ଓଜନ ଯୋଗୁଁ ଟ୍ରୋଲ୍ ହେଲେ କପିଳଙ୍କ ପତ୍ନୀ ଗିନ୍ନି : ଲୋକେ କଲେ ହାତୀ ସହ ତୁଳନା
7/03/2020 at 4:42 PM

ମୁମ୍ବାଇ ୭/୩: ବଲିଉଡ ସେଲେବ୍ସ ଅଧିକାଂଶ ସମୟରେ ସୋସିଆଲ ମିଡିଆରେ ଟ୍ରୋଲିଂର ଶିକାର ହୁଅନ୍ତି। ଏହି ତାଲିକାରେ ନୂଆ ନାଁ କପିଳ ଶର୍ମାଙ୍କ ପତ୍ନୀ ଗିନ୍ନି ଚତରଥଙ୍କର ଆସିଛି। ଗିନ୍ନି ନିକଟରେ ମୁମ୍ବାଇରେ ‘ବାଗି-୩’ ଫିଲ୍ମର ସ୍କ୍ରିନିଂରେ ଯାଇଥିଲେ। ସ୍କ୍ରିନିଂର ଫଟୋ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଥିଲା ଯେଉଁଥିରେ ଗିନ୍ନିଙ୍କ ଓଜନ ବହୁତ ଅଧିକ ଥିବା ଦେଖାଯାଇଥିଲା। ଗିନ୍ନି ଡିସେମ୍ବର ମାସରେ ନିଜର ପ୍ରଥମ ସନ୍ତାନ ଜନ୍ମ ଦେଇଥିଲେ ଏବଂ ପ୍ରେଗନେନ୍ସି ପରେ ଓଜନ ବଢ଼ିବା ସାଧାରଣ କଥା। କିନ୍ତୁ ଟ୍ରୋଲର୍ସମାନେ ଏକଥା ବୁଝିବେ କେଉଁଠୁ। ସେମାନେ ଗିନ୍ନିଙ୍କୁ ଟ୍ରୋଲ୍ କରିବା ଆରମ୍ଭ କରି ଦେଇଥିଲେ।

ଇନଷ୍ଟାଗ୍ରାମରେ ଗିନ୍ନିଙ୍କ ଫଟୋରେ ଟ୍ରୋଲର୍ସମାନେ ବହୁତ ଖରାପ କମେଣ୍ଟ ଦେଇଥିଲେ। କେହି ଲେଖିଥିଲେ,‘ହାଥୀ ମେରେ ଜୀବନସାଥୀ’ ତ କେହି ଲେଖିଥିଲେ,‘କପିଳଙ୍କ ଭାଗ୍ୟରେ ୟେ ଅଛି କି’। ଜଣେ ୟୁଜର ଲେଖିଥିଲେ,‘ଦୁଇ ସ୍ବାମୀ ସ୍ତ୍ରୀଙ୍କୁ ପଚାର କେଉଁ ଚକିର ଅଟା ଖାଉଛନ୍ତି?’ଆଉ ଜଣେ ୟୁଜର ଲେଖିଛନ୍ତି,‘ଏତେ ମୋଟି ୟେ ତ ବଚ୍ଚା ଯାଦବର ଭଉଣୀ ଲାଗୁଛି।’

କପିଳ ତାଙ୍କ ପ୍ରଥମ ବିବାହ ବାର୍ଷିକୀର ଦୁଇ ଦିନ ପରେ ବାପା ହୋଇଥିଲେ। ଡିସେମ୍ବର ୧୦ତାରିଖରେ ଗିନ୍ନି କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ।
