କେମିତି ଫେରିବ ଧୋନୀଙ୍କ ଫର୍ମ ? ଆଇପିଏଲ୍‌ରେ ଖରାପ ପ୍ରଦର୍ଶନ ପରେ ଏମିତି କହିଲେ କପିଲ ଦେବ

Published By : Prameya-News7 Bureau | November 03, 2020 IST

ନୂଆଦିଲ୍ଲୀ ୦୩/୧୧: ଚଳିତ ଆଇପିଏଲ୍‌ ଟୁର୍ଣ୍ଣାମେଣ୍ଟରେ ପ୍ରଥମ ଥର ପାଇଁ ଚେନ୍ନାଇ ସୁପରକିଙ୍ଗସ୍‌(ସିଏସ୍‌କେ) ପ୍ଲେ ଅଫ୍‌ରେ ପହଞ୍ଚିପାରିନାହିଁ। ମହେନ୍ଦ୍ର ସିଂହ ଧୋନୀଙ୍କ ଅଧିନାୟିକତ୍ବରେ ୩ଟି ଆଇପିଏଲ କପ୍‌ ଜିଣିଥିବା ସିଏସ୍‌କେର ଏଭଳି ଖରାପ ପ୍ରଦର୍ଶନ ବହୁ ଖେଳପ୍ରେମୀଙ୍କୁ ନିରାଶ କରିଛି। କେହି କେହି ଧୋନୀଙ୍କ ବୟାସିଧିକ୍ୟକୁ ଦାୟୀ କରିଥିବା କେହି ଧୋନୀ ଅଭ୍ୟାସ କରୁନଥିବା କହିଛନ୍ତି।

ଏହାରି ଭିତରେ ଭାରତୀୟ କ୍ରିକେଟ ଟିମ୍‌ର ପୂର୍ବତନ ଅଧିନାୟକ କପିଲ ଦେବ କହିଛନ୍ତି ବର୍ଷ ସାରା ଅଭ୍ୟାସ ନକରି କେବଳ ଆଇପିଏଲ ଖେଳିଲେ ଧୋନୀ ଭଲ ପ୍ରଦର୍ଶନ କରିବାରେ ବିଫଳ ହେବେ। ବର୍ଷର ୧୦ ମାସ କ୍ରିକେଟ ଅଭ୍ୟାସ ନକରି କେବଳ ଆଇପିଏଲରେ ଖେଳିବା କଷ୍ଟ। ଗତବର୍ଷ ବିଶ୍ବକପ୍‌ ସେମିଫାଇନାଲ୍‌ ପରେ ଆଇପିଏଲ୍‌ରେ ୧୪ ମ୍ୟାଚ୍‌ରୁ ୧୧୬ ଷ୍ଟ୍ରାଇକ୍‌ ରେଟ୍‌ ସହ କେବଳ ୨୦୦ ରନ୍‌ କରିଥିବା ବେଳେ ଅର୍ଦ୍ଧଶକତକଟିଏ ବି ଧୋନୀ କରିପାରିନଥିବା କହିଛନ୍ତ କପିଲ ଦେବ।

ନିଜ ଫର୍ମ ବଜାୟ ରଖିବାକୁ ହେଲେ ଧୋନୀ ଘରୋଇ ଟୁର୍ଣ୍ଣାମେଣ୍ଟ ଖେଳିବା ଆବଶ୍ୟକ ବୋଲି କପିଲ କହିଛନ୍ତି। ଯଦିଓ ବୟସକୁ ନେଇ କିଛି କହିବାକୁ ଚାହିଁନାହାନ୍ତି କପିଲ  କିନ୍ତୁ ଖେଳିବା ଦ୍ବାରା ଶରୀର ଏକ ଲୟରେ ରହିବ ବୋଲି ସେ କହିଛନ୍ତି। ବର୍ଷସାରା କୌଣସି ମ୍ୟାଚ୍‌ ନଖେଳି କେବଳ ଆଇପିଏଲ୍‌ ଖେଳିଲେ କଣ ଅବସ୍ଥା ହେବ ତାହାର ସ୍ପଷ୍ଟ ଚିତ୍ର ଚଳିତ ଆଇପିଏଲ୍‌ରୁ ଜଣାପଡ଼ିଛି। ଅଭ୍ୟାସ ଜାରି ରଖିବା ସତ୍ବେ ବହୁ ଖେଳାଳି ମ୍ୟାଚ୍‌ରେ ଭଲ ପ୍ରଦର୍ଶନ କରିପାରୁନାହାନ୍ତି। ତେଣୁ ନିଜ ଫର୍ମ ପାଇଁ ଧୋନୀ ଖେଳିବା ଆବଶ୍ୟକ ବୋଲି କପିଳ ଦେବ କହିଛନ୍ତି।

ଏହାସହ କ୍ରିସ୍‌ ଗେଲଙ୍କ ଭଳି ଖେଳାଳି ମଧ୍ୟ ସମାନ ଦଶା ଭୋଗୁଛନ୍ତି ତେଣୁ ଧୋନୀ ଅଧିକରୁ ଅଧିକ ଘରୋଇ ମ୍ୟାଚ୍‌ ଖେଳିବା ନିହାତି ଦରକାର ବୋଲି କପିଲ ଦେବ କହିଛନ୍ତି। କପିଲଙ୍କ ପୂର୍ବରୁ ଧୋନୀ ଘରୋଇ ମ୍ୟାଚ୍‌ ଖେଳି ନିଜର ଲୟ ହାସଲ କରିବା ଜରୁରୀ ବୋଲି କହିଥିଲେ ପୂର୍ବତନ ବ୍ୟାଟ୍ସମ୍ୟାନ୍‌ ସୁନିଲ ଗାଭାସ୍କର।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.