କପିଲ କହିଲେ, ପ୍ରତ୍ୟେକ ମ୍ୟାଚ୍‌ରେ ନୂଆ ଟିମ୍‌, କାହାର ସ୍ଥାନ ସୁରକ୍ଷିତ ନୁହେଁ...

Published By : Prameya-News7 Bureau | February 25, 2020 IST

ନୂଆଦିଲ୍ଲୀ୨୫/୨: ଭାରତୀୟ କ୍ରିକେଟରଙ୍କୁ ସମାଲୋଚନା କଲେ ଭାରତୀୟ କ୍ରିକେଟ ଟିମ୍‌ର ପୂର୍ବତନ ଅଧିନାୟକ କପିଲ ଦେବ। ଓ୍ବେଲିଙ୍ଗଟନରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତୀୟ ଟିମ୍‌ ହାରିବା ପରେ ବିଭିନ୍ନ ମହଲରେ ଭାରତୀୟ ଖେଳାଳି ସମାଲୋଚନାର ଶିକାର ହେଉଛନ୍ତି। ପ୍ରଥମ ଟେଷ୍ଟ ମ୍ୟାଚରେ ଭାରତୀୟ ଟିମ୍‌ ଏକତରଫା ମୁକାବିଲାରେ ୧୦ ଓ୍ବିକେଟ ହରାଇ ପରାଜୟର ସ୍ବାଦ ଚାଖିଛି। କପିଲ ଦେବ ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ  ନ୍ୟୁଜିଲାଣ୍ଡ ଟିମ୍‌କୁ ଧନ୍ୟବାଦ ଦେବାକୁ ପଡ଼ିବ। ୩ଟି ଏକ ଦିବସୀୟ ଓ ଟେଷ୍ଟ ମ୍ୟାଚରେ ଭାରତ ଅପେକ୍ଷା ନ୍ୟୁଜିଲାଣ୍ଡ ବହୁତ ଭଲ ପ୍ରଦର୍ଶନ କରିଛି।

କପିଲ ଦେବ ଆହୁରି ମଧ୍ୟ କହିଛନ୍ତି, ଯଦି ମ୍ୟାଚର ବିଶ୍ଳେଷଣ କରାଯାଏ ତେବେ କେମିତି ଏତେ ଶୀଘ୍ର ପରିବର୍ତ୍ତନ ହୋଇପାରେ। ପ୍ରତି ମ୍ୟାଚରେ ନୂଆ ଟିମ୍‌ କୁ ଦେଖିବାକୁ ମିଳୁଛି। ଭାରତୀୟ କ୍ରିକେଟ ଟିମ୍‌ରେ କୌଣସି ଖେଳାଳିଙ୍କ ସ୍ଥାନ ସ୍ଥିର ନୁହେଁ। ସ୍ଥାନ ପରିବର୍ତ୍ତନ ହେଲେ ଖେଳାଳିଙ୍କ ଉପରେ ସିଧା ପ୍ରଭାବ ପଡ଼ିବ।

କପିଲଦେବ କହିଛନ୍ତି, କ୍ରିକେଟ ଖେଳରେ ପ୍ରତ୍ୟେକ ଖେଳାଳି ପରସ୍ପର ଉପରେ ବିଶ୍ବାସ ରଖିବା ଉଚିତ୍। ରାହୁଲ ଦମଦାର ଫର୍ମରେ ଅଛନ୍ତି। କିନ୍ତୁ ସେ ପଡ଼ିଆରେ ବାହାରେ ବସିଛନ୍ତି ଅର୍ଥାତ ତାଙ୍କୁ ମ୍ୟାଚ୍‌ରୁ ବାଦ ଦିଆଯାଇଛି। ଯେଉଁ ଖେଳାଳି ଫର୍ମରେ ଅଛନ୍ତି ସେମାନଙ୍କୁ ମ୍ୟାଚରେ ସୁଯୋଗ ଦେବା ଉଚିତ୍ ବୋଲି କପିଲ କହିଛନ୍ତି। ଟି-୨୦ ସିରିଜରେ ପ୍ଲେୟାର ଅଫ୍‌ ଦ ସିରିଜ୍ ରାହୁଲ ମନୋନୀତ ହୋଇଥିଲେ। ତେଣୁ ଫର୍ମରେ ଥିବା ଖେଳାଳିଙ୍କୁ ବସାଇ ପଡ଼ିଆରେ ମ୍ୟାଚ ଖେଳିବା ଶୋଭନୀୟ ନୁହେଁ ବୋଲି କପିଲ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.