Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୭କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୧ କରୋନା ସଂକ୍ରମିତ, ୧୦୪୮୬୮୩ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୬୨୧ ମୃତ
  • ||
  • ମଝି ସମୁଦ୍ରରେ ଦୁର୍ଘଟଣା, ଧକ୍କା ହେଲା ୨ ଜାହାଜ
  • ||
  • ବାତ୍ୟାର ରୂପ ନେବ ଲଘୁଚାପ ! ଅନୁମାନ ଲଗାଇଲାଣି ଆଇଏମଡି, ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ବାଘ ଗଣନା ବେଳେ ମିଳିଲା ମୃତଦେହ, ହତ୍ୟା ନା ଆତ୍ମହତ୍ୟା !
  • ||
  • ଶୀତ ଅଧିବେଶନ ପୂର୍ବରୁ ରବିବାର ସର୍ବଦଳୀୟ ବୈଠକ, ବିରୋଧିଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||

ମୃତ୍ୟୁ ସହ ଲଢେଇ କରୁଥିବା ନିଜର ଫ୍ୟାନଙ୍କୁ ପ୍ରତିଶୃତି ଦେଲେ କପିଲ ଶର୍ମା, ଟ୍ୱିଟ୍ କରି କହିଲେ ଏମିତି…

11/03/2021 at 8:27 AM

ନୂଆଦିଲ୍ଲୀ ୧୧/୦୩: ନିକଟରେ ଫେମସ୍ ହାସ୍ୟ ଅଭିନେତା କପିଲ ଶର୍ମା ଆହତ ହୋଇଥିଲେ, ଏହି କାରଣରୁ ସେ ଘରେ ବିଶ୍ରାମ ନେଉଛନ୍ତି । ଅସୁସ୍ଥ ଥିବା ସତ୍ତ୍ୱେ ସେ ସୋସିଆଲ ମିଡିଆରେ ସକ୍ରିୟ । ନିକଟରେ ଅଭିନେତାଙ୍କ ଫ୍ୟାନ୍ସ ତାଙ୍କୁ ଟ୍ୱିଟ୍ କରି କହିଛନ୍ତି ସେ ଡାକ୍ତରଖାନାରେ ଜୀବନ ଓ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି ଏବଂ ସେ କପିଲଙ୍କୁ ଭେଟିବାକୁ ଅନୁରୋଧ କରିଛନ୍ତି ।

କପିଲଙ୍କ ଫ୍ୟାନ୍ସଙ୍କ ମା ଏହି କଥା ଟ୍ୱିଟ୍ ମାଧ୍ୟମରେ କପିଲଙ୍କୁ ଜଣାଇଥିଲେ । ସେ ଟ୍ୱିଟ୍ ରେ ଲେଖିଛନ୍ତି ‘ମୋର ବଡ ପୁଅ କ୍ରୋନିକ୍ କିଡ୍ନୀ ରୋଗରେ ପୀଡିତ । ସେ ମାତ୍ର ୧୯ ବର୍ଷ ବୟସର ଏବଂ ମୃତ୍ୟୁ ସହ ସଂଘର୍ଷ କରୁଛି । ସେ ତାର ପ୍ରିୟ ହାସ୍ୟ ଅଭିନେତା କପିଲ ଶର୍ମାଙ୍କୁ ଭେଟିବାକୁ ଚାହୁଁଛି ।

Kapil Sharma reveals Mahabharat starcast will grace TKSS, Bhishma aka Arav  Chowdharry reacts | Tv News – India TV

ଯେତେବେଳେ କପିଲଙ୍କୁ ଏହି ଟ୍ୱିଟ୍ ମିଳିଥିଲା, ସେ ଏହାର ରିପ୍ଲାଏ ଦେଇ ଲେଖିଛନ୍ତି, ‘ଶୀଘ୍ର ଭଲ ହୋଇଯାଅ।  ଭଗବାନ଼ ତୁମକୁ ସୁସ୍ଥ ରଖନ୍ତୁ । ମୋତେ ମଧ୍ୟ ମୋର ଆଘାତରୁ ସୁସ୍ଥ ହେବାକୁ ଦିଅ, ଆମେ ଖୁବଶୀଘ୍ର ଭେଟ ହେବା ।’ କପିଲ ଯେପରି ତାଙ୍କ ଫ୍ୟାନ୍ସଙ୍କୁ ପ୍ରତିକ୍ରିୟା ଦେଇଛନ୍ତି, ଲୋକମାନେ ତାହା ବେଶ ପସନ୍ଦ କରୁଛନ୍ତି । କପିଲଙ୍କ ଶୋ ‘ଦ କପିଲ ଶର୍ମା ଶୋ’ ବନ୍ଦ ହୋଇଯାଇଛି ଏବଂ ତାଙ୍କ ଫ୍ୟାନ୍ସମାନେ ଏହା ପୁଣିଥରେ ଆରମ୍ଭ ହେବା ପାଇଁ ଉତ୍ସାହର ସହିତ ଅପେକ୍ଷା କରି ରହିଛନ୍ତି ।

   Related Posts