କମେଡ଼ି କିଙ୍ଗ୍ କପିଲଙ୍କ ମାୟାରେ ବାୟା ହେଲେ ଲୋକେ : ଦିନେ ପେଟ ପୋଷିବା ପାଇଁ ଟେଲିଫୋନ୍ ବୁଥରେ କରୁଥିଲେ କାମ

Published By : Prameya-News7 Bureau | April 02, 2020 IST

ମୁମ୍ବାଇ ୨/୪: ଆଜି ଜଣେ ଏପରି ଷ୍ଟାରଙ୍କ ଜନ୍ମଦିନ ଯିଏ ଭାରତରେ କମେଡ଼ିର ପରିଭାଷାକୁ ବଦଳାଇ ଦେଇଛନ୍ତି। ପ୍ରଥମେ କମେଡ଼ିଆନଙ୍କୁ ସାଇଡ ରୋଲରେ ଫିଟ୍ କରାଯାଉଥିଲା କିନ୍ତୁ ଏହି ଷ୍ଟାର ପ୍ରମାଣିତ କରି ଦେଲେ ଯେ କମେଡ଼ିଆନ୍ ମଧ୍ୟ ଲିଡ ଆକ୍ଟର ହୋଇ ଫିଲ୍ମ କରି ପାରିବ। ଆମେ କଥା ହେଉଛୁ ଜଣାଶୁଣା କମେଡ଼ିଆନ କପିଲ ଶର୍ମାଙ୍କ ବିଷୟରେ

{"id":248057,"sizeSlug":"large"}

କପିଲ ଶର୍ମା ଆଜି ନିଜର ୩୯ତମ ଜନ୍ମ ଦିବସ ପାଳନ କରୁଛନ୍ତି। କପିଲ ଶର୍ମାଙ୍କ ଆଜି କୋଟି କୋଟି ଫ୍ୟାନ୍ସ ଅଛନ୍ତି। ଲୋକେ ତାଙ୍କୁ ସବୁ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଫଲୋ କରନ୍ତି। କପିଲ ଏବେ ସୁଦ୍ଧା ଦୁଇଟି ବଲିଉଡ ଫିଲ୍ମରେ ଲିଡ ଆକ୍ଟର ଭୂମିକାରେ ନଜର ଆସି ସାରିଛନ୍ତି,କିନ୍ତୁ ତାଙ୍କ ଜୀବନର ସଂଘର୍ଷ ମଧ୍ୟ ଅଳ୍ପ ନଥିଲା।

{"id":248058,"sizeSlug":"large"}

କପିଲ ଶର୍ମାଙ୍କ ଘର ପଞ୍ଜାବର ଅମୃତସରରେ ଏବଂ ତାଙ୍କର ୩ଭଉଣୀ ଅଛନ୍ତି। କପିଲ ଶର୍ମା ପଞ୍ଜାବରୁ ନିଜର ଶିକ୍ଷା ଗ୍ରହଣ କରିଛନ୍ତି। ସେ ସିଙ୍ଗର ହେବାକୁ ଚାହୁଁଥିଲେ।

{"id":248059,"sizeSlug":"large"}

ନିଜ କଲେଜ ଦିନରେ କପିଲ ଶର୍ମା ଗୀତ ଗାଉଥିଲେ। ଏକ ସାକ୍ଷାତକାରରେ କପିଲ କହିଥିଲେ ଯେ ଯେତେବେଳେ ସେ ଗୀତ ଶିଖୁଥିଲେ ତାଙ୍କୁ ଲାଗିଥିଲା ଏହା ଏକ ସଂଘର୍ଷପୂର୍ଣ୍ଣ ପଥ। ତା’ପରେ ସେ ଅନ୍ୟ ଜିନିଷରେ ହାତ ଦେଇଥିଲେ।

{"id":248060,"sizeSlug":"large"}

କପିଲ ଶର୍ମା ପରିବାରର ଆର୍ଥିକ ସ୍ଥିତି ଖରାପ ହେବାରୁ ଟେଲିଫୋନ୍ ବୁଥରେ ମଧ୍ୟ କାମ କରିଥିଲେ। କପିଲ ଶର୍ମାଙ୍କ ଜୀବନରେ ପରିବର୍ତ୍ତନ ନେଇ ଆସିଥିଲା ୨୦୦୬ମସିହା। ସେହି ବର୍ଷ କପିଲ କମେଡ଼ି ଶୋ ‘ହଁସ ଦେ ହସା ଦେ’ରେ ଭାଗ ନେଇଥିଲେ। ନିଜ ପ୍ରଥମ ଶୋ ପରେ କପିଲଙ୍କ ସଂଘର୍ଷ ଜାରି ରହିଥିଲା।

{"id":248061,"sizeSlug":"large"}

୨୦୦୭ମସିହାରେ ତାଙ୍କୁ ‘ଦ ଗ୍ରେଟ୍ ଇଣ୍ଡିୟନ୍ ଲାଫ୍ଟର ଚ୍ୟାଲେଞ୍ଜ’ ପାଇଁ ବଛା ଯାଇଥିଲା। ଏଠାକୁ ମଧ୍ୟ କପିଲଙ୍କ ପାଇଁ ପହଞ୍ଚିବା ଏତେ ସହଜ ନଥିଲା। ଏଠାରେ ପ୍ରଥମରୁ ତାଙ୍କୁ ରିଜେକ୍ଟ କରି ଦିଆଯାଇଥିଲା। ତା’ପରେ ପୁଣି ଥରେ ସେ ଅଡିସନ୍ ଦେବା ପରେ ତାଙ୍କୁ ଏଣ୍ଟ୍ରି ମିଳିଥିଲା। ଏହା ପରେ ସେ ଏହି ସିଜନର ବିଜେତା ହୋଇଥିଲେ।

{"id":248065,"sizeSlug":"large"}

କପିଲ ଶର୍ମା ଏହା ପରେ ଅନେକ ଶୋ କରିଥିଲେ। ସେ ଅନେକ ଆଓ୍ବାର୍ଡ଼ ଶୋ କୁ ହୋଷ୍ଟ ହୋଇ ମଧ୍ୟ ଆସିଥିଲେ। ୨୦୧୦-୧୩ମଧ୍ୟରେ କପିଲ ଶର୍ମା କମେଡ଼ି ସର୍କସ ନାମକ ଶୋ ରେ ନଜର ଆସିଥିଲେ। କପିଲ ଲଗାତାର ଏହି ଶୋ ର ବିଜେତା ହୋଇଥିଲେ। ନିଜ ଚମତ୍କାର କମେଡ଼ିରେ ସେ ଲୋକଙ୍କୁ ହସାଇଥିଲେ।

{"id":248066,"sizeSlug":"large"}

କପିଲଙ୍କ ଜୀବନରେ ସବୁଠୁ ବଡ଼ ପରିବର୍ତ୍ତନ ନେଇ ଆସିଥିଲା ୨୦୧୩ମସିହା। ଏବର୍ଷ କପିଲଙ୍କ ନିଜ ଶୋ ଅର୍ଥାତ୍ କମେଡ଼ି ନାଇଟସ୍ ଓ୍ବିଥ କପିଲ ଆରମ୍ଭ ହୋଇଥିଲା। ଏହି ଶୋ କପିଲଙ୍କ ଜୀବନକୁ ବଦଳାଇ ଦେଇଥିଲା। ଲୋକେ ଆଗେ ହୀରୋ ଏବଂ ସୁପରଷ୍ଟାରଙ୍କ ଫ୍ୟାନ୍ ହେଉଥିଲେ,କିନ୍ତୁ ଏମିତି ସମୟ ଆସିଲା ଯେ ଲୋକେ କମେଡ଼ିଆନଙ୍କ ଫ୍ୟାନ ହେବାକୁ ଲାଗିଲେ।

{"id":248067,"sizeSlug":"large"}

କପିଲ ଶର୍ମାଙ୍କ ସବୁ ଷ୍ଟାରଙ୍କ ସହ ଭଲ ବଣ୍ଡିଂ ରହିଛି ଏପରିକି ଅକ୍ଷୟ କୁମାର ଏବଂ ସଲମାନ ଖାନ୍ ତ କପିଲଙ୍କୁ ନିଜ ଛୋଟ ଭାଇ କୁହନ୍ତି। ଏବେ ‘ଦ କପିଲ ଶର୍ମା ଶୋ’ ଜରିଆରେ ସେ ଦର୍ଶକଙ୍କ ଖୁବ୍ ମନୋରଞ୍ଜନ କରୁଛନ୍ତି।

{"id":248068,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.