Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପରିବାର ପାଇଁ ଏତିକି ସମ୍ପତ୍ତି ଛାଡି ଯାଇଛନ୍ତି କଂଗ୍ରେସର ଚାଣକ୍ୟ ଅହମଦ ପଟେଲ
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ମୃତକଙ୍କ ସଂଖ୍ୟା ୧୬୮୭ରେ ପହଞ୍ଚିଲା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୭୩୦ କରୋନା ସଂକ୍ରମିତ, ୩୧୬୦୦୧ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଦ୍ୱିତୀୟ AIIMS ପ୍ରତିଷ୍ଠା ପାଇଁ ପ୍ରସ୍ତାବ, କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କୁ ଚିଠି ଲେଖିଲେ ମୁଖ୍ୟ ଶାସନ ସଚିବ
  • ||
  • ପୁରୀ : ବାହାର ଭକ୍ତଙ୍କୁ ପୁରୀ ମନା, ନାଗାର୍ଜୁନ ବେଶ ପାଇଁ ଜିଲ୍ଲା ପ୍ରଶାସନର କଟକଣା
  • ||
  • ଭିଜିଲାନ୍ସ ଜାଲରେ ଓଡିଶା ବନୀକରଣ ଅତିରିକ୍ତ ପିସିସିଏଫ୍, ଭୁବନେଶ୍ବରର ୫ଟି ଓ ମୁମ୍ବାଇ ଏବଂ ପୁନେର ୭ଟି ସ୍ଥାନରେ ଚଢାଉ
  • ||
  • କଂଗ୍ରେସର ବରିଷ୍ଠ ନେତା ଅହମଦ ପଟେଲଙ୍କ ପରଲୋକ : କରୋନାରେ ସଂକ୍ରମିତ ହୋଇ ଚାଲିଥିଲା ଚିକିତ୍ସା
  • ||
  • Snack Video ସମେତ ପୁଣି ୪୩ଟି ମୋବାଇଲ୍‌ ଆପ୍‌ ବ୍ୟାନ୍‌ କଲେ ଭାରତ ସରକାର
  • ||

କପିଲ୍‌ ଦେବଙ୍କ ପ୍ରେମ କାହାଣୀ: ରୋମିଙ୍କୁ କିପରି ଓ କେଉଁଠି କରିଥିଲେ ପ୍ରପୋଜ୍… କେମିତି ହେଲା ବାହାଘର ?

19/11/2020 at 7:12 PM

ନୂଆଦିଲ୍ଲୀ  ୧୯/୧୧: ପୂର୍ବତନ ଭାରତୀୟ ଅଧିନାୟକ  କପିଲ ଦେବ ହୃଦଘାତ ଜନିତ ସମସ୍ୟାରୁ ସୁସ୍ଥ ହୋଇ ଫେରିଛନ୍ତି । ନିକଟରେ ସେ ଗଲ୍ଫ ଖେଳୁଥିବା ନେଇ ନଜର ଆସିଥିଲେ। କପିଲ ଦେବଙ୍କ ଅଧିନାୟିକତ୍ବରେ ଟିମ୍‌ ଇଣ୍ଡିଆ ୧୯୮୩ରେ ପ୍ରଥମ ଥର ଓ୍ବାର୍ଲଡ୍‌ କପ୍‌ ଜିଣିଥିଲା। ୧୯୯୪ରୁ ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ନ୍ୟାସ ନେଇଥିବା କପିଲ ଦେବ ଏବେ ବି ଜଣେ ଭଲ ଅଲରାଉଣ୍ଡର ଭାବେ ଜଣାଯାଆନ୍ତି। ଆସନ୍ତୁ ଟିକେ ଫଛକୁ ଫେରିଯିବା ଆଉ ଜାଣିବା କପିଲ ଦେବ କିଭଳି ତାଙ୍କ ପତ୍ନୀ ରୋମି ଭାଟିଆଙ୍କୁ ପ୍ରପୋଜ୍‌ କରିଥିଲେ।

ତେବେ ଏନେଇ ଖୋଦ କପିଲ୍‌ ଦେବ ଏକ ନେହା ଧୁପିଆଙ୍କ ଏକ ଚାଟ୍‌ ସୋରେ ଏନେଇ ଖୁଲାସା କରିଥିଲେ। କପିଲ୍‌ ଓ ରୋମି କାର୍‌ରେ ବୁଲିବାକୁ ଯାଇଥିଲେ।  କିଛି ଖାଉଥିବା ବେଳେ ହଠାତ ଦେଖିବାକୁ ମିଳିଲା କି କପିଲଙ୍କ ଦାନ୍ତରେ ଲହୁଣୀ ଲାଗିଛି। ସେତେବେଳେ ନିଜର ଏକ ଫଟୋ କ୍ଲିକ୍‌ କରିବାକୁ କପିଲ୍‌ ରୋମିଙ୍କୁ କହିଥିଲେ। ରୋମି ଏହାର କାରଣ ପଚାରିବାକୁ କପିଲ କହିଥିଲେ ଏହି ଫଟୋକୁ ତାଙ୍କ ପିଲାଙ୍କୁ ଦେଖାଇବେ। କିନ୍ତୁ ମଜା କରିବା ଶୈଳୀରେ କପିଲ୍‌ ପ୍ରପୋଜ୍‌ କରୁଥିବା ରୋମି ଜାଣିପାରିଥିଲେ ବୋଲି କପିଲ୍‌ କହିଛନ୍ତି।

୬୧ ବର୍ଷୀୟ କପିଲ କହିଛନ୍ତି ଯେ ରୋମିଙ୍କ ବାପା ବାହାଘର ପାଇଁ ରାଜି ହୋଇଯାଇଥିଲେ କିନ୍ତୁ ତାଙ୍କ କକା ଏଥପାଇଁ ବହୁ ପ୍ରଶ୍ନ କରିଥିଲେ। ୧୯୮୦ରେ ରୋମି ଓ କପିଲ୍‌ ବିବାହ କରିଥିଲେ। ୧୯୯୬ରେ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ ରୋମି । କପିଲ୍‌ ଦେବଙ୍କ ଉପରେ ଏକ ଫିଲ୍ମ ତିଆରି ହେଉଛି ଯାହାର ନାଁ ‘୮୩’ ରଖାଯାଇଛି। ଏଥିରେ ରଣବୀର ସିଂହ କପିଲ ଭୂମିକାରେ ଆସିବାକୁ ଥିବା ବେଳେ ଦୀପିକା ପାଦୁକୋନ୍‌ ରୋମି ଭୂମିକା ନିଭାଇବେ ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, ଭାରତର ମହାନ ଖେଳାଳିଙ୍କ ମଧ୍ୟରେ କପିଲ୍‌ ଅନ୍ୟତମ। କପିଲ ୧୩୧ ଟି ଟେଷ୍ଟ ଓ ୨୨୫ ଓ୍ବାନ୍‌ଡେ ଖେଳିଛନ୍ତି। ସେ ଏକମାତ୍ର ଖେଳାଳି ଯିଏ କି ୪୦୦ରୁ ଅଧିକ(୪୩୪) ଓ୍ବିକେଟ୍‌ ନିଜ ନାଁରେ କରିଛନ୍ତି। ଟେଷ୍ଟ ମ୍ୟାଚ୍‌ରେ ୫୦୦୦ ରନ୍‌ ସଂଗ୍ରହ କରିଥିବା କପିଲ୍‌ ୧୯୯୯-୨୦୦୦ ମଧ୍ୟରେ ଭାରତୀୟ ଟିମ୍‌ର କୋଚ୍‌ ମଧ୍ୟ ଥିଲେ। ୨୦୧୦ରେ ଅନ୍ତର୍ଜାତୀୟ କ୍ରିକେଟ ପରିଷଦର ହଲ୍‌ ଅଫ୍‌ ଫେମ୍‌ରେ ସାମିଲ୍‌ ହୋଇଥିଲେ କପିଲ ଦେବ।

   Related Posts