ଦୀର୍ଘ ୭ମାସ ପରେ ଖୋଲିଲା କପିଳାସ ପ୍ରାଣୀ ଉଦ୍ୟାନ, ରହିଛି ଏହିସବୁ କଟକଣା

Published By : Prameya-News7 Bureau | October 04, 2020 IST

ଢେଙ୍କାନାଳ ୪।୧୦: ମହାମାରୀ କରୋନା ସଂକ୍ରମଣ ଆଶଙ୍କାରେ ଗତ ମାର୍ଚ୍ଚ ମାସଠାରୁ ଦୀର୍ଘ ୭ ମାସ ଧରି ସମ୍ପୂର୍ଣ୍ଣ ବନ୍ଦ ରହିଥିବା କପିଳାସ ପ୍ରାଣୀଉଦ୍ୟାନ ରବିବାରଠାରୁ ପୁଣି ଦର୍ଶକଙ୍କ ପାଇଁ ଖୋଲାଯାଇଛି । ପ୍ରସିଦ୍ଧ ଶୈବପୀଠ କପିଳାସ ପାଦଦେଶରେ ଅବସ୍ଥିତ ଥିବା ଏହି କପିଳାସ ପ୍ରାଣୀଉଦ୍ୟାନକୁ ପ୍ରଥମ ଦିନରେ କିଛି ପରିମାଣ ପର୍ଯ୍ୟଟକଙ୍କ ଆଗମନ ହୋଇଛି । ତେବେ ଏଥିପାଇଁ ସ୍ବତନ୍ତ୍ର ଗାଇଡ୍ ଲାଇନ୍ ପ୍ରସ୍ତୁତ କରିଛନ୍ତି ରାଜ୍ୟ ବନ୍ୟପ୍ରାଣୀ କର୍ତ୍ତୃପକ୍ଷ ।

{"id":338710,"sizeSlug":"large"}

ପର୍ଯ୍ୟଟକଙ୍କ ପାଇଁ ମାସ୍କ ଓ ସାମାଜିକ ଦୂରତା ବାଧ୍ୟତାମୂଳକ କରାଯାଇଛି । ଏହା ସହିତ ଥଣ୍ଡା, କାଶ ଜ୍ବର ଥିଲେ ପ୍ରବେଶ ଉପରେ କଟକଣା ରଖାଯାଇଛି । ପ୍ରାଣୀଉଦ୍ୟାନ ପକ୍ଷରୁ ପର୍ଯ୍ୟଟକକଙ୍କୁ ପ୍ରବେଶ ସମୟରେ ସାନିଟାଇଜର ବ୍ୟବସ୍ଥା କରାଯାଇଛି । ପ୍ରାଣୀଉଦ୍ୟାନ ପରିସର ମଧ୍ୟରେ ପାନ, ଗୁଟୁଖା ଖାଇ ଛେପ ପକାଇବା ଉପରେ ସମ୍ପୂର୍ଣ୍ଣ କଟକଣା ଜାରି କରାଯାଇଛି ।

{"id":338711,"sizeSlug":"large"}

କୌଣସି ପର୍ଯ୍ୟଟକ ଯଦି ନିୟମାବଳୀକୁ ଅବମାନନା କରନ୍ତି ସେଥିପାଇଁ ସେମାନଙ୍କୁ ଜରିମନା ଦେବାକୁ ପଡିବ । ଏଥିପାଇଁ ନିର୍ଦ୍ଧିଷ୍ଟ ଭାବେ ସୂଚନା ଓ କଟକଣା ଗାଇଡ୍ ଲାଇନ୍ ଲିଖିତ ସୂଚନା ଫଳକ ମଧ୍ୟ ମରାଯାଇଛି । ତେବେ ଏସବୁ କଟକଣା ମଧ୍ୟରେ ସମସ୍ତ ନିୟମକୁ ମାନି ପର୍ଯ୍ୟଟକମାନେ ଆସି ପ୍ରାଣୀଉଦ୍ୟାନରେ ବୁଲି ଯାଇପାରିବେ ବୋଲି ଢେଙ୍କାନାଳ ବନବିଭାଗ ପକ୍ଷରୁ ସୂଚନା ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.