Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଘଟଗାଁରେ ହାତୀ ଆତଙ୍କ, ଘଉଡାଇବାକୁ ବନ ବିଭାଗର କସରତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୬ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୩ ହଜାରରୁ ଅଧିକ କରୋନା ପଜିଟିଭ୍, ୧୬୪ ମୃତ
  • ||
  • ରାସ୍ତା ଅତିକ୍ରମ ବେଳେ ଧକ୍କା ଦେଲା ଟ୍ରକ, ଚାଲିଗଲା ଜୀବନ
  • ||
  • ଲଘୁଚାପ ପ୍ରଭାବ : ମଙ୍ଗଳବାର ଯାଏଁ ପ୍ରବଳ ବର୍ଷା, ୫୦ କିମି ବେଗରେ ବହିବ ପବନ
  • ||
  • ନୀଳଗିରିରେ ଭାଲୁ ଆତଙ୍କ, ସାଇକେଲରୁ ଟାଣିନେଇ ଯୁବକଙ୍କୁ ଘାଇଲା କଲେ
  • ||
  • ଅଢେଇ କୋଟି ଟଙ୍କାର ବ୍ରାଉନସୁଗାର ଜବତ, ଡାଇମଣ୍ଡ ହୋଟେଲ ମାଲିକ ଅଟକ
  • ||

ଦଳରେ ଜାରି ଆଭ୍ୟନ୍ତରୀଣ କନ୍ଦଳରେ ନିରାଶ କପିଲ ସିବଲ, କହିଲେ- ପାର୍ଟିରେ କେହି ଅଧ୍ୟକ୍ଷ ନାହାନ୍ତି, ଜଣା ନାହିଁ କିଏ ନିଷ୍ପତ୍ତି ନେଉଛି

29/09/2021 at 5:57 PM

ନୂଆଦିଲ୍ଲୀ ୨୯।୦୮:  କଂଗ୍ରେସର ଆଭ୍ୟନ୍ତରୀଣ କନ୍ଦଳ ଥମିବାର ନାଁ ଧରୁନାହିଁ। କମିବା ପରିବର୍ତ୍ତେ ଏହାଦିନକୁ ଦିନ ଜଟିଳ ହେବାରେ ଲାଗିଛି। ବୁଧବାର ଦଳର କାର୍ଯ୍ୟଶୈଳୀକୁ ନେଇ ଅସନ୍ତୁଷ୍ଟ ବ୍ୟକ୍ତ କରିଛନ୍ତି ବରିଷ୍ଠ କଂଗ୍ରେସ ନେତା କପିଲ ସିବଲ। ସେ କ୍ଷୋଭଭରା ସ୍ଵରରେ କହିଛନ୍ତି ଯେ, ଦୁର୍ଭାଗ୍ୟବଶତଃ କଂଗ୍ରେସ ପାଖରେ କୌଣସି ଅଧ୍ୟକ୍ଷ ନାହାନ୍ତି। ଜଣା ନାହିଁ କଂଗ୍ରେସରେ କିଏ ନିଷ୍ପତ୍ତି ନେଉଛି। ଲୋକେ ପାର୍ଟି ଛାଡି ଚାଲି ଯାଉଛନ୍ତି। ଏହା ଉପରେ ଚିନ୍ତା କରିବାର ନିତାନ୍ତ ଆବଶ୍ୟକତା ରହିଛି। ଏପରିକି କଂଗ୍ରେସ କାର୍ଯ୍ୟକାରୀ କମିଟି ବୈଠକ ତୁରନ୍ତ ଡାକିବାକୁ ସେ ଦାବି କରିଛନ୍ତି। ସିବଲ କହିଛନ୍ତି, ମୁଁ ସେହି କଂଗ୍ରେସ ନେତାଙ୍କ ତରଫରୁ କହୁଛି ଯେଉଁମାନେ ଗତ ବର୍ଷ ଅଗଷ୍ଟରେ ପାର୍ଟି ହାଇକମାଣ୍ଡଙ୍କୁ ଚିଠି ଲେଖିଥିଲେ। ଆମେ ସିଡବ୍ଲ୍ୟୁସି ଓ କେନ୍ଦ୍ରୀୟ ଅଧ୍ୟକ୍ଷ ପଦର ନିର୍ବାଚନ ସମ୍ବନ୍ଧରେ ପାର୍ଟି କଣ କାର୍ଯ୍ୟାନୁଷ୍ଠାନ ନେଉଛି ତାର ଅପେକ୍ଷା କରିଛୁ।

ସିବଲ୍ କହିଛନ୍ତି, ଅପେକ୍ଷାର ଗୋଟିଏ ସୀମା ଥାଏ। ଆମେ ଆଉ କେତେ ଦିନ ଅପେକ୍ଷା କରିବୁ। ଆମେ କେବଳ ଏକ ମଜବୁତ ସାଙ୍ଗଠନିକ ଢାଞ୍ଚା ଚାହୁଁଛୁ। ଏହା ଉପରେ ତ ଆଲୋଚନା ହେବା ଉଚିତ୍। ସିଡବ୍ଲ୍ୟୁସି ବୈଠକରେ କୌଣସି ପ୍ରସଙ୍ଗରେ ତ ଆଲୋଚନା ହେବା ଉଚିତ୍। ଆମେ କାହା ବିରୋଧରେ କିଛି କହୁନାହୁଁ। ଆମେ ପାର୍ଟି ସହିତ ଅଛୁ। ମାତ୍ର  ବାସ୍ତବ ଏହା ଯେ, ଆମେ ପାର୍ଟିରେ କୌଣସି ନିର୍ବାଚିତ ସଭାପତି ନାହାନ୍ତି। ରାଜ୍ୟ କଂଗ୍ରେସ କମିଟିକୁକ ଦିଲ୍ଲୀରୁ କଣ୍ଟ୍ରୋଲ କରାଯିବା ଉଚିତ୍ ନୁହେଁ ବୋଲି ସିବଲ କହିଛନ୍ତି।

କଂଗ୍ରେସର ଏହି ବରିଷ୍ଠ ନେତା କହିଛନ୍ତି, ଆମେ ‘ଜି ହଜୁର ୨୩’ ନୁହେଁ। ଏହା ସ୍ପଷ୍ଟ ଯେ, ଆମେ ଆଲୋଚନା କରି ଚାଲିବୁ ଏବଂ ନିଜ ଦାବି ଦୋହରାଇ ଚାଲିବୁ। ସୀମାବର୍ତ୍ତୀ ପଞ୍ଜାବ ପରି ରାଜ୍ୟରେ କଂଗ୍ରେସ ପାର୍ଟି ସହିତ ଏପରି ଘଟଣା ଶୋଭା ପାଉ ନାହିଁ। ଏଥିରେ ଆଇଏସଆଇ ଓ ପାକିସ୍ତାନକୁ ଫାଇଦା ମିଳିବ। କଂଗ୍ରେସକୁ ଏହା ସୁନିଶ୍ଚିତ କରାଯିବାର ଆବଶ୍ୟକତା ରହିଛି ଯେ, ଦଳ କେମିତି ଏକଜୁଟ ରହିବ। ଯଦି କାହାର କିଛି ସମସ୍ୟା ଥାଏ ତେବେ ପାର୍ଟିର ବରିଷ୍ଠ ନେତାଙ୍କ ସହ ଆଲୋଚନା କରନ୍ତୁ।

ସିବଲ କହିଛନ୍ତି, ଯେଉଁ ଲୋକ କଂଗ୍ରେସ ଛାଡି ଚାଲି ଯାଇଛନ୍ତି ଏବଂ ସେମାନେ ପୁଣି ଥରେ ଦଳକୁ ଫେରି ପାରିବେ। କାରଣ କଂଗ୍ରେସ ଏମିତି ଏକ ବିଚାରଧାରା ବିଶିଷ୍ଟ ଦଳ ଯାହା ଆଧାରରେ ଦେ ଗଣତାନ୍ତ୍ରିକ ରାଷ୍ଟ୍ରରେ ପରିଣତ ହୋଇଥିଲା। ଆମ ଲୋକେ ଦଳ ଛାଡୁଛନ୍ତି। ସୁଷ୍ମିତା ଚାଲିଗଲେ।  ଫେଲୋରିଓ ଗେଲ, ସିନ୍ଧିଆ ଗଲେ, ଜିନିତ ପ୍ରସାଦ ଗଲେ। କେରଳର ସୁଧୀରନ ଚାଲିଗଲେ। ମୋର ପ୍ରଶ୍ନ ଏହା ଯେ, ଲୋକେ ପାର୍ଟି କାହିଁକି ଛାଡୁଛନ୍ତି ? ଏହାର ତ ଏକ ତର୍କସଙ୍ଗତ ଉତ୍ତର ରହିବା ଉଚିତ୍। ତେଣୁ କଂଗ୍ରେସ କାର୍ଯ୍ୟକାରୀ କମିଟି  ବୈଠକ ହେବା ଉଚିତ୍ ବୋଲି ସିବଲ୍ କହିଛନ୍ତି।

ସେ ଏହା ମଧ୍ୟ କହିଛନ୍ତି, ମୁଁ କଂଗ୍ରେସ  ବିରୋଧରେ ଟିପ୍ପଣୀ କରୁନାହିଁ ବରଂ ଦଳ ସହିତ ମୁଁ ରହିଛି। ପଞ୍ଜାବରେ ଯହା ଘଟିଲା ଆମେ ସେଥିରେ ନିରବ ରହିଲୁ। ସିଦ୍ଧୁ ମାମଲାରେ ମଧ୍ୟ ଆମେ କହିଲୁ ଯେ, ଆଲୋଚନା ପବ୍ଲିକ ପ୍ଲାଟଫର୍ମରେ ନୁହେଁ ବରଂ ପାର୍ଟି ଫୋରମରେ ହେଉ। ମୁଁ କୌଣସି ବ୍ୟକ୍ତି ବିରୋଧରେ ନାହିଁ। ଯଦି ଏମିତି ଚାଲେ ତେବେ ଆମେ ଦଳ ସହି ଏମିତି ଚାଲିଥିବୁ। କଂଗ୍ରେସର କ୍ଷତି ଘଟିବା ଅର୍ଥ ଦେଶ ଦୁର୍ବଳ ହେବା ବୋଲି ସିବଲ୍ କହିଛନ୍ତି।

   Related Posts