ସିଦ୍ଧୁଙ୍କ ସପକ୍ଷରେ ଟ୍ୱିଟ କଲେ କପିଲ : ଲୋକେ କହିଲେ 'ବିନାଶ କାଳେ ବିପରୀତ ବୁଦ୍ଧି'

Published By : Prameya-News7 Bureau | February 19, 2019 IST

ଦିଲ୍ଲୀ ୧୯/୨ : ପୁଲୱାମା ଆତଙ୍କୀ ହମଲା ପରେ ପାକିସ୍ତାନ ସପକ୍ଷରେ ବିବାଦୀୟ ବୟାନ ଦେଇ ଜନତାଙ୍କ ଆକ୍ରୋଶର ଶିକାର ହୋଇଥିଲେ ନବଜୋତ ସିଂ ସିଦ୍ଧୁ | ତାଙ୍କୁ କପିଲ ଶର୍ମା ଶୋ'ରୁ ମଧ୍ୟ ବାହାର କରି ଦିଆଯାଇଥିଲା | ବ୍ୟଙ୍ଗ କଳାକାର ଏବଂ କପିଲ ଶର୍ମା ଶୋ'ର ଆଙ୍କର କପିଲ ଶର୍ମା ସିଦ୍ଧୁଙ୍କ ସାଥ ଦେଇ ବିବାଦ ଘେରକୁ ଆସିଛନ୍ତି | କପିଲଙ୍କ ଭିଡିଓକୁ ସିଦ୍ଧୁ ଟ୍ୱିଟରରେ ସେୟାର କରିଥିଲେ | ଭିଡିଓ ସେୟାର କରିବା ପରେ ଲୋକଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଥିଲା | ପ୍ରତିକ୍ରିୟାରେ କିଛି ଲୋକେ ଉଭୟ ସିଦ୍ଧୁ ଏବଂ କପିଲ ଶର୍ମାଙ୍କୁ ପାକିସ୍ତାନ ଚାଲିଯିବାକୁ କହିଥିଲେ |

ପୁଲୱାମା ଆତଙ୍କୀ ହମଲା ପରେ ସିଦ୍ଧୁଙ୍କ ବିରୋଧକୁ ନେଇ କପିଲ ନିଜ ମତାମତ ଦେଇଥିଲେ | କପିଲ କହିଥିଲେ ଯେ, ଏଥିପାଇଁ ବଡ ବଡ ପଦକ୍ଷେପ ନେବା ଉଚିତ, ଏମିତି ଛୋଟ ମୋଟ କାମ ବନ୍ଦ କରିଦେବା କଥା | ସିଦ୍ଧୁଙ୍କୁ ଶୋ'ରୁ ବାହାର କରିବା ଦ୍ୱାରା ଯଦି ଏହି ସମସ୍ୟାର କ'ଣ ସମାଧାନ ବାହାରେ ତା'ହେଲେ ସେ ନିଜେ ସ୍ୱଇଚ୍ଛାରେ ଶୋ'ରୁ ବାହାରିଯିବେ | ସେ କହିଥିଲେ ବାସ୍ତବିକ ସମସ୍ୟା ଉପରେ ଫୋକସ କରିବା ଉଚିତ | ଏପଟ ସେପଟ କଥା କହି ଆପଣମାନେ ଯୁବ ପିଢ଼ିଙ୍କୁ ଡାଇଭର୍ଟ କରୁଛନ୍ତି, ଯେପରିକି ଅସଲ ପ୍ରସଙ୍ଗରୁ ସମସ୍ତଙ୍କ ନଜର ହଟିଯିବ |  

ସିଦ୍ଧୁଙ୍କ ଉପରେ ଦେଇଥିବା କପିଲ ଶର୍ମାଙ୍କ ବୟାନକୁ ନେଇ ତାତି ଯାଇଛନ୍ତି | ଅନେକ ଲୋକ କପିଲ ଶର୍ମାଙ୍କ ଉପରେ ରାଗି ଯାଇଥିବାବେଳେ କିଛି ଲୋକେ ତାଙ୍କୁ ସମର୍ଥନ ମଧ୍ୟ କରିଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.