Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ୧୮ ଜଣିଆ ଭାରତୀୟ ଦଳ ଘୋଷିତ, ଜାଣନ୍ତୁ କେଉଁ କେଉଁ ଖେଳାଳିଙ୍କୁ ମିଳିଲା ସ୍ଥାନ
  • ||
  • ରୋହିତ ଶର୍ମା ହେଲେ ଟିମ ଇଣ୍ଡିଆର ନୂତନ ଦିନିକିଆ ଅଧିନାୟକ, ବିରାଟଙ୍କୁ କେବଳ ଟେଷ୍ଟ ଦାୟିତ୍ଵ
  • ||
  • ଭୁବନେଶ୍ବର : ଗତ ଦୁଇ ବର୍ଷରେ ମାପ ଓ ଓଜନ ନିୟମ ଉଲଂଘନକାରୀଙ୍କଠୁ ଆଦାୟ ହୋଇଛି ୨ କୋଟି ୮୩ ଲକ୍ଷ ଟଙ୍କା : ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ
  • ||
  • ଭୁବନେଶ୍ବର : ଡିସେମ୍ବର ୯ରେ ବିଧାନସଭା ଘେରାଉ କରିବ ବିଜେପି ଯୁବମୋର୍ଚ୍ଚା : ଇରାଶିଷ୍ ଆଚାର୍ଯ୍ୟ
  • ||
  • ଭୁବନେଶ୍ବର : ଡ୍ରଗ୍ସ ମାଫିଆ ଶେଖ୍ ଆଜବାହାର ବାଲେଶ୍ଵର କୋର୍ଟରେ ହାଜର, ରାଜ୍ୟ ବାହାରେ ସମ୍ପତ୍ତି ଥିବା ନେଇ ମିଳିଛି ପ୍ରମାଣ
  • ||
  • ଅନୁଗୋଳ : ଆଖୁ ଖାଇବାକୁ ଆସି କୂଅରେ ଖସିପଡିଲା ଭାଲୁ, ବନ ବିଭାଗ କଲା ଉଦ୍ଧାର
  • ||
  • ଭୁବନେଶ୍ବର : କ୍ରାଇମବ୍ରାଞ୍ଚ ଏସଟିଏଫ୍‌ ଟାର୍ଗେଟ୍‌ରେ ବନ୍ୟପ୍ରାଣୀ ମାଫିଆ, ପ୍ରସ୍ତୁତ ହେଲା ମୋଷ୍ଟ ୱାଣ୍ଟେଡ ତାଲିକା
  • ||
  • ଚେନ୍ନାଇ : ତାମିଲନାଡୁ କୁନ୍ନୁରରେ ସିଡିଏସ୍ ବିପିନ ରାଓ୍ବତଙ୍କ ହେଲିକପ୍ଟର କ୍ରାସ୍
  • ||
  • ଭୁବନେଶ୍ବର : କୃଷି ଋଣ ଛାଡ ସହ ଫସଲ କ୍ଷୟକ୍ଷତି ଲାଗି ସ୍ବତନ୍ତ୍ର ପ୍ୟାକେଜ ଦାବି କଲା କଂଗ୍ରେସ
  • ||
  • ଭାରତୀୟ ବାୟୁସେନାର ବଢିବ ଶକ୍ତି, ଚାନ୍ଦୀପୁର ଘାଟିରୁ ‘ବ୍ରହ୍ମୋସ’ର ସଫଳ ପରୀକ୍ଷଣ
  • ||

ଆଇସିୟୁରେ ଋଷିଙ୍କ ଭିଡିଓ ସୁଟ୍ କରିଥିବା ବ୍ୟକ୍ତି ବିରୋଧରେ ମାମଲା ରୁଜ୍ଜୁ କରିବ କପୁର ପରିବାର ! ହସ୍ପିଟାଲକୁ ନୋଟିସ୍

4/05/2020 at 2:16 PM

ମୁମ୍ବାଇ ୦୪/୦୫ : ବଲିଉଡର ଭେଟେରାନ ଅଭିନେତା ଋଷି କପୁରଙ୍କ ଦେହାନ୍ତ ପରେ କପୁର ପରିବାର ଅବସାଦରେ ରହିଛି | କପୁର ପରିବାର ପାଇଁ ଏହା ଅତ୍ୟନ୍ତ ଦୁଖଦ ମୁହୂର୍ତ୍ତ | ପୁରା ପରିବାର ଦୁଃଖରେ ଭାଙ୍ଗି ପଡିଛି | କିନ୍ତୁ ଏହାଠାରୁ ଆହୁରି ଦୁଖଦ ଘଟଣା ହେଲା ହସ୍ପିଟାଲରେ ଋଷି ଭର୍ତ୍ତି ଥିବା ସମୟରେ ତାଙ୍କର ଭିଡିଓ ସୁଟ୍ କରାଯାଉଥିଲା ଯେତେବେଳେ ସେ ଜୀବନ ମୃତ୍ୟୁ ସହ ସଂଗ୍ରାମ କରୁଥିଲେ | ଏହି ଘଟଣା କପୁର ପରିବାରକୁ ଅତ୍ୟନ୍ତ ମର୍ମାହତ କରିଛି | ଋଷିଙ୍କ ଏହି ଭିଡିଓ ସୋସିଆଲ ମିଡ଼ିଆରେ ବହୁତ ଭାଇରାଲ ହେଉଛି | ଭିଡିଓକୁ ଯିଏ ବି ଦେଖୁଛନ୍ତି ଶୋକ ପ୍ରକାଶ କରୁଛନ୍ତି | ଭିଡିଓରେ ଋଷି ଭେଣ୍ଟିଲେଟର ଥିବା ଦେଖିବାକୁ ମିଳିଛି | ସେତେବେଳେ ସେ ବହୁତ ଜୋର ଜୋରରେ ନିଶ୍ୱାସ ନେଉଥିଲେ | ଭିଡିଓ ଋଷିଙ୍କ ନିଧନର କିଛି ସମୟ ପୂର୍ବରୁ ସୁଟ୍ କରାଯାଇଥିଲା | ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାପରେ ଲୋକେ ହସ୍ପିଟାଲ ଓ ଭିଡିଓ କରିଥିବା ବ୍ୟକ୍ତିଙ୍କୁ ଆକ୍ଷେପ କରିଛନ୍ତି |

ଭିଡିଓ ଭାଇରାଲ ହେବାପରେ ହସ୍ପିଟାଲ ବିବାଦ ଘେରରେ ରହିଛି | ମାମଲାକୁ କପୁର ପରିବାର ଗମ୍ଭୀରତାର ସହ ନେଇଛି ଏବଂ ହସ୍ପିଟାଲ ପ୍ରଶାସନ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି | ଋଷି କପୁରଙ୍କ ଦଶାହ କାର୍ଯ୍ୟ ପରେ ତାଙ୍କ ପରିବାର ମାମଲା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କହିଛନ୍ତି | ତେବେ ହସ୍ପିଟାଲ ଏ ସମ୍ପର୍କରେ ସଫେଇ ଦେଇ ଭିଡିଓ ସୁଟିଙ୍ଗ କରିଥିବା ବ୍ୟକ୍ତିଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କହିଛି | ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସୋସିଆଲ ମିଡ଼ିଆରେ ମଧ୍ୟ ଦାବି ହୋଇଛି | ଅଭିନେତା କୁଶାଲ ଟଣ୍ଡନ ଏହି ଭିଡିଓକୁ ଡିଲିଟ କରିବା ପାଇଁ ସମସ୍ତ ପ୍ରଶଂସକଙ୍କୁ ନିବେଦନ କରିଛନ୍ତି |

ଭିଡିଓକୁ ନେଇ ଜାରି ହୋଇଥିବା ନୋଟିସର ଏକ ଫଟୋ ଅଶୋକ ପଣ୍ଡିତ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି | ସେ କହିଛନ୍ତି ଋଷିଙ୍କ ଭାଇରାଲ ଭିଡିଓକୁ ନେଇ (ଏଫଡ଼ବ୍ଳ୍ଇଆଇସିଇ) ଫେଡେରେସନ ଅଫ୍ ଵେଷ୍ଟର୍ନ ଇଣ୍ଡିଆ ସିନେ ଏମ୍ପ୍ଲୟୀ ବିରୋଧ କରିଛନ୍ତି | ଏହି ଭିଡିଓ ଅନୈତିକ ଏବଂ ବିନା ଅନୁମତିରେ ନିଆଯାଇଛି | ଏହା ଜଣେ ସମ୍ମାନୀୟ ଅଭିନେତାଙ୍କ ମୌଳିକ ଅଧିକାରର ଉଲଙ୍ଘନ ବୋଲି ସେ କହିଛନ୍ତି |

ବଲିଉଡର ପ୍ରଚ୍ଛଦପଟ ଗାୟକ ଓ ମନ୍ତ୍ରୀ ବାବୁଲ୍ ସୁପ୍ରିୟୋ ମଧ୍ୟ ଭିଡିଓକୁ ନେଇ ଅଭିଯୋଗ କରି ଉକ୍ତ ବ୍ୟକ୍ତିଙ୍କୁ ସସ୍ପେଣ୍ଡ୍ କରିବାକୁ ଦାବି କରିଛନ୍ତି | ସେ କହିଛନ୍ତି ମୋବାଇଲ୍ ଫୋନ୍ ବ୍ୟକ୍ତିଙ୍କ ପ୍ରାଇଭେସିକୁ ନଷ୍ଟ କରିଦେଇଛି | ତେବେ ବିଡମ୍ବନାର ବିଷୟ ହେଲା ୱାର୍ଡ୍ ବଏ ଭିଡିଓ ସୁଟିଙ୍ଗ କଲାବେଳେ ଅନ୍ୟ ୱାର୍ଡ ବଏ ସେଠାରେ ଉପସ୍ଥିତ ଥିବା ସତ୍ୱେ କେହି ତାଙ୍କୁ ବାରଣ କରିନଥିଲେ |

ପ୍ରଯୋଜକ ପହଲାଜ ନିହଲାନି କହିଛନ୍ତି ଯେ, ଜଣେ ଭେଟେରାନ ଅଭିନେତାଙ୍କ ସହ ଯଦି ହସ୍ପିଟାଲରେ ଏହିଭଳି ହୋଇପାରେ ତାହେଲେ ତାହେଲେ ସାଧାରଣ ଜନତାଙ୍କ ସହ କଣ ହେଉଥିବ | ତେବେ ଭିଡିଓ କିଏ ସୁଟିଙ୍ଗ କରିଥିଲା ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ |

   Related Posts