Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ୧୮ ଜଣିଆ ଭାରତୀୟ ଦଳ ଘୋଷିତ, ଜାଣନ୍ତୁ କେଉଁ କେଉଁ ଖେଳାଳିଙ୍କୁ ମିଳିଲା ସ୍ଥାନ
  • ||
  • ରୋହିତ ଶର୍ମା ହେଲେ ଟିମ ଇଣ୍ଡିଆର ନୂତନ ଦିନିକିଆ ଅଧିନାୟକ, ବିରାଟଙ୍କୁ କେବଳ ଟେଷ୍ଟ ଦାୟିତ୍ଵ
  • ||
  • ଭୁବନେଶ୍ବର : ଗତ ଦୁଇ ବର୍ଷରେ ମାପ ଓ ଓଜନ ନିୟମ ଉଲଂଘନକାରୀଙ୍କଠୁ ଆଦାୟ ହୋଇଛି ୨ କୋଟି ୮୩ ଲକ୍ଷ ଟଙ୍କା : ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ
  • ||
  • ଭୁବନେଶ୍ବର : ଡିସେମ୍ବର ୯ରେ ବିଧାନସଭା ଘେରାଉ କରିବ ବିଜେପି ଯୁବମୋର୍ଚ୍ଚା : ଇରାଶିଷ୍ ଆଚାର୍ଯ୍ୟ
  • ||
  • ଭୁବନେଶ୍ବର : ଡ୍ରଗ୍ସ ମାଫିଆ ଶେଖ୍ ଆଜବାହାର ବାଲେଶ୍ଵର କୋର୍ଟରେ ହାଜର, ରାଜ୍ୟ ବାହାରେ ସମ୍ପତ୍ତି ଥିବା ନେଇ ମିଳିଛି ପ୍ରମାଣ
  • ||
  • ଅନୁଗୋଳ : ଆଖୁ ଖାଇବାକୁ ଆସି କୂଅରେ ଖସିପଡିଲା ଭାଲୁ, ବନ ବିଭାଗ କଲା ଉଦ୍ଧାର
  • ||
  • ଭୁବନେଶ୍ବର : କ୍ରାଇମବ୍ରାଞ୍ଚ ଏସଟିଏଫ୍‌ ଟାର୍ଗେଟ୍‌ରେ ବନ୍ୟପ୍ରାଣୀ ମାଫିଆ, ପ୍ରସ୍ତୁତ ହେଲା ମୋଷ୍ଟ ୱାଣ୍ଟେଡ ତାଲିକା
  • ||
  • ଚେନ୍ନାଇ : ତାମିଲନାଡୁ କୁନ୍ନୁରରେ ସିଡିଏସ୍ ବିପିନ ରାଓ୍ବତଙ୍କ ହେଲିକପ୍ଟର କ୍ରାସ୍
  • ||
  • ଭୁବନେଶ୍ବର : କୃଷି ଋଣ ଛାଡ ସହ ଫସଲ କ୍ଷୟକ୍ଷତି ଲାଗି ସ୍ବତନ୍ତ୍ର ପ୍ୟାକେଜ ଦାବି କଲା କଂଗ୍ରେସ
  • ||
  • ଭାରତୀୟ ବାୟୁସେନାର ବଢିବ ଶକ୍ତି, ଚାନ୍ଦୀପୁର ଘାଟିରୁ ‘ବ୍ରହ୍ମୋସ’ର ସଫଳ ପରୀକ୍ଷଣ
  • ||

ସିମେଣ୍ଟ କାରଖାନା ସମ୍ପ୍ରସାରଣକୁ ବିରୋଧ, ୬ ଦଫା ଦାବି ନେଇ ରାସ୍ତାରୋକ କଲେ ସ୍ଥାନୀୟ ଲୋକେ

6/11/2021 at 10:08 AM

ରାଉରକେଲା, ୦୬/୧୧:   ସୁନ୍ଦରଗଡ଼ କୁତ୍ରାରେ ଥିବା ଜେଏସଡବ୍ଲୁ  ସିମେଣ୍ଟ କାରଖାନା ସମ୍ପ୍ରସାରଣକୁ ବିରୋଧ । କାରଖାନା ସମ୍ପ୍ରସାରଣ କରାଯାଉଥିବା ବେଳେ ସ୍ଥାନୀୟ ଲୋକଙ୍କ ସମସ୍ୟା ପ୍ରତି ଦୃଷ୍ଟି ଦେଉନାହିଁ କମ୍ପାନୀ ।  ଯାହାକୁ ଗାଙ୍ଗପୁର ମାଟି ସୁରକ୍ଷା ମଞ୍ଚ ପ୍ରତିବାଦ କରିଛି । ଏହାସହ ମଞ୍ଚ ୬ ଦଫା ଦାବି ନେଇ କାରଖାନାର ମୁଖ୍ୟ ରାସ୍ତା ଅବରୋଧ କରିଛି ।

ମଞ୍ଚ ଦାବି କରିଛି ଯେ, କମ୍ପାନୀ ପାଇଁ କ୍ଷତି ସହି ଆସୁଥିବା ଜମି ମାଲିକମାନଙ୍କୁ କ୍ଷତି ପୁରଣ ମିଳୁ । ଆଞ୍ଚଳିକ କୁଶଳୀ ଅଣକୁଶଳୀ ଯୁବକ ଯୁବତୀ ମାନଙ୍କୁ  ୯୦% ପ୍ରତିଶତ ନିଯୁକ୍ତି, ଅଧିକ କ୍ଷତି ସହ ପ୍ରଦୂଷଣ ହେଉଥିବା କଂଦେଇମୁଣ୍ଡା ପଞ୍ଚାୟତର ଉନ୍ନତିକରଣ ପାଇଁ ବର୍ଷକୁ ୪ କୋଟି ଅନୁଦାନ ପ୍ରଦାନ କରିବାକୁ ହେବ ।

ସେହିପରି, ଶିଳ୍ପ ତାଲିମପ୍ରାପ୍ତ ଯୁବକ ଯୁବତୀଙ୍କ  ଆପ୍ରେନଷ୍ଟିପର ସୁଯୋଗ,  କମ୍ପାନୀରେ ନିଯୁକ୍ତି ପୂର୍ବରୁ ସ୍ଥାୟୀ ବାସିନ୍ଦାଙ୍କୁ ସୂଚନା ପ୍ରଦାନ, ସ୍ଥାନୀୟ ସଦସ୍ୟଙ୍କୁ ନେଇ ପାରିପାର୍ଶ୍ୱିକ ଉନ୍ନୟନ କମିଟି ଗଠନ ପାଇଁ ମଞ୍ଚ ଦାବି କରିଛି । ଏହି ୬ ଦାବି ନେଇ ଶନିବାର କମ୍ପାନୀର ମୁଖ୍ୟରାସ୍ତାକୁ ଅବରୋଧ କରାଯାଇଛି । ସ୍ଥାନୀୟ ଯୁବକ-ଯୁବତୀଙ୍କୁ ନିଯୁକ୍ତି ନମିଳିଲା ଯାଏଁ ସଂପ୍ରସାରଣ ବନ୍ଦ ରହିବ ବୋଲି ମଞ୍ଚ ଦାବି କରିଛି ।

   Related Posts