ଅର୍ଣ୍ଣବ ଗୋସ୍ବାମୀଙ୍କ ସପକ୍ଷରେ ଧାରଣା ପଡ଼ିଲା ମହଙ୍ଗା, ବିଜେପି ନେତା କପିଲ ମିଶ୍ରା ଓ ତେଜିନ୍ଦର ବାଗାଙ୍କୁ ଅଟକ ରଖିଲା ପୋଲିସ

Published By : Prameya-News7 Bureau | November 08, 2020 IST

ନୂଆଦିଲ୍ଲୀ ୮/୧୧: ୨୦୧୮ର ଏକ ମାମଲା ପାଇଁ ରିପବ୍ଲିକ୍‌ ଟିଭି ଏଡିଟର ଇନ୍‌ ଚିଫ୍‌ ଅର୍ଣ୍ଣବ ଗୋସ୍ବାମୀ ଜେଲ୍‌ରେ ଅଛନ୍ତି। ମହାରାଷ୍ଟ୍ର ସରକାର ଅର୍ଣ୍ଣବଙ୍କୁ ଆକ୍ରୋଶ ମୂଳକ ଭାବେ ଜେଲ୍‌ ପଠାଇଥିବା ଅଭିଯୋଗ କରୁଛନ୍ତି ତାଙ୍କ ସମର୍ଥକ । ଅର୍ଣ୍ଣବଙ୍କୁ ଶୀଘ୍ର ଜେଲ୍‌ରୁ ମୁକୁଳାଇବା ପାଇଁ ଦାବି ମଧ୍ୟ ହେଉଛି। ଅର୍ଣ୍ଣବଙ୍କୁ ଜେଲ୍‌ରୁ ମୁକାଳାଇବା ପାଇଁ ଆନ୍ଦୋଳନ କରୁଥିବା ନେଇ  ରବିବାର ବିଜେପି ନେତା କପିଲ ମିଶ୍ରା ଓ ତେଜିନ୍ଦର ବାଗାଙ୍କୁ ପୋଲିସ ଅଟକ ରଖିଛି। ଆଜି ସକାଳେ ରାଜଘାଟରେ ଅର୍ଣ୍ଣବଙ୍କ ସପକ୍ଷରେ ଆନ୍ଦୋଳନ କରୁଥିବା ବେଳେ ସେମାନଙ୍କୁ ପୋଲିସ ଅଟକ ରଖିଥିବା ଜଣାପଡ଼ିଛି।

ମେ ୨୦୧୮ରେ ଆତ୍ମହତ୍ୟା କରିବାକୁ ଉସୁକାଇବା ମାମଲାରେ ପୋଲିସ ଅର୍ଣ୍ଣବଙ୍କୁ ଗିରଫ କରିଛି। ସୋମବାର ଦିନ ୩ଟାରେ ସାମ୍ବାଦିକଙ୍କ ଦ୍ବାରା ଅନ୍ତରୀଣ ଜାମିନ୍‌ ପାଇଁ ବମ୍ବେ ହାଇକୋର୍ଟରେ ଆବେଦନ କରାଯାଇଥିଲା।

କପିଲ ଓ ତେଜିନ୍ଦର ନିଜର କିଛି ସମର୍ଥକଙ୍କ ସହିତ ମହାତ୍ମା ଗାନ୍ଧୀ ସ୍ମୃତିପୀଠ ନିକଟରେ ଧାରଣା ଦେଇଥିଲେ। କପିଲ ଓ ତେଜିନ୍ଦର ସମେତ ଅନ୍ୟ ୩-୪ ପ୍ରଦର୍ଶନକାରୀଙ୍କୁ ରାଜେନ୍ଦ୍ର ନଗର ପୋଲିସ ଅଟକ ରଖିଥିବା ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ସେପଟେ ବାଗା ଓ ମିଶ୍ରା ରାଜଘାଟରେ ପ୍ରଦର୍ଶନ ପାଇଁ ଗିରଫ ହୋଇଥିବା ନେଇ ସେମାନଙ୍କ ଟ୍ବିଟ୍‌ରରେ ଉଲ୍ଲେଖ କରିଛନ୍ତି।

wp:core-embed/twitter {"url":"https://twitter.com/KapilMishra_IND/status/1325300589681549312","type":"rich","providerNameSlug":"twitter","className":""}
https://twitter.com/KapilMishra_IND/status/1325300589681549312
/wp:core-embed/twitter

ସେମାନଙ୍କୁ ଅନ୍ୟ ସ୍ଥାନରେ ପ୍ରଦର୍ଶନ କରିବାକୁ ଅନୁରୋଧ କରାଯାଇଥିଲା। ସେମାନେ କିଛି ନଶୁଣିବା ସହ ସରକାରୀ ନିୟମର ଉଲ୍ଲଂଘନ କରିବାକୁ ସେମାନଙ୍କୁ ଅଟକ ରଖାଯାଇଥିବା କହିଛି ପୋଲିସ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.