Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନାଲରୁ ବୃଦ୍ଧାଙ୍କ ମୃତଦେହ ଉଦ୍ଧାର, ଗାଧୋଇବା ବେଳେ ନିଖୋଜ ହୋଇଯାଇଥିଲେ
  • ||
  • ହାତ ଛାଡିଲେ ପ୍ରଦୀପ ମାଝି, କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ଦେଲେ ଇସ୍ତଫା
  • ||
  • ଟ୍ରକ୍‌କୁ ଧକ୍କା ଦେଲା ଯାତ୍ରୀବାହୀ ବସ୍, ୨ ମୃତ ଓ ୫ ଆହତ
  • ||
  • ବାଇକକୁ ଧକ୍କା ଦେଲା ଟ୍ରକ୍, ଜଣେ ମୃତ : କ୍ଷତିପୂରଣ ଦାବିରେ ଜାତୀୟ ରାଜପଥ ଅବରୋଧ
  • ||
  • ଶିଶୁଙ୍କୁ ଟିକା ପାଇଁ ପ୍ରସ୍ତୁତି ଆରମ୍ଭ, ଶୁକ୍ରବାର ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ପ୍ରଶିକ୍ଷଣ ଦେବ କେନ୍ଦ୍ର
  • ||
  • ଶୁକ୍ରବାର ମୁଖ୍ୟମନ୍ତ୍ରୀଙ୍କ ମୟୂରଭଞ୍ଜ ଗସ୍ତ, ବିଏସକେଓ୍ୱାଇ ସ୍ମାର୍ଟ କାର୍ଡ ବଣ୍ଟନର କରିବେ ଶୁଭାରମ୍ଭ
  • ||
  • ୨୬ ଯାଏଁ ଶୁଖିଲା ପାଗ : ଧିରେଧିରେ କମିବ ରାତି ତାପମାତ୍ରା, ସକାଳେ କୁହୁଡି
  • ||
  • ମମିତା ମେହେର ହତ୍ୟା ଘଟଣା : ଭୋର୍‌ରେ ଡେମୋ ଦେଖାଇଲା ଅଭିଯୁକ୍ତ ଗୋବିନ୍ଦ ସାହୁ
  • ||

ଆସନ୍ତକାଲି ଅଷ୍ଟମୀ, ମହାଗୌରୀଙ୍କ ପୂଜା: ଜାଣନ୍ତୁ କନ୍ୟା ପୂଜନ ବିଧି ଓ ମହତ୍ତ୍ୱ

19/04/2021 at 6:28 PM

ଭୁବନେଶ୍ୱର ୧୯/୦୪ : ପାଞ୍ଜି ଅନୁଯାୟୀ ୨୦ ତାରିଖ ମଙ୍ଗଳବାର ଦିନ ଚୈତ୍ର ମାସ ଶୁକ୍ଳ ପକ୍ଷ ଅଷ୍ଟମୀ ତିଥି। ନବରାତ୍ରିର ଅଷ୍ଟମ ତିଥିରେ ମା’ ମହାଗୌରୀଙ୍କ ପୂଜା କରାଯାଏ। ନବରାତ୍ରିରେ ମା’ ମହାଗୌରୀଙ୍କ ପୂଜାର ବିଶେଷ ମହତ୍ତ୍ୱ ରହିଛି। ମା’ଙ୍କୁ ପୂଜା କଲେ ପାପରୁ ମୁକ୍ତି ମିଳିଥାଏ ଓ ମନ ଶାନ୍ତ ଓ ଶୁଦ୍ଧ ହୋଇଥାଏ। ନକାରାତ୍ମକ ବିଚାରରୁ ମୁକ୍ତି ମିଳିଥାଏ ଓ ବୁଦ୍ଧି ବିକାଶ ହୋଇଥାଏ।

ପୌରାଣିକ କାଠ ଅନୁସାରେ ମା’ ଗୌରୀ ଭଗବାନ ଶିବଙ୍କୁ ସ୍ୱାମୀ ରୂପରେ ପାଇବାକୁ ଅନେକ ବର୍ଷ ଯାଏଁ କଠୋର ତପସ୍ୟା କରିଥିଲେ। ଭଗବାନ ଶିବ ମା’ ଗୌରୀଙ୍କ ତପସ୍ୟାରୁ ପ୍ରସନ୍ନ ହୋଇ ତାଙ୍କୁ ସ୍ତ୍ରୀ ରୂପେ ଗ୍ରହଣ କରିଥିଲେ। ଅନେକ ବର୍ଷ ଯାଏଁ ତପସ୍ୟା କରିବା କାରଣରୁ ମା’ଙ୍କ ଶରୀର କଳା ପଡିଯାଇଥିଲା। ଶିବ ତାଙ୍କୁ ଗଙ୍ଗା ଜଳରେ ସ୍ନାନ କରାଇଥିଲେ। ଭଗବାନ ଶିବ ମା’ଙ୍କୁ ସ୍ନାନ କରାଇବା ପରେ ମା’ଙ୍କ ଶରୀର ସୁନା ଭଳି ଚମକିବାକୁ ଲାଗିଲା। ସେବେଠାରୁ ମା’ଙ୍କ ଏହି ସ୍ୱରୂପକୁ ମହାଗୌରୀ ନାମ ଦିଆଯାଇଛି।

ମହାଗୌରୀଙ୍କୁ ମା’ ଦୁର୍ଗାଙ୍କ ଅଷ୍ଟମ ଶକ୍ତି କୁହାଯାଏ। ମହାଗୌରୀଙ୍କ ଚାରିଭୁଜ ଓ ବୃଷଭ ସଵାରୀ କରନ୍ତି। ଗୋଟିଏ ଡାହାଣ ହାତରେ ଅଭୟ ମୁଦ୍ରା, ଆଉ ଏକ ଡାହାଣ ହାତରେ ତ୍ରିଶୂଳ, ଗୋଟିଏ ବାମ ହାତରେ ଡମରୁ ଓ ଅନ୍ୟଟିରେ ବରମୁଦ୍ରା ରହିଛି।

ପୂଜା ବିଧି

ଅଷ୍ଟମୀ ଦିନ ମହାଗୌରୀଙ୍କୁ ନଡ଼ିଆ ଭୋଗ ଲଗାଯାଇଥାଏ। ମା’ଙ୍କ ପୂଜା ଅନ୍ୟ ଦେବୀଙ୍କ ଭଳି ହିଁ କରାଯାଏ। ମା’ଙ୍କ ପୂଜାରେ କିଛି ବିଶେଷ ଦିଗ ପ୍ରତି ଦୃଷ୍ଟି ଦିଆଯାଏ। ମା’ଙ୍କ ପୂଜାରେ ରାତ ରାଣୀ ଫୁଲ ଲାଗିଥାଏ। କାରଣ ମା’ଙ୍କୁ ଏହି ଫୁଲ ବହୁତ ପସନ୍ଦ।  ମାଙ୍କୁ ସ୍ଥାପନା କରିବା ପୂର୍ବରୁ ପ୍ରଥମେ ଗଙ୍ଗାଜଳରେ ସେହି ସ୍ଥାନକୁ ପବିତ୍ର କରନ୍ତୁ। ତାପରେ ଭଗବାନ ଗଣେଶ, ବରୁଣ, ନବଗ୍ରହ, ଷୋଡଶ ମାତୃକା ଅର୍ଥାତ ୧୬ ଦେବୀ, ସପ୍ତ ଘୃତ ମାତୃକା ଅର୍ଥାତ ୭ ସିନ୍ଦୁର ଟୀକା ଲଗାଇ ମା’ଙ୍କୁ ସ୍ଥାପନା କରନ୍ତୁ। ମା’ଙ୍କୁ ସପ୍ତଶତୀ ମନ୍ତ୍ରରେ ପୂଜା କରିବା ଉଚିତ।

ପୂଜା ସାମଗ୍ରୀ ଗଙ୍ଗା ଜଳ, ଶୁଦ୍ଧ ଜଳ, କଞ୍ଚା କ୍ଷୀର, ଦହି, ପଞ୍ଚାମୃତ, ବସ୍ତ୍ର, ସୌଭାଗ୍ୟ ସୂତ୍ର, ଚନ୍ଦନ, ନାଲି ସୁତା, ହଳଦୀ, ସିନ୍ଦୁର, ଦୁବ, ବେଲପତ୍ର। ଏହାସହ ଆଭୂଷଣ, ପାନପାତ୍ର, ଫୁଲ ମାଳ, ଧୂପ-ଦୀପ, ନୈବେଦ୍ୟ, ଫଳ, କର୍ପୁର, ଲବଙ୍ଗ ଆଦି ମା’ଙ୍କ ପୂଜାରେ ଲାଗିଥାଏ।

ଶୁଭ ମୁହୂର୍ତ୍ତ ହିନ୍ଦୁ ପାଞ୍ଜି ଅନୁସାରେ ୨୦ ତାରିଖ ମଙ୍ଗଳବାର ରାତି ୧୨ଟା ୧ ମିନିଟରୁ ଅଷ୍ଟମୀ ତିଥି ଆରମ୍ଭ ହେବ ଏବଂ ୨୧ ଏପ୍ରିଲ ୧୨ଟା ୪୩ ମିନିଟରେ ସମାପନ ହେବ। ଏହାପରେ ନବମୀ ତିଥି ଆରମ୍ଭ ହେବ।

କନ୍ୟା ପୂଜା ବିଧି

ଅଷ୍ଟମୀ ତିଥିରେ କନ୍ୟା ପୂଜନର ବିଶେଷ ମହତ୍ତ୍ୱ ରହିଛି। କନ୍ୟା ପୂଜନରେ ୯ କନ୍ୟାଙ୍କୁ ପୂଜା କରାଯାଇଥାଏ। ଏହି ପୂଜାରେ ଜଣେ ଶିଶୁ ପୁତ୍ରକୁ ମଧ୍ୟ ଆମନ୍ତ୍ରିତ କରାଯାଇଥାଏ। ଏହି ଶିଶୁ ପୁତ୍ରକୁ ବଟୁକ ଭୈରବଙ୍କ ସ୍ୱରୂପ ବୋଲି କୁହାଯାଏ। କନ୍ୟା ପୂଜନରେ ସମସ୍ତ କନ୍ୟାଙ୍କୁ ନାଲି ଓଢଣୀ ପିନ୍ଧାଇ ମଥାରେ ସିନ୍ଦୁର ଚନ୍ଦନ ତିଳକ କରିବେ। ଆଦର ଓ ପ୍ରେମଭାବ ସହ ସମସ୍ତଙ୍କୁ ଭୋଜନ କରାଇବେ। ଭୋଜନ ପରେ ସମସ୍ତଙ୍କୁ ଉପହାର ପ୍ରଦାନ କରିବେ। କନ୍ୟାଙ୍କ ଚରଣ ସ୍ପର୍ଶ କରି ସ୍ନେହ ସହକାରେ ସମସ୍ତଙ୍କୁ ବିଦା କରିବେ।

   Related Posts