ନୂଆଦିଲ୍ଲୀ ୨୬/୧୧: କମେଡିଆନ୍ ଭାରତୀ ସିଂହଙ୍କ ଘରୁ ଗଞ୍ଜେଇ ମିଳିବା ପରେ ଏନସିବି ତାଙ୍କୁ ଓ ତାଙ୍କ ସ୍ବାମୀ ହର୍ଷଙ୍କୁ ଗିରଫ କରିଥିଲା। ଡ୍ରଗ୍ସ ମାମଲାରେ କମେଡିଆନ୍ ଭାରତୀ ଗିରଫ ହେବା ପରେ ଏବେ କପିଲ ଶର୍ମା ଟ୍ରୋଲ୍ର ଶିକାର ହୋଇଛନ୍ତି। କିଛି ସୋସିଆଲ ମିଡିଆ ୟୁଜର ଅଭିଯୋଗ କରିଛନ୍ତି ଯେ, ଦୁଇ ଜଣ ଡ୍ରଗ୍ସ ନେଉଛନ୍ତି। ଏମିତି ମଧ୍ୟ କହୁଛନ୍ତି ଯେ, ଭାରତୀଙ୍କ ପରେ କପିଲଙ୍କ ପାଳି ?
ଗତ ଶନିବାର ଭାରତୀ ସିଂହ ଓ ସ୍ବାମୀ ହର୍ଷଙ୍କୁ ଡ୍ରଗ୍ସ ମାମଲାରେ ଏନସିବି ଗିରଫ କରିଥିଲା। ଡ୍ରଗ୍ସ ସେବନ କରିବା ନେଇ ଦୁଇ ଜଣ ମାନିଥିଲେ। ପରେ ତାଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇଥିଲେ କୋର୍ଟ। ପରେ କିନ୍ତୁ ସେମାନଙ୍କୁ ଜାମିନ ମିଳିଯାଇଥିଲା।
ଭାରତୀ-ହର୍ଷଙ୍କ ମାମଲା ମଧ୍ୟରେ କପିଲଙ୍କୁ ଟ୍ରୋଲ୍ କରିବକୁ ଯାଇ ଜଣେ ଟ୍ବିଟ୍ର ୟୁଜର ଟ୍ବିଟ୍ କରିଥିଲେ, ‘ଭାରତୀଙ୍କ ହାଲ କଣ ? ସେ ଯେତେ ଦିନ ଯାଏ ଧରାପଡ଼ି ନଥିଲେ ସେ ପର୍ଯ୍ୟନ୍ତ ସେ ଡ୍ରଗ୍ସ ନେଉନଥିଲେ। ସେମିତି ପରିସ୍ଥିତି ଆପଣଙ୍କର ବୋଧହୁଏ, ଯେ ପର୍ଯ୍ୟନ୍ତ ଧରାପଡ଼ିନାହାନ୍ତି …’
ତେବେ ଏଭଳି ଏକ ଟ୍ବିଟ୍ରେ ରିଟ୍ବିଟ୍ କରିବାକୁ ଭୁଲିନାହାନ୍ତି କପିଲ ଶର୍ମା। କପିଲ୍ ନିଜ ଅନ୍ଦାଜରେ ଜବାବ ଦେଇଥିଲେ। ରିଟ୍ବିଟ୍ କରି ଲେଖିଥିଲେ, ‘ ପ୍ରଥମ ତୋ ସାଇଜ୍ର ସାର୍ଟ ତିଆରି କର ମୋଟା’। କିନ୍ତୁ ପରେ ଏଭଳି ଟ୍ବିଟ୍କୁ ଡିଲିଟ୍ କରିଦେଇଛନ୍ତି କମେଡିଆନ୍ କପିଲ ଶର୍ମା।