Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଜେଟ୍ ଅଧିବେଶନ: ଜାନୁଆରୀ ୩୧ରେ ରାଷ୍ଟ୍ରପତିଙ୍କ ଅଭିଭାଷଣ, ଫେବୃଆରୀ ୧ରେ ଉପସ୍ଥାପନ ହେବ ବଜେଟ୍
  • ||
  • IPL 2022: ନିଜ ଟିମ୍‌ର ନାମ ଘୋଷଣା କଲା ଲକ୍ଷ୍ନୌ ଫ୍ରାଞ୍ଚାଇଜି, ରଖିଲା ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ
  • ||
  • ରାଜ୍ୟରେ ସୁସ୍ଥହେଲେ ଆଉ ୧୦,୩୦୯ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୩୧୧୫ଜଣ ଡିସଚାର୍ଜ
  • ||
  • ରବିଚନ୍ଦ୍ରନ ଅଶ୍ବିନ ନିରାଶ, ଏହି ଖେଳାଳି ହେଲେ ‘ଟେଷ୍ଟ କ୍ରିକେଟର୍ ଅଫ୍‌ ଦି ଇୟର’
  • ||
  • ରାଜ୍ୟରେ ଆଉ ୫ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୨୫କୁ ବୃଦ୍ଧି
  • ||
  • ରାଜ୍ୟରେ ଖସୁଛି ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୭୨୯୧ କୋଭିଡ୍ ପଜିଟିଭ୍, ୧୨୧୧୯୫୧ରେ ପହଞ୍ଚିଲା ସଂଖ୍ୟା
  • ||
  • ଖଲ୍ଲିକୋଟ : ଅଟୋକୁ ପଛ ପଟୁ ଧକ୍କା ଦେଲା ଟ୍ରକ, ଜଣେ ମୃତ
  • ||
  • ଭୁବନେଶ୍ୱର : ୨୬ ଯାଏଁ ରାଜ୍ୟର କିଛି ସ୍ଥାନରେ କୋହଲା ପାଗ ସହ ବର୍ଷା, ସତର୍କ କଲା ପାଣିପାଗ ବିଭାଗ
  • ||
  • ଲମତାପୁଟ : ପାଡୁଆ ପୋଲିସକୁ ସଫଳତା, ୨୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ
  • ||

ଓ୍ୱିଇ ହାଭ୍ ଲଷ୍ଟ୍ ଇଞ୍ଜିନ୍ସ୍…ଏମିତି କିଛି ଶେଷ କଥା ଥିଲା PIA ପାଇଲଟଙ୍କର, କିଛି ମିନିଟ ପରେ କେବଳ ଧୂଆଁ ଆଉ ଧୂଆଁ

22/05/2020 at 8:09 PM

କରାଚୀ, ୨୨|୦୫:  ପାକିସ୍ତାନରେ ଶୁକ୍ରବାର ଦିନ ଏକ ବଡ ଧରଣର ବିମାନ ଦୁର୍ଘଟଣା ଘଟିଛି । ଏଥିରେ ୧୦୭ଜଣ ପ୍ରାଣ ହରାଇଛନ୍ତି । ଏହି ବିମାନ ଏ୩୨୦ ଲାହୋରରୁ କରାଚୀ ଯାଉଥିଲା । ତେବେ ଠିକ ଅବତରଣ ପୂର୍ବରୁ ଏହା ଦୁର୍ଘଟଣାର  ଶିକାର ହୋଇଥିଲା । ତେବେ ଯାନ୍ତ୍ରୀକ ତ୍ରୁଟି ଯୋଗୁଁ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି । ପାକିସ୍ତାନ ଏୟାରଲାଇନସ୍ ସିଇଓ ଅରସାଦ ମଲିକ ଏହାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ।

ସେ କହିଛନ୍ତି ଯେ, କରାଚୀରେ ଲ୍ୟାଣ୍ଡିଂ ପୂର୍ବରୁ ପାଇଲଟ ଯାନ୍ତ୍ରୀକ ତ୍ରୁଟି ବାବଦରେ ସୂଚନା ଦେଇଥିଲେ । ତାଙ୍କୁ ଦୁଇଟି ରନଓ୍ୱେ ଲ୍ୟଣ୍ଡିଂ ପାଇଁ ପ୍ରସ୍ତୁତ ଥିବା କୁହାଯାଇଥିଲା । କିନ୍ତୁ ସେ ବମାନକୁ ଆଉ ୨ ରାଉଣ୍ଡ ଉଡାଇଥିଲେ ।

ପିଆଇଏର ଏହି ବିମାନକୁ କ୍ୟାପ୍ଟେନ୍ ସଜ୍ଜାଦ ଗୁଲ୍ ଚଲାଉଥିଲେ । ପାକିସ୍ତାନ ଗଣମାଧ୍ୟମର ସୂଚନାନୁସାରେ. ଅବତରଣର ୧୦ ମିନିଟ ପୂର୍ବରୁ ପାଇଲଟ ଯାନ୍ତ୍ରୀକ ତ୍ରୁଟି ବାବଦରେ ସୂଚନା ଦେଇଥିଲେ । ଏହା ମଧ୍ୟରେ ଏୟାର ଟ୍ରାଫିକ୍ କଣ୍ଟ୍ରୋଲ ଓ ପାଇଲଟଙ୍କ ମଧ୍ୟରେ ଶେଷ ବାର୍ତ୍ତାଳାପର ଅଡିଓ ସାମ୍ନାକୁ ଆସିଛି । ବିମାନ ଇଞ୍ଜିନ କାମ କରୁନି ବୋଲି ସେ ଏୟାର ଟ୍ରାଫିକ୍ କଣ୍ଟ୍ରୋଲରଙ୍କୁ କହିଥିଲେ । 

ଦୁର୍ଘଟଣାର ୧୦ ମିନିଟ ପୂର୍ବରୁ ପାଇଲଟଙ୍କ ସହ ଯୋଗଯୋଗ ବିଛିନ୍ନ ହୋଇଥିଲା । ବିମାନବନ୍ଦରରେ ଅବତରଣ ପୂର୍ବରୁ ପାଇଲଟ କହିଥିଲେ ଯେ, ୨ ରାଉଣ୍ଡ ପରେ ସେ ବିମାନକୁ ଅବତରଣ କରିବେ । କିନ୍ତୁ ଏହାପରେ ବିମାନଟି ଦୁର୍ଘଟଣାର ଶିକାର ହୋଇଥିଲା । ଦୁର୍ଘଟଣା ପୂର୍ବରୁ ପାଇଲଟ ଲ୍ୟାଣ୍ଡିଂ ଗିଅର ଖୋଲିବା ପାଇଁ ଚେଷ୍ଟା କରିଥିଲେ । କିନ୍ତୁ ଏହା ଖୋଲି ନଥିଲା । ଏପରିକି ବିମାନର ହ୍ୱିଲ୍ ମଧ୍ୟ ଖୋଲିନଥିଲା ।

ରିପୋର୍ଟ ଅନୁସାରେ, ବିମାନଟି ଏକ କୋଠାକୁ ଧକ୍କାଦେବା ପରେ ଖସି ପଡିଥିଲା । ଯେଉଁଠାରେ ଏହା ପଡିଥିଲା ସେଠାରେ ଆତଙ୍କ ସୃଷ୍ଟି ହୋଇଥିଲା । ଦମକଳ ଗାଡି ମଧ୍ୟ କଲୋନୀ ମଧ୍ୟକୁ ସହଜରେ ପ୍ରବେଶ କରିପାରି ନଥିଲା । ବିମାନଟି ତଳେ ଖସି ପଡିବା ପରେ କେତେକ ଗାଡି ମଧ୍ୟ ଜଳିଯାଇଥିଲା ।

   Related Posts