Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁଣି ନବୀନ ପଟ୍ଟନାୟକ ଏକ ନମ୍ବର, ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ତାଲିକାର ଶୀର୍ଷରେ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୫୦ କୋଭିଡ୍ ସଂକ୍ରମିତ, ୩୩୪୩୦୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୫ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ଢେଙ୍କାନାଳ : କଳିଙ୍ଗ ଝୋଟ କାରଖାନାରେ ଅଘଟଣ, ମେସିନରେ ଚାପି ହୋଇ ଶ୍ରମିକ ମୃତ
  • ||
  • ଭଞ୍ଜନଗର : ଘରୋଇ କଳି ହେଲା କାଳ, ଦାଦାର ଛୁରାମାଡ଼଼ରେ ଝିଆରୀ ଆହତ
  • ||
  • ପୁରୀ : ଆଜି ଶ୍ରୀଜିଉଙ୍କ ଦର୍ଶନ ବନ୍ଦ, ଶ୍ରୀମନ୍ଦିର ଭିତରେ ଓ ବାହାରେ କରାଯାଉଛି ସାନିଟାଇଜ୍
  • ||
  • ବ୍ରିଜରେ ଝୁଲିଛି ଯାତ୍ରୀବାହୀ ବସ୍‌, ଅଳ୍ପକେ ବର୍ତ୍ତିଲେ ୫୦ରୁ ଅଧିକ ଯାତ୍ରୀ
  • ||
  • ଆଜିଠୁ ଖୋଲିଲା ଭିତରକନିକା, କୁମ୍ଭୀର ଗଣନା ପାଇଁ ଗତ ୧୫ ତାରିଖଠାରୁ ବନ୍ଦ ଥିଲା ଜାତୀୟ ଉଦ୍ୟାନ
  • ||

କ୍ରିକେଟ୍‌ରୁ ସନ୍ୟାସ ପ୍ରସଙ୍ଗରେ ଧୋନୀଙ୍କୁ କପିଳ ଦେବଙ୍କ ମେସେଜ୍, ଜାଣନ୍ତୁ କଣ

19/07/2019 at 9:15 AM

ନୂଆଦିଲ୍ଲୀ ୧୯|୭: ବିଶ୍ବକପ୍ ସେମିଫାଇନାଲ ମ୍ୟାଚ୍ ରେ ନ୍ୟୁଜିଲ୍ୟାଣ୍ଡଠାରୁ ଭାରତ ପରାସ୍ତ ହେବା ପରେ ପରେ ମହେନ୍ଦ୍ର ସିଂ ଧୋନୀ କ୍ରିକେଟ୍ ର ସବୁ ଫର୍ମାଟରୁ ସନ୍ୟାସ ନେବା ପ୍ରସଙ୍ଗ ଜୋର ଧରିଛି । ନିଜେ ମହେନ୍ଦ୍ର ସିଂ ଧୋନୀ ଏ ପ୍ରସଙ୍ଗରେ କୌଣସି ନିର୍ଦ୍ଧିଷ୍ଟ ସୂଚନା ନଦେଇଥିଲେ ମଧ୍ୟ ବିଶ୍ବକପ୍ ପରେ ପରେ ସେ ସନ୍ୟାସ ଘୋଷଣା କରିପାରନ୍ତି ବୋଲି ବିଭିନ୍ନ ମହଲରୁ ଆକଳନ କରାଯାଉଛି । ବିଶ୍ବକପ୍ ରେ ଧିମା ବ୍ୟାଟିଂ ଯୋଗୁଁ ଏଭଳି ଏକ ଆଲୋଚନା ଅଧିକ ଭାଇରାଲ ହୋଇଛି । ଏମିତି ଏକ ଧାରଣା ସୃଷ୍ଟି ହେଉଛି ଯେ, ଧୋନୀ କ୍ରିକେଟ୍ ରୁ ସନ୍ୟାସ ନିଆନ୍ତୁ ବୋଲି ଏକ ପ୍ରକାର ଚାପ ସୃଷ୍ଟି କରାଯାଉଛି । ଏହା ଭିତରେ ଭାରତକୁ ୧୯୮୩ ମସିହାରେ ପ୍ରଥମ ବିଶ୍ବକପ୍ ବିଜେତା କରାଇଥିବା କ୍ୟାପଟେନ୍ କପିଳ ଦେବ ଧୋନୀଙ୍କୁ ସନ୍ୟାସ ପ୍ରସଙ୍ଗରେ ଏକ ମେସେଜ କରିଥିବା ଖବର ସାମ୍ନାକୁ ଆସିଛି ।

ବଙ୍ଗଳା ଦୈନିକ ଖବରକାଗଜ ଆଜିକାଲିକୁ ସାକ୍ଷାତକାର ଦେଇ କପିଳ ଦେବ ମେସେଜ କରିଥିବା କଥାକୁ ସ୍ବୀକାର କରିଛନ୍ତି । ଏହି ଖବରକାଗଜକୁ କପିଳ ଦେବ କହିଛନ୍ତି ଯେ, ଧୋନୀ ଜଣେ ଭଲ କ୍ରିକେଟ୍ ଖେଳାଳି । ଭାରତୀୟ କ୍ରିକେଟ୍ କୁ ଆଉ ପାଦେ ଆଗକୁ ନେବା କ୍ଷେତ୍ରରେ ତାଙ୍କର ଯଥେଷ୍ଟ ଭୂମିକା ରହିଛି । ତାଙ୍କ ଅଭିଜ୍ଞତା ଭାରତୀୟ କ୍ରିକେଟ୍ ଦଳ ପାଇଁ ଅତ୍ୟନ୍ତ ଲାଭଦାୟକ । ତେଣୁ ଆଲୋଚନା, ଚାପ ଆଦିର ବଶବର୍ତ୍ତି ହୋଇ ବା ଭାବପ୍ରବଣ ହୋଇ ତରବରିଆ ଭାବେ ଧୋନୀ କୌଣସି ନିଷ୍ପତ୍ତି ନେବା ଉଚିତ୍ ହେବନାହିଁ । ବର୍ତ୍ତମାନ ସମୟରେ ଧୋନୀ ସନ୍ୟାସ ନନିଅନ୍ତୁ ବୋଲି ମଧ୍ୟ କପିଳ କହିଛନ୍ତି । ସେ କହିଛନ୍ତି ଯେ, ଧୋନୀ ଆହୁରି କ୍ରିକେଟ୍ ଖେଲିବାକୁ ବାକି ଅଛି । ବିଶେଷକରି ଟିମ୍ ଇଣ୍ଡିଆକୁ ତାଙ୍କର ଆବଶ୍ୟକତା ରହିଛି ।

ମେସେଜ ସଂପର୍କରେ ସ୍ପଷ୍ଟୀକରଣ ଦେଇ କପିଳ କହିଥିଲେ ଯେ, ଇଂଲଣ୍ଡର ଯେଉଁ ହୋଟେଲରେ ସେ ରହୁଥିଲେ ସେ ହୋଟେଲର ଲାଉନ୍ସରେ ବହୁ କ୍ରିକେଟ୍ ବନ୍ଧୁଙ୍କ ସହ ତାଙ୍କର ଦେଖା ହୋଇଥିଲା । ସେହିମାନଙ୍କଠାରୁ ସେ ଧୋନୀଙ୍କର ଟେଲିଫୋନ୍ ନମ୍ବର ସଂଗ୍ରହ କରିଥିଲେ । ଯଦିଓ ଟେଲିଫୋନ୍ ନମ୍ବର ମିଳିବା ପରେ ସେ ଧୋନୀଙ୍କୁ ସିଧାସଳଖ କଲ୍ କରିପାରିଥାନ୍ତେ କିନ୍ତୁ କଲ୍ କରିବା ଅପେକ୍ଷା ମେସେଜ ମାଧ୍ୟମରେ ପାରମର୍ଶ ଦେବାକୁ ସେ ଉଚିତ୍ ମଣିଥିଲେ । ମେସେଜ୍ ରେ ସେ ଲେଖିଥିଲେ ଯେ, ‘ପ୍ରିୟ ଧୋନୀ ଏବେ କ୍ରିକେଟ୍ ରୁ ସନ୍ୟାସ ନେବା କଥା ଜମା ଚିନ୍ତା କରନାହିଁ  । ତୁମେ ଆହୁରି ବହୁତ କ୍ରିକେଟ୍ ଖେଳିବାକୁ ବାକି ରହିଛି ଟିମ୍ ଇଣ୍ଡିଆକୁ ତୁମର ଆବଶ୍ୟକତା ରହିଛି । କ୍ଷୁବ୍ଧ ହୋଇ କୌଣସି ନିଷ୍ପତ୍ତି ନିଅନାହିଁ । ପାଣି ପିଅ ଏବଂ ଥଣ୍ଡା ରୁହ ‘ ।

ଖବରକାଗଜ ସହ ସାକ୍ଷାତକାର ବେଳେ କପିଳ ଦେବ କହିଛନ୍ତି ଯେ, ୧୯୮୩ ମସିହାରେ ତାଙ୍କ ନେତୃତ୍ବରେ ଭାରତ ପ୍ରଥମ ଥର ପାଇଁ ବିଶ୍ବକପ୍ ବିଜୟୀ ହୋଇଥିଲା । କିନ୍ତୁ ୧୯୮୩-୮୪ ମସିହାରେ ଯେତେବେଳେ କଲିକତାର ଇଡେନ ଗାର୍ଡେନରେ ଇଂଲଣ୍ଡ ସହ ଟେଷ୍ଟ ମ୍ୟାଚ୍ ଅନୁଷ୍ଠିତ ହୋଇଥିବା ତାଙ୍କୁ ସେତେବେଳେ ଦଳରେ ସାମିଲ କରାଯାଇଥିଲା । ଏହା ତାଙ୍କୁ କ୍ଷୁବ୍ଧ କରିଥିଲା ଓ ସେ ରାଗରେ କ୍ରିକେଟ୍ ରୁ ସନ୍ୟାସ ନେବା କଥା ଚିନ୍ତା କରୁଥିଲେ । କିନ୍ତୁ ପରବର୍ତ୍ତି ସମୟରେ ନିଜ ଆବେଗ ଓ ଭାବପ୍ରବଣତାକୁ ନିୟନ୍ତ୍ରଣ କରିଥିଲେ ଓ ପୁଣି ପରବର୍ତ୍ତି ସମୟରେ ଲମ୍ବା କ୍ରିକେଟ୍ କରି ନିଜ ଦକ୍ଷତା ପ୍ରତିପାଦିତ କରିଥିଲେ ।

ଧୋନୀ ଭାରତ ଫେରିବା ପରେ ଓ ଓ୍ବେଷ୍ଟଇଣ୍ଡିଜ ପାଇଁ ଖେଳାଳି ତାଲିକା ପ୍ରସ୍ତୁତ ପୂର୍ବରୁ ଚୟନକର୍ତ୍ତାମାନେ ଧୋନୀଙ୍କ ସହ ଆଲୋଚନା କରିବେ ବୋଲି ଚର୍ଚ୍ଚା ହେଉଛି । ଏହାକୁ ନେଇ ମଧ୍ୟ କପିଳ ଦେବ କ୍ଷୋଭ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ, ଏହା ଏକ ଲଜ୍ୟାଜନକ ବିଷୟ । ଧୋନୀ ଯେତେବେଳେ ଦଳରେ ସାମିଲ ହୋଇଥିଲେ । ସେତେବେଳେ ଚୟନକର୍ତ୍ତାମାନେ ଧୋନୀଙ୍କୁ କେବେ ପଚାରିଥିଲେ କି ଯେ, ସେ ଦଳରେ ସାମିଲ ହେବାକୁ ଚାହାନ୍ତି କି ନାହିଁ ବୋଲି କପିଳ ଦେବ ପ୍ରଶ୍ନ କରିଛନ୍ତି ।  କ୍ରିକେଟ୍ ରୁ କେବେ ସନ୍ୟାସ ନେବାକୁ ଧୋନୀ ଚାହୁଁଛନ୍ତି ବୋଲି ତାଙ୍କୁ ପଚାରିବା ସଂପୂର୍ଣ୍ଣଭାବେ ଅସମ୍ନାନଜନକ ଘଟଣା ହେବ । ଗାଭାସ୍କର ତେନ୍ଦୁଲକରଙ୍କ ଭଳି ଖେଳାଳିଙ୍କୁ କେବେ ସନ୍ୟାନ ନେବ ବୋଲି ପଚରାଯାଏ ନାହିଁ ବୋଲି କପିଳ ଦେବ କହିଛନ୍ତି । ଧୋନୀ ନିଜେ ଅନୁଭବ କରିବାରୁ ଟେଷ୍ଟ କ୍ରିକେଟ୍ ରୁ ସନ୍ୟାନ ନେଇସାରିଛନ୍ତି । ଏବେ ମଧ୍ୟ ସେ ଯେତେବେଳେ ଠିକ୍ ଭାବିବେ ସେତେବେଳେ ହିଁ ସନ୍ୟାସ ନେବା ସ୍ବାଧିନତା ଦିଆଯିବା ଉଚିତ୍ । ଏଥିପାଇଁ ତାଙ୍କ ଉପରେ କୌଣସି ଚାପ ପକାଇବା ମଧ୍ୟ ଠିକ୍ ନୁହେଁ ।

ଖବରକାଗଜ ସାକ୍ଷାତାକାର ମାଧ୍ୟମରେ ଧୋନୀଙ୍କୁ ପରାମର୍ଶ ଦେଇ କପିଳ ଦେବ କହିଛନ୍ତି ଯେ, କ୍ଷୋଭ, ରାଗ ଓ ଆବେଗର ବଶବର୍ତ୍ତୀ ହୋଇ ସେ କୌଣସି ନିଷ୍ପତ୍ତି ନନିଅନ୍ତୁ । ବରଂ ସ୍ଥିର ଚିତରେ ଏବଂ ଶାନ୍ତ ଭାବେ ନିଷ୍ପତି ଗ୍ରହଣ କରନ୍ତୁ ।

   Related Posts