Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ଖସୁଛି କରୋନା ଗ୍ରାଫ୍, ଗତ ୨୪ଘଣ୍ଟାରେ ୧୫୧୫୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଘାଟିରେ ଦୁର୍ଘଟଣା : ଟ୍ରକକୁ ସାମ୍ନା ପଟୁ ପିଟିଲା ବାଇକ୍‌, ଚାଲିଗଲା ଶଳା-ଭିଣୋଇଙ୍କ ଜୀବନ
  • ||
  • ବୈଠକ ପରେ ବୈଠକ କିନ୍ତୁ ଫଳ ଶୂନ ! ୧୯’ରେ ପୁଣି ଚାଷୀ-ସରକାର ଆଲୋଚନା
  • ||
  • ବରଗଡ଼: ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା-ଗହଣା ଲୁଟ, ୩ ଲୁଟେରା ଗିରଫ
  • ||

କରୋନା ସହ ଲଢେଇରେ ଭାରତ ବିଜୟୀ ହେବ ବୋଲି କହିଲେ କପିଲ ଦେବ, ବାଣ୍ଟିଲେ ଲକଡାଉନ୍ ସମୟର ଅନୁଭୂତି

27/03/2020 at 12:50 PM

ନୂଆଦିଲ୍ଲୀ, ୨୭|୦୩:  ଭାରତୀୟ ଦଳର ପୂର୍ବତନ କ୍ରିକେଟର କପିଲ ଦେବ ଲକଡାଉନ୍ ସମୟରେ କ୍ୱାରେଣ୍ଟାଇନରେ ରହିଛନ୍ତି । ତେବେ ଏହି କ୍ୱାରେଣ୍ଟାଇନ ହିଁ କରୋନା ସଂକ୍ରମଣ ରୋକିବାରେ ସବଠାରୁ ସଫଳ ଉପାୟ ବୋଲି ଏହି କ୍ରିକେଟର କହିଛନ୍ତି ।

ସେ କହିଛନ୍ତି ଯେ, ଲକଡାଉନ ସମୟରେ ଦେଶବାସୀ ଘରେ ରହିବା ଉଚିତ । ଫଳରେ ଏହି ମାରାତ୍ମକ ଭାଇରସକୁ ରୋକାଯାଇ ପାରିବ । ଶହଶହ ଜୀବନ ମଧ୍ୟ ବଞ୍ଚିପାରିବ । ଏପରି କରିବା ଦ୍ୱାରା ସରକାର ଓ ପ୍ରଶାସନକୁ କରୋନା ମୁକାବିଲାରେ ସହାୟତା ମିଳିବ । ଲକଡାଉନକୁ ପଜିଟିଭ ଭାବେ ନେବା ଆବଶ୍ୟକ । ନିଜେ ସମସ୍ତ ପରିସ୍ଥିତିକୁ ସାମ୍ନା କରିବାକୁ ପଡିବ । ଏହି ସମୟରେ ଟିଭି ଦେଖିବା, ବହି ପଢିବା ସହ ପରିବାର ଲୋକଙ୍କ ସମ ସମୟ ବିତାଇ ହେବ ।

କଲଡାଉନ୍ ସମୟରେ ନିଜର ଅନୁଭୂତିକୁ ନେଇ ଏହି କ୍ରିକେଟର କହିଛନ୍ତି, ସେ ଘର, ବଗିଚା ଆଦି ସଫା କରିବାରେ ସମୟ ଅତିବାହିତ କରୁଛନ୍ତି । ଯାହା ସେ ଦୀର୍ଘଦିନ ଧରି ଚାହୁଁଥିଲେ ଏବେ ସେହି ସୁଯୋଗ ମିଳିଛି । ଏପରିକି ସେ ରୋଷେଇ ମଧ୍ୟ କରିବା ସହ ନିଜ ପତ୍ନୀଙ୍କୁ ଅନ୍ୟାନ୍ୟ ଘରକାମରେ ସାହାଯ୍ୟ ମଧ୍ୟ କରୁଛନ୍ତି ।

   Related Posts