ରାସ୍ତାରେ କାଉଡିଆଙ୍କ ଗୁଣ୍ଡାଗର୍ଦ୍ଦି ; ପୁଲିସ ଉପସ୍ଥିତିରେ କାର୍ ଭଙ୍ଗାରୁଜା
9/08/2018 at 10:23 AM

ନୂଆଦିଲ୍ଲୀ ୯/୮ : ରାସ୍ତାରେ କାଉଡିଆମାନେ ଗୁଣ୍ଡାଗର୍ଦ୍ଦି କରିବା ସହ ଗାଡି ଭଙ୍ଗାରୁଜା କରିଛନ୍ତି । ଦିଲ୍ଲୀ ମୋତିନଗର ମେଟ୍ରୋ ଷ୍ଟେସନ ନିକଟରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ହରିଦ୍ବାରରୁ ପାଣି ନେଇ ଆସୁଥିବା କାଉଡିଆଙ୍କ ଦେହରେ ରାସ୍ତାରେ ଯାଉଥିବା ଏକ କାର୍ ବାଜିଯିବାରୁ ତାଙ୍କ ପାଣି ରାସ୍ତାରେ ଢାଳିଯାଇଥିଲା । ଏହାପରେ କାଉଡିଆଙ୍କ ରାଗ ମୁଣ୍ଡକୁ ଚଢିଯାଇଥିଲା । ତାପରେ ସମସ୍ତ କାଉଡିଆ ଏକାଠି ହୋଇ କାର କୁ ଠେଙ୍ଗା ସହାଯ୍ୟରେ ଭଙ୍ଗାରୁଜା କରିବା ସହ କାରଟିକୁ ଗଡାଇ ଦେଇଥିଲେ । ପୁଲିସର ଉପସ୍ଥିତିରେ ଏସବୁ ଘଟଣା ଚାଲିଥିଲା । କାଉଡିଆଙ୍କୁ ରୋକିବାକୁ କୌଣସି ଚେଷ୍ଟା କରିନଥିଲା ପୁଲିସ । ରାସ୍ତା ଉପରେ ଖୋଲାଖୋଲି କାଉଡିଆମାନଙ୍କର ଗୁଣ୍ଡାଗର୍ଦ୍ଦି ଚାଲିଥିଲା । କାର୍ ଚଳାଉଥିବା ମହିଳା ଏବଂ ସାଥିରେ ଥିବା ପୁରୁଷ ଭୟଭୀତ ହୋଇ କାର୍ ଛାଡି ପଳାଇଥିଲେ । ଏହି ଘଟଣାରେ କୌଣସି ମାମଲା ରୁଜୁ ହୋଇନଥିବା ଜଣାପଡିଛି ।