Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଇପିଏଲ ନିଲାମୀ ତାଲିକାରୁ କ୍ରିସ୍ ଗେଲ୍‌ଙ୍କ ସମେତ ଏହି ଖେଳାଳି ବାହାର
  • ||
  • Syed Modi International: ଫାଇନାଲ୍‌ରେ ପହଞ୍ଚିଲେ ପିଭି ସିନ୍ଧୁ, ମାଲଭିକାଙ୍କ ସହ ଟାଇଟଲ୍‌ ମୁକାବିଲା
  • ||
  • IPLରେ ଜଲଓ୍ବା ଦେଖାଇବେ ଶ୍ରୀସନ୍ତ, ନିଲାମୀ ପାଇଁ ବେସ୍‌ ପ୍ରାଇସ୍ ରହିଛି ୫୦ ଲକ୍ଷ ଟଙ୍କା
  • ||
  • ଜାମ୍ମୁ କାଶ୍ମୀରରେ ଭାରତୀୟ ସେନା ପକ୍ଷରୁ ଏନକାଉଣ୍ଟର, ଜଣେ ଆତଙ୍କବାଦୀ ସଫା, ସର୍ଚ୍ଚ ଅପରେସନ ଜାରି
  • ||
  • ୟେମେନ ଗଣହତ୍ୟାକୁ ନିନ୍ଦା କଲା ଜାତିସଂଘ, ସାଉଦିର ବିମାନ ଆକ୍ରମଣରେ ନିହତ ହୋଇଥିଲେ ୭୦ ବିଦ୍ରୋହୀ
  • ||
  • ସୋର : ଟ୍ରକ୍ ସହ ଧକ୍କା ହୋଇ ନୟନଜୋରିକୁ ଓଲଟିଲା ବସ୍, ୫ ଜଣଙ୍କ ମୃତ୍ୟୁ, କିଛି ଲୋକ ଚାପି ହୋଇ ରହିଥିବା ସନ୍ଦେହ
  • ||
  • ଭଦ୍ରକରେ ବିଜେପିକୁ ଝଟ୍‌କା, ଦଳ ଛାଡିଲେ ଶତାଧିକ ବରିଷ୍ଠ ନେତା ଓ କର୍ମୀ
  • ||
  • ୨୦ ମହଲା କୋଠାରେ ଭୀଷଣ ଅଗ୍ନିକାଣ୍ଡ, ୧୫ ଆହତ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୩ ଲକ୍ଷ ୩୭ ହଜାରରୁ ଅଧିକ କରୋନା ପଜିଟିଭ୍, ୪୮୮ ମୃତ
  • ||
  • ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୧୪କୁ ବୃଦ୍ଧି
  • ||

ବୁଲିବା ପାଇଁ ଶବ ପାଲଟିଲେ ଯୁବକ : ପୋଲିସ କଫିନ ଉଠାଇ ଦେଖିବାରୁ ଉଠି ବସିଲେ ନକଲି ଶବ, ପଚାରିଲେ – ‘ଆମେ ପହଞ୍ଚିଗଲୁ ?’

22/04/2020 at 3:49 PM

କରାଚୀ ୨୨/୦୪ : କରୋନା ଯୋଗୁଁ ସାରା ଦୁନିଆ ଚିନ୍ତିତ | ଭାଇରସ ବିସ୍ତାର ରୋକିବା ପାଇଁ ଅନେକ ଦେଶ ଲକଡାଉନ ରହିଛି | ବିନା କାମରେ ବାହାରକୁ ଯିବା ପାଇଁ ସରକାର ଜନତାଙ୍କୁ ମନା କରିଛନ୍ତି | ସାମାଜିକ ଦୂରତା ପାଳନ କରିବାକୁ ମଧ୍ୟ ବାରମ୍ବାର ଅପିଲ କରାଯାଉଛି | ତେବେ ଏଭଳି ସ୍ଥିତିରେ ବାହାରକୁ ଯିବା ପାଇଁ ଲୋକେ ନାନା ବାହାନା ଖୋଜୁଛନ୍ତି |

ପାକିସ୍ତାନର ଏକ ଅଜବ ଘଟଣା ସାମ୍ନାକୁ ଆସିଛି | ବାହାରକୁ ଯିବା ପାଇଁ ଜୀବନ୍ତ ବ୍ୟକ୍ତିକୁ ମୃତ କରି ଆମ୍ବୁଲାନ୍ସରେ ଶୁଆଇ ଦେଇଥିଲେ ତାଙ୍କ ବନ୍ଧୁ | କିନ୍ତୁ ପୋଲିସ ହାତରେ ଧରା ପଡ଼ିଥିଲେ | ପୋଲିସ ଆମ୍ବୁଲାନ୍ସ ଅଟକାଇ ଯାଞ୍ଚ କରିବା ପାଇଁ କଫିନ ଉଠାଇବାରୁ ମୃତ ପାଲଟିଥିବା ବ୍ୟକ୍ତି ଜଣକ ଉଠି ବସି ପଡିଥିଲେ | ହଠାତ ତାଙ୍କ ପାଟିରୁ ବାହାରି ଯାଇଥିଲା, “ଆମେ ପହଞ୍ଚିଗଲୁ କି ?”

ପାକିସ୍ତାନର କରାଚୀ ସହରରେ ଘଟିଛି ଏହି ଘଟଣା | ଏଠାରେ କିଛି ଲୋକ ଲକଡାଉନ ନିୟମ ଭାଙ୍ଗି ଯାତ୍ରା କରିବା ପାଇଁ ଜଣେ ମୃତ ବ୍ୟକ୍ତିଙ୍କୁ ମୃତ କରିଦେଇଥିଲେ | ଲକଡାଉନ ସମୟରେ ଆମ୍ବୁଲାନ୍ସର ଯିବା ଆସିବା ଉପରେ କୌଣସି କଟକଣା ନାହିଁ | ଆମ୍ବୁଲାନ୍ସକୁ କେଉଁଠାରେ ରୋକା ଯାଉନାହିଁ | ଏହାର ଫାଇଦା ଉଠାଇ କିଛି ଲୋକ ନକଲି ଶବ ନେଇ ଯିବା ବାହାନାରେ ଆମ୍ବୁଲାନ୍ସରେ ଯାତ୍ରା କରିବା ପାଇଁ ବାହାରି ପଡିଲେ |

ମିଡ଼ିଆ ରିପୋର୍ଟ ଅନୁଯାୟୀ, କିଛି ଲୋକ ମିଶି ଏକ ଆମ୍ବୁଲାନ୍ସ ବୁକ କରିଥିଲେ | ଖେବରପଖ୍ତୁନୱା ଯିବା ପାଇଁ ନିଷ୍ପତ୍ତି ହେଲା | ଆମ୍ବୁଲାନ୍ସ ଭଡା ମଧ୍ୟ ଠିକ ହେଲା | ଭଡା ୫୨ ହଜାର ଦେବେ ବୋଲି ନିଷ୍ପତ୍ତି ହେଲା | ଡ୍ରାଇଭର ମଧ୍ୟ ରାଜି ହୋଇଗଲା | ଏହାପରେ ନିଷ୍ପତ୍ତି ନିଆଗଲା କାହାକୁ ନକଲି ଶବ କରାଯିବ ଯେପରିକି ପୋଲିସ ଚେକ ପୋଷ୍ଟରେ ଯାଞ୍ଚ ନ ହେବ ଏବଂ ସେମାନେ ଆରାମରେ ଖସିଯିବେ | ସେମାନେ ୧୦ ଜଣ ଥିଲେ | ୧୦ ଜଣଙ୍କ ମଧ୍ୟରୁ ଜଣକୁ ନକଲି ଶବ କରି ଶୁଆଇ ଦିଆଗଲା ଏବଂ ଉପରେ ଏକ କଫିନ ଘୋଡାଇ ଦିଆଗଲା | କିନ୍ତୁ ଏମାନଙ୍କ ପାଖରେ କାହାର ମୃତ୍ୟୁ ପ୍ରମାଣ ପତ୍ର ନଥିଲା | ଆମ୍ବୁଲାନ୍ସ କେତେଗୁଡ଼ାଏ ଚେକପୋଷ୍ଟ ଦେଇ ଆଗେଇ ଚାଲିଲା | ଖେବରପଖ୍ତୁନୱା ରାସ୍ତାରେ ଏକ ସୁପର ହାଇୱେ ପଡେ | ଏଠାରେ ପହଞ୍ଚିବା ପରେ ଡ୍ୟୁଟିରେ ଥିବା ପୋଲିସକର୍ମୀ ଆମ୍ବୁଲାନ୍ସକୁ ଅଟକାଇଥିଲେ | ଆମ୍ବୁଲାନ୍ସରେ ଥିବା ଲୋକଙ୍କୁ ଦେଖି ସନ୍ଦେହ କରିଥିଲେ କାରଣ ଆମ୍ବୁଲାନ୍ସରେ ୧୦ ଜଣ ଥିଲେ | ପୋଲିସ ପଚାରିବାରୁ ସେ କହିଥିଲେ ଯେ ତାଙ୍କର ଜଣେ ସମ୍ପର୍କୀୟଙ୍କ ମୃତ୍ୟୁ ହୋଇଛି | ମୃତଦେହ ନେଇ ସେମାନେ ତାଙ୍କର ପୈତୃକ ଗାଁ ଯାଉଛନ୍ତି | ପୋଲିସଠୁ ବଞ୍ଚିବା ପାଇଁ ତାଙ୍କ ପାଖରେ ଥିବା ଏକ ପୁରୁଣା ମୃତ୍ୟୁ ପ୍ରମାଣପତ୍ର ଦେଖାଇଥିଲେ | କିନ୍ତୁ ପୋଲିସକୁ ବିଶ୍ୱାସ ହୋଇନଥିଲା | ସେ ଯାଞ୍ଚ କରିବା ପାଇଁ ମୃତ ବ୍ୟକ୍ତି ଉପରୁ କଫିନ ଉଠାଇବା କ୍ଷଣି ନକଲି ଶବ ଉଠି ପଚାରିଥିଲେ ଆମେ ପହଞ୍ଚିଗଲୁ କି ?

ଯାଞ୍ଚ ପରେ ସତ ସାମ୍ନାକୁ ଆସିବାରୁ ପୋଲିସ ସମସ୍ତ ୧୦ ଜଣଙ୍କୁ ହେପାଜତକୁ ନେଇଥିଲା | କିଛି ସମୟ ହେପାଜତରେ ରଖିବା ପରେ ସେମାନଙ୍କୁ ଛାଡି ଦିଆଯାଇଥିଲା | ଆମ୍ବୁଲାନ୍ସକୁ ଜବତ କରି ଆମ୍ବୁଲାନ୍ସ ଡ୍ରାଇଭରକୁ ପୋଲିସ ଗିରଫ କରିଛି | 

   Related Posts