ମୋଟରଯାନ ଆଇନକୁ ଖୋଲାଖୋଲି ଉଲଂଘନ, ଫିଟନେସ୍ ନଥିବା ଗାଡିରେ ବୁଲି ବିବାଦରେ ଉପଜିଲ୍ଲାପାଳ

Published By : Prameya-News7 Bureau | July 30, 2020 IST

ଉଦଳା ୩୦।୭: ସରକାରଙ୍କ ପକ୍ଷରୁ ମୋଟରଯାନ ଆଇନକୁ କଡାକଡି କରାଯାଇଛି । ଏଥିପାଇଁ ଆରଟିଓ ସବୁ ସ୍ଥାନରେ ତନଖି କରିବା ସହିତ ଆଇନ ଉଲଂଘନକାରୀଙ୍କୁ ମୋଟା ଅଙ୍କର ଫାଇନ୍ କରୁଥିବା ମଧ୍ୟ ପୂର୍ବରୁ ଅନେକ ନଜିର ରହିଛି । ହେଲେ ଏଭଳି ସ୍ଥଳେ ମୋଟରଯାନ ଆଇନକୁ ଖୋଲାଖୋଲି ଉଲଂଘନ କରି ଏବେ ବିବାଦ ଭିତରକୁ ଆସିଛନ୍ତି ଉପଜିଲ୍ଲାପାଳ ।

{"id":307487,"sizeSlug":"large"}

ସରକାର ମୋଟର ଯାନ ଆଇନକୁ କଡାକଡି କରିଛନ୍ତି । ଯାହାକି ରାଜ୍ୟର ବିଭିନ୍ନ ପ୍ରାନ୍ତରେ ପୂର୍ବରୁ ମୋଟରଯାନ ଆଇନକୁ ଉଲଂଘନ କରି ସାଧାରଣ ଜନତା ବେଶ୍ ମୋଟା ଅଙ୍କର ଫାଇନ୍ ମଧ୍ୟ ଦେଇଛନ୍ତି । ଯାହାକୁ ନେଇ ଅନେକ ତୁମ୍ବିତୋଫାନ ମଧ୍ୟ ହୋଇଛି । ହେଲେ ଏହି ମୋଟରଯାନ ଆଇନକୁ ଖୋଲାଖୋଲି ଉଲଂଘନ କରି ଏବେ ବିବାଦକୁ ଆସିଛନ୍ତି କପ୍ତିପଦା ଉପଖଣ୍ଡର ଉପଜିଲ୍ଲାପାଳ ।

{"id":307488,"sizeSlug":"large"}

କପ୍ତିପଦା ଉପଖଣ୍ଡର ଉପଜିଲ୍ଲାପାଳ ଭଗବାନ ବହେରାଙ୍କ କାର୍ଯ୍ୟାଳୟରେ ତାଙ୍କ ଯିବାଆସିବା ନିମନ୍ତେ ଏକ ଗାଡି ଭଡା ସୂତ୍ରରେ ନିୟୋଜିତ ହୋଇଛି । ଉକ୍ତ ଗାଡିର ନମ୍ବର ହେଉଛି ଓଡି୦୧ଏଲ୭୧୪୨ । ଏହି ମହିନ୍ଦ୍ରା ବୋଲେରୋ ଗାଡିରେ ଉପଜିଲ୍ଲାପାଳ ସବୁଆଡେ ଯିବାଆସିବା କରନ୍ତି । ହେଲେ ପରିବହନ ବିଭାଗ ଓ୍ବେବସାଇଟ୍ ଖୋଲିଦେଇଛି ସବୁ ତଥ୍ୟ । ଏହି ଗାଡିର ଫିଟନେସ୍ ଗତ ୨୦୧୯ ମେ ୧୪ ତାରିଖରୁ ଶେଷ ହୋଇଯାଇଛି । ହେଲେ ଏହି ଗାଡିର ଫିଟନେସ୍ ନଥିବା ବେଳେ ଉପଜିଲ୍ଲାପାଳ ଏହି ଗାଡିରେ ସବୁଆଡେ ବୁଲୁଛନ୍ତି ।

{"id":307489,"sizeSlug":"large"}

ସବୁଠାରୁ ଆଶ୍ଚର୍ଯ୍ୟର କଥା ବିଭିନ୍ନ ସ୍ଥାନରେ ପୋଲିସ ଚେକିଂ ପାର ହୋଇ ମଧ୍ୟ ଉପଜିଲ୍ଲାପାଳଙ୍କ ଗାଡି ଯାତାୟତ କରୁଛି । ହେଲେ କେବେ କେହି ଉପଜିଲ୍ଲାପାଳଙ୍କ ଗାଡିକୁ ଅଟକାଇବା କିମ୍ବା ଏହାର ତନଖି କରିନାହାନ୍ତି । ତେବେ ବିନା ଫିଟନେସରେ ଏକ ବର୍ଷ ହେବ ଗାଡିରେ ବୁଲି ଏବେ ବିବାଦରେ ପଡିଛନ୍ତି ଉପଜିଲ୍ଲାପାଳ । ଏହା ଜଣାପଡିବା ପରେ ଉପଜିଲ୍ଲାପାଳ ନିଜ କ୍ଷମତାର ଅପବ୍ୟବହାର କରୁଥିବା ଅଭିଯୋଗ କରିଛନ୍ତି ଆଇନଜୀବୀ ।

{"id":307490,"sizeSlug":"large"}

ଅନ୍ୟପଟେ ପୂର୍ବରୁ ମୋଟରଯାନ ଆଇନ ଉଲଂଘନ କରି ତଣ୍ଡ ଗଣିଥିବା ସାଧାରଣ ଲୋକେ ମଧ୍ୟ ଏହା ଶୁଣି ଆଶ୍ଚର୍ଯ୍ୟ ହେବା ସହିତ ଯେହେତୁ ସେ ଉପଜିଲ୍ଲାପାଳ ସେ ସବୁ ନିୟମକୁ ଖୋଲାଖୋଲି ଉଲଂଘନ କରିପାରିବେ ବୋଲି ମତ ରଖିଛନ୍ତି । ତେବେ ସରକାରଙ୍କ ନିୟମ ମୁଖ୍ୟମନ୍ତ୍ରୀଙ୍କଠାରୁ ଆରମ୍ଭ କରି ଗରିବ ଶ୍ରେଣୀର ଲୋକଙ୍କ ପାଇଁ ହୋଇଥିବା ବେଳେ ଉପଜିଲ୍ଲାପାଳଙ୍କ କ୍ଷେତ୍ରରେ ସେ ନିୟମକୁ କଣ ପାଇଁ କୋହଳ କରାଯାଇଛି ତାହାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.