Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ସଚିନ କିମ୍ବା କୋହଲି ନୁହେଁ, ଏହି ଖେଳାଳି ହେଉଛନ୍ତି ନମ୍ବର ୧ କ୍ରିକେଟର, ବାଛିଲେ ଗାଭାସ୍କର

27/08/2020 at 4:09 PM

ନୂଆଦିଲ୍ଲୀ, ୨୭|୦୮:  ଭାରତୀୟ କ୍ରିକେଟରେ ସୁନୀଲ ଗାଭାସ୍କରଙ୍କୁ ମହାନ କ୍ରିକେଟର ଭାବେ ବିବେଚନା କରାଯାଏ । ନିଜ ବ୍ୟାଟିଂ ଦ୍ୱାରା ସମସ୍ତଙ୍କୁ ପ୍ରଭାବିତ କରିଥିବା ଏହି ପୂର୍ବତନ ଭାରତୀୟ ଖେଳାଳି ସଚିନ ତେନ୍ଦୁଲକରଙ୍କ ଭଳି ଖେଳାଳିଙ୍କ ଆଦର୍ଶ ଅଟନ୍ତି । ଅବସର ପରେ ଗାଭାସ୍କର ଏବେ କମେଣ୍ଟ୍ରି କରୁଛନ୍ତି । ସେ ନିଜ କ୍ୟାରିଅରରେ ଅନେକ ଖେଳାଳିଙ୍କୁ ଅତି ନିକଟରୁ ଦେଖିଛନ୍ତି । ନିକଟରେ ଗାଭାସ୍କରଙ୍କୁ ନିଜର ପସନ୍ଦଯୋଗ୍ୟ ଖେଳାଳି କିଏ ବୋଲି ପ୍ରଶ୍ନ କରାଯାଇଥିଲା ।

ଏହାର ଉତ୍ତର ଦେଇ ଗାଭାସ୍କର କହିଥିଲେ ଯେ, ବିଶ୍ୱକପ ବିଜୟୀ ଦଳର ଅଧିନାୟକ କପିଲ ଦେବ ହେଉଛନ୍ତି ଶ୍ରେଷ୍ଠ ଖେଳାଳି । ସେ ଉଭୟ ବ୍ୟାଟ୍ ଓ ବଲ ସାହାଯ୍ୟରେ ମ୍ୟାଚ୍ ଜିତାଇପାରିବେ । ସେ ଦ୍ରୁତ ଭାବେ ୮୦-୯୦ ରନ୍ ସଂଗ୍ରହକରି ମ୍ୟାଚର ମୋଡ ବଦଳାଇ ଦିଅନ୍ତି । ଏପରିକି ସେ ବ୍ୟାଟ୍ ଓ ବଲ୍‌ରେ ସମସ୍ତଙ୍କୁ ପ୍ରଭାବିତ କରିଛନ୍ତି । କ୍ୟାଚ୍ ନେବା ଷ୍ଟାଇଲ ମଧ୍ୟ କପିଲ ଦେବଙ୍କ ଆକର୍ଷଣୀୟ । ଏହାପରେ ଦ୍ୱିତୀୟ ନମ୍ବରରେ ସଚିନ ତେନ୍ଦୁଲକର ଆସିବେ ।

ସଚିନଙ୍କୁ ପ୍ରଶଂସା କରି ଗାଭାସ୍କର କହିଛନ୍ତି ଯେ, ସେ ସଚିନଙ୍କ ଭଳି ବ୍ୟାଟସମ୍ୟାନ୍ ଦେଖିନାହାଁନ୍ତି । କପିଲଙ୍କ ବ୍ୟତୀତ ଆଉ କାହା ନାଁ ନେବା ଯଥାର୍ଥ ନହେଲେ ବି ସଚିନ ଭଲ ବ୍ୟାଟସମ୍ୟାନ । ତାଙ୍କ ଭଳ ବ୍ୟାଟସମ୍ୟାନ୍ ସେ ଦେଖି ନାହାଁନ୍ତି ।  ତାଙ୍କର ବ୍ୟାକ୍ ଲେଫ୍ଟ, ହେଡ୍, ବାଲାନ୍ସ ସବୁକିଛି ଆକର୍ଷଣୀୟ । ସେ ଉଭୟ ଫ୍ରଣ୍ଟଫୁଟ୍ ଓ ବ୍ୟାକଫୁଟରେ ଭଲ ଖେଳନ୍ତି । ତାଙ୍କ ପାଖରେ ସବୁକିଛ ରହିଛି ବୋଲି ଗାଭାସ୍କର କହିଛନ୍ତି ।

   Related Posts