Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

କପିଲଙ୍କୁ ଅପମାନିତ କରିଥିଲେ ରଣବୀର : ଏବେ ଜବାବ ଦେଲେ ଦୀପିକା

9/07/2020 at 1:15 PM

ମୁମ୍ବାଇ ୯/୭: ଲକଡାଉନ୍ ଯୋଗୁଁ ଫିଲ୍ମ ଏବଂ ଟିଭି ଧାରାବାହିକର ସୁଟିଂ ଅଟକି ଯାଇଥିବା ସତ୍ବେ ବଲିଉଡ ଅଭିନେତା ଏବଂ ପ୍ରସିଦ୍ଧ କମେଡ଼ିୟାନ୍ କପିଳ ଶର୍ମା ନିଜ ଶୋ ଯୋଗୁଁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି। ତାଙ୍କ ଦ କପିଳ ଶର୍ମା ଶୋରେ ବଲିଉଡର ଅନେକ ଷ୍ଟାର ଅତିଥି ଭାବେ ଆସନ୍ତି। ଏହି ଷ୍ଟାର ନିଜ ଜୀବନ ବିଷୟରେ ଅନେକ ରୋଚକ ଘଟଣା କହିଥାନ୍ତି। ଏହା ସହିତ କପିଳ ଶର୍ମା ମଧ୍ୟ ଅନେକ ଖାସ୍ ଖୁଲାସା କରିଥାନ୍ତି। ଏଥର ସେ ରଣବୀର ସିଂହଙ୍କୁ ମଜାଳିଆ ଖୁଲାସା କରିଛନ୍ତି।

ଏବେ ସୋସିଆଲ୍ ମିଡିଆରେ କପିଳ ଶର୍ମା ଶୋର ଏକ ଥ୍ରୋବ୍ୟାକ୍ ଭିଡିଓ ଖୁବ୍ ଭାଇରାଲ୍ ହେବାରେ ଲାଗିଛି। ଯେଉଁଥିରେ ସେ ରଣବୀର ସିଂହ ସହ ଜଡ଼ିତ ଏକ ଘଟଣା କହୁଛନ୍ତି। ଏହି ଘଟଣା କପିଳ ଶର୍ମା,ରଣବୀର ସିଂହଙ୍କ ପତ୍ନୀ ଦୀପିକା ପାଦୁକୋଣଙ୍କୁ କହୁଛନ୍ତି ଯିଏ ଶୋ ରେ ଅତିଥି ଭାବେ ଆସିଥିବା ନଜର ଆସୁଛନ୍ତି।

ଭିଡିଓରେ କପିଳ ଶର୍ମା ଦୀପିକାଙ୍କୁ କହୁଛନ୍ତି ଯେ ରଣବୀର ସିଂହ ନିଜ ବିବାହରେ ତାଙ୍କୁ ବହୁତ ଅପମାନିତ କରିଥିଲେ। ଭିଡିଓରେ କପିଳ ଶର୍ମା ରଣବୀର ସିଂହଙ୍କ ବିଷୟରେ ଦୀପିକାଙ୍କୁ କହୁଛନ୍ତି,‘ରଣବୀର ତାଙ୍କୁ ବିବାହରେ ଡାକି ତାଙ୍କୁ ଅପମାନିତ କରିଥିଲେ। ଦୀପିକା ତ ଅତିଥିଙ୍କ ସହ ଦେଖା କରୁଥିଲେ।’

କପିଳ ଶର୍ମା ଭିଡିଓରେ କହିଛନ୍ତି,‘ରଣବୀର ତାଙ୍କୁ ଡାକି କହୁଛନ୍ତି ଦେଖ ଦୀପିକାଙ୍କୁ ନେଇଗଲି ମୁଁ। ଏଭଳି କିଏ ଅପମାନିତ କରେ?’ କପିଳ ଶର୍ମାଙ୍କ ଏହି କଥାରେ ଦୀପିକା ହସି କହୁଛନ୍ତି – ‘ଏହା ସତ’। କପିଳ ଶର୍ମା ଏବଂ ଦୀପିକାଙ୍କ ଏହି ଥ୍ରୋବ୍ୟାକ୍ ଭିଡିଓ ସୋସିଆଲ୍ ମିଡିଆରେ ଜୋରସୋରରେ ଭାଇରାଲ ହେଉଛି। ଏବେ କଳାକାରଙ୍କ ପ୍ରଶଂସକ ଏହି ଭିଡିଓରେ ନିଜ ପ୍ରତିକ୍ରିୟା ଦେଉଛନ୍ତି।

   Related Posts