Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ପୁରୀ ହାଜତ ମୃତ୍ୟୁ ଘଟଣାର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ
  • ||
  • ଯୋଜନାବଦ୍ଧ ଲୁଟ୍ : ସାଙ୍ଗଙ୍କୁ ଲଗାଇ ଡକାୟତି କରାଇଥିଲା IIFL କର୍ମଚାରୀ ଲାଲା ଅମ୍ରିତ ରାୟ
  • ||
  • ଅଭିନେତା ଆଶିଷ ରାୟଙ୍କ ପରଲୋକ
  • ||
  • ବାତ୍ୟା ‘ନିଭାର୍’ ପ୍ରଭାବରେ ଚେନ୍ନାଇରେ ବର୍ଷା
  • ||
  • ନବରଙ୍ଗପୁର : ଭାରସାମ୍ୟ ହରାଇ ଗଛରେ ପିଟିହେଲା ବାଇକ୍, ୨ ବାଇକ୍ ଆରୋହୀଙ୍କ ମୃତ୍ୟୁ
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ମୃତକଙ୍କ ସଂଖ୍ୟା ୧୬୭୧ରେ ପହଞ୍ଚିଲା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୬୪୨ କରୋନା ସଂକ୍ରମିତ, ୩୧୫୨୭୧ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଆସୁଛି ବାତ୍ୟା ‘ନିଭାର୍’: ୨୫ରୁ ପ୍ରବଳ ବର୍ଷା, ଜିଲ୍ଲାପାଳଙ୍କୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ
  • ||

ଦ କପିଲ ଶର୍ମା ଶୋ କୁ ଫେରିଲେ କମେଡ଼ି କିଙ୍ଗ୍ ଡ. ମଶହୁର ଗୁଲାଟି : ଲକଡାଉନ୍ ତାଙ୍କ ପାଇଁ ହେଲା ଆଶୀର୍ବାଦ

1/04/2020 at 1:00 PM

ମୁମ୍ବାଇ ୧/୪: ଯେଉଁଭଳି ୯୦ଦଶକରେ ରାମାୟଣ,ମହାଭାରତ ଏବଂ ଶକ୍ତିମାନର ଜବରଦସ୍ତ କ୍ରେଜ ଥିଲା ସେହିଭଳି ଯେତେବେଳେ ଦ କପିଲ ଶର୍ମା ଶୋ ଟିଭିରେ ଦେଉଥିଲା ସେତେବେଳେ କପିଲ ଶର୍ମା ଏବଂ ସୁନୀଲ ଗ୍ରୋଭରଙ୍କ କମେଡ଼ି ଏକାଠି ଦେଖିବାକୁ ପ୍ରଶଂସକମାନେ ଟିଭି ପାଖରେ ଦେଖିବାକୁ ବସିଯାଉଥିଲେ। ଲକଡାଉନ୍ ଯୋଗୁଁ ଅନେକ ପୁରୁଣା ସୁପରହିଟ୍ ସିରିୟଲ୍ ଟେଲିକାଷ୍ଟ କରାଯାଉଛି। ଏବେ କପିଲ ଶର୍ମାଙ୍କ ଶୋ ର ପୁରୁଣା ଏପିସୋଡ ମଧ୍ୟ ଟିଭିରେ ପ୍ରସାରିତ ହେଉଛି। ଅର୍ଥାତ୍ ଏହି ଲକଡାଉନ୍ ଯୋଗୁଁ ପୁଣି ଥରେ ପ୍ରଶଂସକ ଗୁତ୍ଥି ଏବଂ ମଶହୁର ଗୁଲାଟିଙ୍କୁ ଟିଭିରେ ଦେଖି ପାରିବେ।

କପିଲ ଶର୍ମା ଏବଂ ସୁନୀଲ ଗ୍ରୋଭରଙ୍କ ଝଗଡ଼ା ପରେ ପ୍ରଶଂସକ ଅନେକ ଥର ଦୁଇ କଳାକାରଙ୍କୁ ଏକାଠି ସ୍କ୍ରିନ୍ ସେୟାର କରିବାକୁ ଅପିଲ କରିଛନ୍ତି। କିନ୍ତୁ ଏହା ହୋଇପାରିନଥିଲା। ଏବେ କିଛି ଦିନ ତଳେ ଏକ ଭିଡିଓ ଖୁବ୍ ଭାଇରାଲ୍ ହୋଇଥିଲା ଯେଉଁଥିରେ କପିଲ ଶର୍ମା ଏବଂ ସୁନୀଲ ଗ୍ରୋଭର ଏକାଠି ମସ୍ତି କରୁଥିବା ନଜର ଆସିଛନ୍ତି। ଏହି ଭିଡିଓ ଉଭୟଙ୍କ ଫ୍ୟାନଙ୍କ ପାଇଁ କୌଣସି ଉପହାରଠୁ କମ୍ ନଥିଲା।

କିନ୍ତୁ ଅସଲ ଉପହାର ତ ପ୍ରଶଂସକଙ୍କୁ ଏହି ଲକଡାଉନରେ ମିଳୁଛି। ଦ କପିଲ ଶର୍ମା ଶୋ ର ପୁରୁଣା ଶୋ ଟେଲିକାଷ୍ଟ କରାଯାଉଛି। ସୁନୀଲ ଗ୍ରୋଭରଙ୍କ ପାଇଁ ଦ କପିଲ ଶର୍ମା ଶୋ ର ମଞ୍ଚ ତାଙ୍କ କ୍ୟାରିୟର ଦୃଷ୍ଟିରୁ ଟର୍ଣ୍ଣିଂ ପଏଣ୍ଟ ସାବ୍ୟସ୍ତ ହୋଇଥିଲା। ତାଙ୍କ ଚରିତ୍ର ମଶହୁର ଗୁଲାଟି,ଗୁତ୍ଥି ଏବଂ ରିଙ୍କୁ ଭାଭିଙ୍କୁ ବହୁତ ପସନ୍ଦ କରାଯାଉଥିଲା।

ଲକଡାଉନର ଏହି ବୋରିଂ ସମୟରେ ଉଭୟଙ୍କ କମେଡ଼ି ନିଶ୍ଚୟ ପୁଣି ଥରେ ଲୋକଙ୍କ ଭରପୂର ମନୋରଞ୍ଜନ କରିବ।



   Related Posts