧୯୯୫ମସିହାର ଏକ ଆକ୍ସନ ମୁଭି  ଯେଉଁଥିରେ ସଲମାନ ଖାନ୍,ଶାହରୁଖ ଖାନ୍,କାଜୋଲ,ମମତା କୁଲକର୍ଣ୍ଣି,ରାଖୀ,ଅମରୀଶ ପୁରୀ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। ଏହା ‘ଦିଲଓ୍ବାଲେ ଦୁଲହନିଆ ଲେ ଯାଏଙ୍ଗେ’ ଫିଲ୍ମ ପରେ ୧୯୯୫ମସିହାରେ ସବୁଠୁ ଅଧିକ ଆୟ କରିଥିବା ଫିଲ୍ମ ।

{"id":161417}

ଏହି ଫିଲ୍ମରେ ରାଜସ୍ଥାନର ଯେଉଁ କୋଠାକୁ ଅମରୀଶ ପୁରୀ ଓରଫ ଠାକୁର ଦୁର୍ଜ୍ଜନ ସିଂହଙ୍କ କୋଠା ଭାବେ ଦର୍ଶାଯାଇଥିଲା ତାହା ରାଜସ୍ଥାନର ଅଲଓ୍ବର ଜିଲ୍ଲାର ଭାନଗଡ଼ ଗାଁରେ ରହିଛି।

{"id":161418,"width":571,"height":427}

ରାଜସ୍ଥାନର ଅଲଓ୍ବର ଜିଲ୍ଲାରେ ଥିବା ଏହି ଗାଁ ସୌନ୍ଦର୍ଯ୍ୟ ପାଇଁ ବେଶ୍ ଜଣାଶୁଣା। ଏହି ଗାଁର ସୌନ୍ଦର୍ଯ୍ୟରେ ଆକର୍ଷିତ ହୋଇ ଏହି ଫିଲ୍ମର ସୁଟିଂ ପାଇଁ ଏହି ଗାଁ ବଛାଯାଇଥିଲା। ଏଠାରେ ସଲମାନ ଖାନ୍,ଶାହରୁଖ ଖାନଙ୍କ ବ୍ୟତୀତ ପୂରା ‘କରଣ ଅର୍ଜ୍ଜୁନ’ର ଟିମ୍ ସମୟ ବିତାଇଥିଲେ।

{"id":161419,"width":591,"height":332}

ଏହି ଫିଲ୍ମର ଅଧିକାଂଶ ସୁଟିଂ ଏହି ଗାଁରେ କରାଯାଇଥିଲା। ଠାକୁର ଦୁର୍ଜ୍ଜନ ସିଂଙ୍କ କୋଠା ପାଇଁ ‘ସରିସ୍କା ପ୍ୟାଲେସ’ ବଛାଯାଇଥିଲା। ଏହାକୁ ଏବେ ସୁନ୍ଦର ହୋଟେଲ୍ କରି ଦିଆଯାଇଛି।

{"id":161422}

ଏହି ହୋଟେଲର ଇଣ୍ଟେରିୟର ଫ୍ରଣ୍ଟ ବହୁତ ସୁନ୍ଦର ଯାହା ଫ୍ରେଞ୍ଚ ଏବଂ ରାଜ ପରିବାରର ଆର୍କିଟେକ୍ଚରର ନିଖୁଣତାକୁ ଦର୍ଶାଇଥାଏ। ଏହି ହୋଟେଲରେ ସମସ୍ତ ପ୍ରକାର ସୁବିଧା ବ୍ୟବସ୍ଥା ରହିଛି। ଏହି ହୋଟେଲରେ ଆପଣଙ୍କୁ ସ୍ବିମିଙ୍ଗ ପୁଲ,ସ୍ପା ଭଳି ସମସ୍ତ ସୁବିଧା ମିଳିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.