Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାତ୍ୟା ‘ଜଓ୍ଵାଦ’ ପ୍ରଭାବ: ଆସନ୍ତାକାଲି ୧୯ ଜିଲ୍ଲାରେ ସ୍କୁଲ ଛୁଟି
  • ||
  • ରାଜଧାନୀ ଦିଲ୍ଲୀରେ ‘ଓମିକ୍ରନ’ ଆତଙ୍କ ! ବିଦେଶ ଫେରନ୍ତା ୧୨ ରୋଗୀ LNJPରେ ଭର୍ତ୍ତି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୯ ହଜାରରୁ ଅଧିକ କରୋନା ପଜିଟିଭ୍, ୩୯୧ ମୃତ
  • ||
  • ଓ୍ୱାଙ୍ଖଡେ ଟେଷ୍ଟରେ ମୁହାଁମୁହିଁ ହେବେ ଭାରତ ଓ ନ୍ୟୁଜିଲାଣ୍ଡ : ଫେରିଲେ ବିରାଟ, ଦେଖିବାକୁ ମିଳିବ ରୋମାଞ୍ଚକର ଫାଇଟ୍
  • ||
  • ପାଟଣା ରେଞ୍ଜରେ ହାତୀ ଆତଙ୍କ, ନଷ୍ଟ କରୁଛନ୍ତି ପାଚିଲା ଧାନ
  • ||
  • ଓଡିଶାରେ ବିରଳ ଘଟଣା : ଯୁବକଙ୍କ ପେଟରୁ ବାହାରିଲା ଭ୍ରୂଣ, ୫ ଘଣ୍ଟାର ଅପରେସନ ପରେ ବାହାର କଲେ ଡାକ୍ତର
  • ||
  • ଚିନ୍ତା ବଢାଇଲା ଓମିକ୍ରନ, ଦକ୍ଷିଣ ଆଫ୍ରିକାରେ ଲକଡାଉନ୍: ଭାରତରେ ମଧ୍ୟ ସ୍ଥିତି ସାଂଘାତିକ
  • ||
  • ଓଡିଶାରେ ଘସି ହୋଇଯିବ ଜଓ୍ୱାଦ ! ଉପକୂଳରେ ପ୍ରବଳ ବର୍ଷା, ୯୦ କିମି ବେଗରେ ବହିବ ପବନ
  • ||
  • ଚୋରା କାରବାରରେ ନାବାଳକ : ନବମ ଶ୍ରେଣୀ ଛାତ୍ରଙ୍କ ବ୍ୟାଗରୁ ମିଳିଲା ୨ କେଜି ଅଫିମ
  • ||

ହସ୍ପିଟାଲରୁ ଡିସ୍‌ଚାର୍ଜ ହେଲେ କପିଲ୍‌ ଦେବ, ଫଟୋ ସେୟାର କଲେ ବନ୍ଧୁ ଚେତନ ଶର୍ମା

25/10/2020 at 4:14 PM

ନୂଆଦିଲ୍ଲୀ ୨୫/୧୦: ପୂର୍ବତନ ଭାରତୀୟ କ୍ରିକେଟର କପିଲ୍‌ ଦେବ ହସ୍ପିଟାଲରୁ ଡିସ୍‌ଚାର୍ଜ ହୋଇଛନ୍ତି। ହୃଦ୍‌ଘାତରେ ଶିକାର ହେବା ପରେ କପିଲଙ୍କୁ ନୂଆଦିଲ୍ଲୀର ଫୋର୍ଟିଜ ଏସ୍କର୍ଟସ ହସ୍‌ପିଟାଲରେ ଭର୍ତ୍ତି କରାଯାଇଥିଲା । ଏହାପରେ ତାଙ୍କର ‘ଆଞ୍ଜିଓପ୍ଲାଷ୍ଟି’କରାଯାଇଥିଲା । ଡାକ୍ତର ଅତୁଲ ମାଥୁର ଓ ତାଙ୍କ ଟିମ୍‌ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କପିଲଙ୍କ ଚିକିତ୍ସା ଚାଲିଥିଲା।

ତେବେ ଆଜି ହସ୍ପିଟାଲ୍‌ରୁ ଡିସ୍‌ଚାର୍ଜ ହୋଇଛନ୍ତି କପିଲ୍‌ ଦେବ। ତାଙ୍କର ସ୍ବାସ୍ଥ୍ୟବସ୍ଥାରେ ସୁଧାର ଆସିଥିବା ବେଳେ ସେ ଖୁବଶୀଘ୍ର ନିଜର କାର୍ଯ୍ୟ ଆରମ୍ଭ କରିପାରିବେ। ଏହାସହ ସେ ଲଗାତର ଡାକ୍ତର ଅତୁଲ ମାଥୁରଙ୍କ ପରାମର୍ଶ ନେବେ ବୋଲି ହସ୍ପିଟାଲରୁ ଜାରି ଏକ ବିଜ୍ଞପ୍ତିରୁ ଜଣାପଡ଼ିଛି।

କପିଲ ଦେବ ହସ୍ପିଟାଲ୍‌ରୁ ଡିସ୍‌ଚାର୍ଜ ହେବାର ଫଟୋ ସେୟାର କରିଛନ୍ତି ତାଙ୍କର ଜଣେ ପୂରୁଣା ବନ୍ଧୁ ଚେତନ ଶର୍ମା। ଚେତନ ଶର୍ମା ଟ୍ବିଟ୍‌ କରି ଲେଖିଛନ୍ତି,‘ଡାକ୍ତର ଅତୁଲ ମାଥୁର କପିଲଙ୍କ ‘ଆଞ୍ଜିଓପ୍ଲାଷ୍ଟି’କରିଛନ୍ତି। ସେ ଏବେ ସୁସ୍ଥ ଅଛନ୍ତି ଓ ତାଙ୍କୁ ହସ୍ପିଟାଲ୍‌ରୁ ଡିସ୍‌ଚାର୍ଜ କରାଯାଇଛି। ଏହି ଫଟୋ ହସ୍ପିଟାଲ୍‌ରୁ ବାହାରିବା ସମୟର।’

   Related Posts