କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

Published By : Prameya-News7 Bureau | October 23, 2020 IST

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ସ୍ଥିର ଅଛି। ତାଙ୍କ ଜୀବନ ଉପରେ କୌଣସି ବିପଦ ନ ଥିବା ଜଣାପଡ଼ିଛି।

ତେବେ କପିଲଙ୍କ ହୃଦଘାତ ଖବର ସାମ୍ନାକୁ ଆସିବା ପରେ ସୋସିଆଲ ମିଡ଼ିଆରେ ତାଙ୍କ ପ୍ରଶଂସକମାନେ ଖୁବଶୀଘ୍ର ଆରୋଗ୍ୟ ହେବା କାମନା କରିଛନ୍ତି। କପିଲ ଦେବଙ୍କ ଅଧିନାୟକତ୍ବରେ ଭାରତ ୧୯୮୩ରେ ପ୍ରଥମ ଥର ପାଇଁ ବିଶ୍ବକପ ଜିତିଥିଲା।

କପିଲ ତାଙ୍କ ଅନ୍ତଜାର୍ତୀୟ କ୍ୟାରିଅରେ ୧୩୧ ଟେଷ୍ଟ ଓ ୨୨୫ ଓ୍ବାନଡେ ମ୍ୟାଚ ଖେଳିଛନ୍ତି। ତାଙ୍କ ନାଁରେ ୫୨୪୮ ରନ୍ ଓ ୪୩୮ ଓ୍ବିକେଟର ରେକର୍ଡ ରହିଛି। ୧୯୯୪ରେ ସେ ଓ୍ବେଷ୍ଟଇଣ୍ଡିଜ ବିରୋଧରେ ଶେଷ ମ୍ୟାଚ ଖେଳିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.