'କେବଳ ଅନ୍ୟମାନଙ୍କ କାନ୍ଦ ଶୁଭୁଥିଲା', କରାଚୀ ବିମାନ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଥିବା ଯାତ୍ରୀ ବଖାଣିଲେ ଅନୁଭୂତି

Published By : Prameya-News7 Bureau | May 23, 2020 IST

ଲାହୋର, ୨୩|୦୫: ଶୁକ୍ରବାର ପାକିସ୍ତାନ କରାଚୀରେ ଏକ ଭୟଙ୍କର ବିମାନ ଦୁର୍ଘଟଣା ଘଟିଛି । ଏଥିରେ ୯୭ଜଣ ପ୍ରାଣ ହରାଇଛନ୍ତି । ପୂର୍ବରୁ ସମସ୍ତ ଯାତ୍ରୀ ଓ ବିମାନ କର୍ମଚାରୀ ପ୍ରାଣ ହରାଇଥିବା ଖବର ଆସିଥିଲା । ତେବେ ସୌଭାଗ୍ୟକ୍ରମେ ୨ ଜଣ ଯାତ୍ରୀ ବର୍ତ୍ତିଯାଇଥିବା ଜଣାପଡିଛି । ନିଶ୍ଚିତ ମରଣ ମୁଖରୁ ବର୍ତ୍ତିଯାଇଥିବା ଏହି  ଯାତ୍ରୀ ସେମାନଙ୍କର ଦୁର୍ଘଟଣା ବେଳର ଅନୁଭୂତି ବାଣ୍ଟିଛନ୍ତି ।

ଲାହୋରରୁ କରାଚୀ ଯାଉଥିବା ପିଆଇଏ ବିମାନ ଏ୩୨୦ ଲ୍ୟାଣ୍ଡିଂର କିଛି ମିନିଟ ପୂର୍ବରୁ ଦୁର୍ଘଟଣାର ଶିକାର ହୋଇଥିଲା । ଏହି ବିମାନରେ ୯୯ଜଣ ଆରୋହୀ ଥିଲେ । ସେମାନଙ୍କ ମଧ୍ୟରୁ ୯୧ ଜଣ ଯାତ୍ରୀ ଥିବା ବେଳେ ୮ଜଣ କର୍ମଚାରୀ ରହିଥିଲେ ।

ବର୍ତ୍ତିଯାଇଥିବା ଯାତ୍ରୀ ମହମ୍ମଦ ଜୁବେର କହିଛନ୍ତି ଯେ, ପ୍ରଥମେ ସେମାନଙ୍କୁ ଲ୍ୟାଣ୍ଡିଂରେ ଅସୁବିଧା ହେଉଥିବା ନେଇ ସତର୍କ ସୂଚନା ଦିଆଯାଇଥିଲା । ଏନେଇ ପାଇଲଟ୍ ଯାତ୍ରୀଙ୍କୁ କହିଥିଲେ । ସେ ମଧ୍ୟ ବିମାନରେ କୌଣସି ଯାନ୍ତ୍ରୀକ ତ୍ରୁଟି ଥିବା ବାବଦରେ ଜାଣିପାରି ଥିଲେ । ଦିନ ୩ଟା ଯାଏଁ ସବୁ ଠିକ ଠାକ ଥିଲା । ସେହି ସମୟରେ ପାଇଲଟ୍ ମଧ୍ୟ ଶେଷ ସନ୍ଦେଶ ଦେଇସାରିଥିଲେ । ବିମାନଟି ଧୂଆଁରେ ଭର୍ତ୍ତି ହୋଇଯାଇଥିଲା । ଚାରିଆଡେ କେବଳ କ୍ରନ୍ଦନ ଶବ୍ଦ ଶୁଭୁଥିଲା ।

ତେବେ ପାକିସ୍ତାନ ଅଧିକାରୀଙ୍କ କହିବାନୁସାରେ, ଅଧିକାଂଶ ଯାତ୍ରୀ ଛୁଟି କଟାଇ ଫେରୁଥିଲେ । ସେମାନେ ଇଦ୍ ପାଇଁ ନିଜ ଘର ଅଭିମୁଖେ ଯାତ୍ରା କରୁଥିଲେ । ତେବେ ବିମାନଟି ଦୁର୍ଘଟଣାର ଶିକାର ହୋଇଥିଲା । ଫଳରେ ୯୭ଜଣ ଯାତ୍ରୀ ପ୍ରାଣ ହରାଇଛନ୍ତି । ସେମାନଙ୍କ ମଧ୍ୟରୁ ୧୯ଜଣଙ୍କୁ ଚିହ୍ନଟ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.