କପିଳ ଶର୍ମାଙ୍କ ଘରେ ପୁଣି ଥରେ ଆସିବ ନୂଆ ଅତିଥି : ଭିଡିଓରେ ଦେଖାଗଲା ଗିନ୍ନିଙ୍କ ବେବି ବମ୍ଫ୍

Published By : Prameya-News7 Bureau | November 20, 2020 IST

ମୁମ୍ବାଇ ୨୦/୧୧: କମେଡ଼ି କିଙ୍ଗ୍ କପିଳ ଶର୍ମାଙ୍କ ପରିବାରରେ ଖୁବ୍ ଶୀଘ୍ର ଆଉ ଜଣେ ନୂଆ ଅତିଥି ଆସିବାକୁ ଯାଉଛନ୍ତି। କପିଳ ପୁଣି ଥରେ ବାପା ହେବାକୁ ଯାଉଛନ୍ତି। କପିଳଙ୍କ ପତ୍ନୀ ଦ୍ବିତୀୟ ଥର ଗର୍ଭବତୀ ଅଛନ୍ତି ଏବଂ ୨୦୨୧ ଜାନୁୟାରୀରେ ତାଙ୍କର ଡ୍ୟୁ ଡେଟ୍ ରହିଛି। ସୂଚନା ମୁତାବକ କପିଳଙ୍କ ମାଆ ମୁମ୍ବାଇ ପହଞ୍ଚି ଯାଇଛନ୍ତି ଏବଂ ଖୁବ୍ ଶୀଘ୍ର ତାଙ୍କ ବାକି ପରିବାର ମଧ୍ୟ ମୁମ୍ବାଇ ପହଞ୍ଚିଯିବ।

{"id":364675,"sizeSlug":"large"}

କରଓ୍ବାଚୌଥ ଦିନ କପିଳଙ୍କ ବନ୍ଧୁ ଭାରତୀ ସିଂହ ଇନଷ୍ଟାଗ୍ରାମରେ ଲାଇଭ ଆସିଥିଲେ। ଲାଇଭ ଷ୍ଟ୍ରିମର ଶେଷରେ କିଛି ସମୟ ପାଇଁ ଗିନ୍ନି ଚତରଥ ମଧ୍ୟ ନଜର ଆସିଥିଲେ ଏବଂ ତାଙ୍କ ବେବି ବମ୍ଫ ନଜର ଆସିଥିଲା।

{"id":364677,"sizeSlug":"large"}

ଭାରତୀ,ଗିନ୍ନି ଏବଂ ଅନ୍ୟ କେତେକ ସେଲିବ୍ରିଟି ଏକାଠି କରଓ୍ବାଚୌଥ ପାଳନ କରିଥିଲେ। ଏପରିକି ଦୀପାବଳିର ଫଟୋରେ ମଧ୍ୟ ଗିନ୍ନି ନିଜ ବେବି ବମ୍ଫ କଭର କରୁଥିବା ଦେଖାଯାଇଥିଲେ।

{"id":364678,"sizeSlug":"large"}

ଏହା କପିଳ ଏବଂ ଗିନ୍ନିଙ୍କ ଦ୍ବିତୀୟ ସନ୍ତାନ। ଉଭୟଙ୍କର ଗୋଟିଏ ଝିଅ ଯାହା ନାଁ ସେମାନେ ଅନାୟରା ରଖିଥିଲେ। ଅନାୟରା ଡିସେମ୍ବରରେ ବର୍ଷକର ହେବେ।

{"id":364680,"sizeSlug":"large"}

ଅନାୟରାଙ୍କ ଜନ୍ମ ଡିସେମ୍ବର ୧୦ତାରିଖରେ ହୋଇଥିଲା। ଏହା ବ୍ୟତୀତ ଡିସେମ୍ବର ୧୨ତାରିଖରେ କପିଳ ଶର୍ମା ଏବଂ ଗିନ୍ନି ଚତରଥ ନିଜ ଦ୍ବିତୀୟ ବିବାହ ବାର୍ଷିକୀ ସେଲିବ୍ରେଟ୍ କରିବେ।

{"id":364681,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.