Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗତ ୨୪ ଘଣ୍ଟାରେ କରୋନାରୁ ଆରୋଗ୍ୟ ହେଲେ ୨୦୧୦ ସଂକ୍ରମିତ
  • ||
  • ମୋଦୀ ସରକାରଙ୍କ ବଡ ନିଷ୍ପତ୍ତି: ଜାମ୍ମୁ-କାଶ୍ମୀରରେ ଯେ କେହି ବି ଜାଗା କିଣି ପାରିବେ, ବିଜ୍ଞପ୍ତି ଜାରି କଲା ଗୃହ ମନ୍ତ୍ରଣାଳୟ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ, ୧୨୭୨ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୧୨୪୭ କରୋନା ସଂକ୍ରମିତ, ୨୮୩୯୪୨ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଢେଙ୍କାନାଳ : କେନାଲରୁ ମୃତଦେହ ଉଦ୍ଧାର, ଶୌଚ ହେବାକୁ ଯାଇ ବୁଡିଯାଇଥିବା ସନ୍ଦେହ
  • ||
  • ଢେଙ୍କାନାଳ : ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ଠେଙ୍ଗାରେ ପିଟି ପିଟି ମାରିଦେଲା, ଅଭିଯୁକ୍ତ ସ୍ବାମୀ ଫେରାର
  • ||
  • ଅନୁଗୋଳ : ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ, ବିଷାକ୍ତ ମଦ ପିଇ ମୃତ୍ୟୁ ଅଭିଯୋଗ
  • ||
  • କଳାହାଣ୍ଡି : ଯୁବକଙ୍କ କ୍ଷତ ବିକ୍ଷତ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ
  • ||
  • ଜଲାପୁଟ ଜଳ ଭଣ୍ଡାରରେ ମାଛଧରା ଡଙ୍ଗା ବୁଡି ୩ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ପାକିସ୍ତାନ : ପେଶାଓ୍ୱାରରେ ବୋମା ବିସ୍ଫୋରଣରେ ୭ ମୃତ, ୫୫ ଆହତ
  • ||

ଭୟଙ୍କର ବିମାନ ଦୁର୍ଘଟଣାର କିଛି ଛାତିଥରା ଫଟୋ, ୧୦୭ ଆରୋହୀରୁ କେହି ବଞ୍ଚି ନାହାନ୍ତି

22/05/2020 at 6:42 PM

କରାଚୀ, ୨୨|୦୫:   ପାକିସ୍ତାନ କରାଚୀ ସହରରେ ଶୁକ୍ରବାର ଏକ ଭୟଙ୍କର ବିମାନ ଦୁର୍ଘଟଣା ଘଟିଛି । ଏଥିରେ ୯୯ ଯାତ୍ରୀଙ୍କ ସହ ୮ଜଣ ବିମାନ କର୍ମଚାରୀ ପ୍ରାଣ ହରାଇଛନ୍ତି । ବିମାନରେ ଥିବା ସମସ୍ତ ୧୦୭ଜଣଙ୍କର ମୃତ୍ୟୁ ହୋଇଛି । ଏହା ଏତେ ଭୟଙ୍କର ଥିଲା ଯେ ଦୁର୍ଘଟଣାଗ୍ରସ୍ତ ହୋଇ  ଏକ କଲୋନୀରେ ଖସି ପଡିଥିଲା । ଫଳରେ କଲୋନୀର ଅନେକ ଘର ମଧ୍ୟ କ୍ଷତିଗ୍ରସ୍ତ ହୋଇଛି ।

ପାକିସ୍ତାନ ଇଣ୍ଟରନାଶନାଲ ଏୟାରଲାଇନ୍ସର ଏ୩୨୦ ବିମାନ ଇଞ୍ଜିନରେ କୌଣସି ଯାନ୍ତ୍ରୀକ ତ୍ରୁଟି ଥିବାରୁ ଏହା ଦୁର୍ଘଟଣାଗ୍ରସ୍ତ ହୋଇଥିବା କୁହାଯାଉଛି । ଏହା ଲାହୋରରୁ କରାଚୀ ଆସୁଥିଲା । ତେବେ ଠିକ ଅବତରଣ ପୂର୍ବରୁ ଏହା ଦୁର୍ଘଟଣାର ଶିକାର ହୋଇଥିଲା । ବିମାନର ପାଇଲଟ ୨ ରାଉଣ୍ଡ ବୁଲାଇ ଲ୍ୟାଣ୍ଡିଂ କରିବା ବେଳେ ଏହି ଅଘଟଣ ଘଟିଥିଲା ।  ତେବେ ଏହା କେତେକ ଘର ଉପରେ ମଧ୍ୟ ଖସିପଡିଥିଲା । ଫଳରେ କିଛି ଘର ଜଳିଯାଇଛି । ଘଟଣାସ୍ଥଳରେ ଉଦ୍ଧାକାରୀ ଟିମ୍ ପହଁଚି ଲୋକଙ୍କୁ ଉଦ୍ଧାର ମଧ୍ୟ କରିଛନ୍ତି ।

ପାକିସ୍ତାନର ବେସାମରିକ ବିମାନ ବିଭାଗ କହିଛି ଯେ, ବିମାନରେ ୯୯ ଜଣ ଯାତ୍ରୀଙ୍କ ସହ ୮ ଜଣ କର୍ମଚାରୀ ଥିଲେ । ଏହି ବିମାନଟି ୧୫ ବର୍ଷ ପୁରୁଣା । ଏହାକୁ ଗତ ନଭେମ୍ବର ମାସରେ ଯାଞ୍ଚ କରାଯାଇଥିଲା । ଶୁକ୍ରବାର ସ୍ଥାନୀୟ ସମୟାନୁସାରେ ଦିନ ୨ଟା ୩୦ରେ ଏହି ଦୁର୍ଘଟଣା ଘଟିଛି ।

ଏହି ସମୟରେ ଅନେକ ଫଟୋ ସାମ୍ନାକୁ ଆସିଛି । ଯେଉଁଥିରେ ଦୁର୍ଘଟଣାର ଭୟାବହତାକୁ ସହଜରେ ମପାଯାଇ ପାରିବ ।

ବିମାନର ଭଗ୍ନାବଶେଷ

 ଏକ ଛୋଟ ଶିଶୁକୁ ଉଦ୍ଧାର କରାଯାଉଛି

ବିମାନ ଦୁର୍ଘଟଣା ପରେ ଲାଗିଥିବା ନିଆଁକୁ ଲିଭାଯାଉଛି

ଉଦ୍ଧାରକାର୍ଯ୍ୟ ଆରମ୍ଭ

ଜଳିଗଲା ଅନେକ ଗାଡି

   Related Posts