କରାଚୀ ଷ୍ଟକ୍ ଏକ୍ସଚେଞ୍ଜ ଆତଙ୍କବାଦୀ ହମ୍‌ଲା : ୪ ଆତଙ୍କୀ ସହ ୯ ନିହତ, ନିଜକୁ ଦାୟୀ କଲା ବେଲୁଚି ଲିବେରେସନ୍ ଆର୍ମି

Published By : Prameya-News7 Bureau | June 29, 2020 IST

କରାଚୀ ୨୯/୦୬ : ପାକିସ୍ତାନର କରାଚୀ ଷ୍ଟକ ଏକ୍ସଚେଞ୍ଜରେ ଆତଙ୍କବାଦୀ ଗ୍ରେନେଡ଼ ହମଲା କରିଛନ୍ତି | ହମଲା କରିଥିବା ୪ ଆତଙ୍କବାଦୀଙ୍କୁ ମାରି ଦିଆଯାଇଛି | ଘଟଣାରେ ଜଣେ ପୋଲିସ ଇନ୍ସପେକ୍ଟର ଓ ସିକ୍ୟୁରିଟି ଗାର୍ଡ ମଧ୍ୟ ପ୍ରାଣ ହରାଇଛନ୍ତି | ହମଲାରେ ୬ ଜଣ ଗୁରୁତର ଆହତ ହୋଇଛନ୍ତି | ସୂଚନାଯୋଗ୍ୟ ଯେ, ଆତଙ୍କବାଦୀ ଷ୍ଟକ ଏକ୍ସଚେଞ୍ଜ ଉପରେ କବଜା କରିବାକୁ ଚାହୁଁଥିଲେ | ପାକିସ୍ତାନ ଗଣମାଧ୍ୟମ ଅନୁଯାୟୀ ହମଲା ପାଇଁ ବଲୁଚ ଲିବେରେସନ ଆର୍ମି (ବିଏଲଏ) ନିଜକୁ ଦାୟୀ କରିଛି | ସୋସିଆଲ ମିଡ଼ିଆରେ ୩ ଆତଙ୍କବାଦୀଙ୍କ ଫଟୋ ମଧ୍ୟ ସେୟାର କରାଯାଇଛି | ହମଲାରେ ଏହି ଆତଙ୍କବାଦୀ ସାମିଲ ଥିବା ଦାବି କରାଯାଉଛି |

{"id":293232,"width":558,"height":744,"sizeSlug":"large"}

ସୂଚନା ଅନୁଯାୟୀ, ସକାଳ ୯ଟା ସମୟରେ ଏହି ଆତଙ୍କବାଦୀ ଷ୍ଟକ ଏକ୍ସଚେଞ୍ଜ ଫାଟକ ଦେଇ ଭିତରକୁ ଆସିବାକୁ ଉଦ୍ୟମ କରିଥିଲେ ଏବଂ ଗୁଳି ଚଲାଇଥିଲେ | ଭିତରକୁ ପଶିବା ପାଇଁ ଏମାନେ ଫାଟକରେ ହିଁ ଗ୍ରେନେଡ଼ ବିସ୍ଫୋରଣ କରିଥିଲେ | ଗ୍ରେନେଡ଼ ବିସ୍ଫୋରଣରେ ୨ଜଣ ସାଧାରଣ ନାଗରିକ ଘଟଣାସ୍ଥଳରେ ହିଁ ପ୍ରାଣ ହରାଇଥିଲେ | ପୋଲିସ କହିବାନୁଯାୟୀ, ଫାଟକ ନିକଟରେ ହିଁ ୩ ଆତଙ୍କବାଦୀଙ୍କୁ ଗୁଳି କରାଯାଇଥିଲା | ଆଉ ଜଣେ ଆତଙ୍କବାଦୀ ପରିସରକୁ ପଶିବା ପରେ ତାକୁ ଗୁଳି କରାଯାଇଥିଲା | ଘଟଣାରେ ଆହତ ହୋଇଥିବା ୬ଜଣଙ୍କୁ କରାଚୀ ସିଭିଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି |

wp:core-embed/twitter {"url":"https://twitter.com/Lone_wolf110/status/1277489644481863680","type":"rich","providerNameSlug":"twitter","className":""}
https://twitter.com/Lone_wolf110/status/1277489644481863680
/wp:core-embed/twitter

ସୂଚନା ଅନୁଯାୟୀ, କରାଚୀ ଷ୍ଟକ ଏକ୍ସଚେଞ୍ଜରେ ପୋଲିସ ନିୟୋଜିତ ହୋଇନାହାନ୍ତି | ଏହାର ସୁରକ୍ଷା ଦାୟିତ୍ୱ ଏକ ପ୍ରାଇଭେଟ ସଂସ୍ଥା ନେଇଛି | ଗୁଇନ୍ଦା ବିଭାଗକୁ କିଛି ଦିନ ପୂର୍ବରୁ ସୂଚନା ମିଳିଥିଲା ଯେ କରାଚୀରେ ଆତଙ୍କବାଦୀ ହମଲା ହେବାର ଅଛି |

wp:core-embed/twitter {"url":"https://twitter.com/Lone_wolf110/status/1277504127916896259","type":"rich","providerNameSlug":"twitter","className":""}
https://twitter.com/Lone_wolf110/status/1277504127916896259
/wp:core-embed/twitter

ହମଲା ସୂଚନା ପାଇ ପାକିସ୍ତାନ ରିଜର୍ଭ ପୋଲିସ ଓ ସିନ୍ଧ ପୋଲିସ ଘଟଣାସ୍ଥଳରେ ପହଂଚି ବିଲଡିଂରେ ଫସି ରହିଥିବା ଲୋକଙ୍କୁ ବାହାର କରିଛନ୍ତି ଏବଂ ମୁଖ୍ୟ ଫାଟକକୁ ସିଲ କରିଛନ୍ତି | ପଛପଟ ଫାଟକ ଦେଇ ଲୋକଙ୍କୁ ବାହାର କରାଯାଇଛି | ବର୍ତ୍ତମାନ ଷ୍ଟକ ଏକ୍ସଚେଞ୍ଜ ବିଲଡିଂରେ ସର୍ଚ୍ଚ ଅପରେସନ ଜାରି ରହିଛି | ବିଲଡିଂ ଆଖପାଖ ଅଞ୍ଚଳ ମଧ୍ୟ ସିଲ କରିଦିଆଯାଇଛି | ନିହତ ଆତଙ୍କବାଦୀଙ୍କ ଠାରୁ ଅସ୍ତ୍ର ଓ ଗୋଳାବାରୁଦ ଜବତ କରାଯାଇଛି |

{"id":293235,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.