ବାଧକ ହେଲା କରୋନା, ଶେଷରେ ଉତ୍ତରପ୍ରଦେଶରେ କାଉଡ଼ିଆ ଯାତ୍ରା ଉପରେ ଲାଗିଲା ରୋକ

Published By : Prameya-News7 Bureau | July 17, 2021 IST

ଲକ୍ଷ୍ନୌ ୧୭/୭: ଶେଷରେ ଉତ୍ତରପ୍ରଦେଶରେ ବନ୍ଦ ହେଲା କାଉଡିଆ ଯାତ୍ରା। ୟୁପିର ଯୋଗୀ ଆଦିତ୍ୟନାଥଙ୍କ ସରକାର କାଉଡ଼ିଆ ଯାତ୍ରାରେ ରୋକ ଲଗାଇବାକୁ ନିଷ୍ପତ୍ତି ନେଇଛନ୍ତି। କରୋନା ସଂକ୍ରମଣକୁ ନଜରରେ ରଖି ସରକାର ଏଭଳି ନିଷ୍ପତ୍ତି ନେଇଥିବା ବେଳେ ଏଥିରେ କାଉଡିଆ ସଂଘ ମଧ୍ୟ ସହମତି ପ୍ରକାଶ କରିଥିବା ଜଣାପଡ଼ିଛି।

ଏହା ପୂର୍ବରୁ ସୁପ୍ରିମକୋର୍ଟ ମଧ୍ୟ ସରକାରଙ୍କୁ ଏହା ଉପରେ ପୁନର୍ବିଚାର କରିବାକୁ ମଉକା ଦେଇଥିଲେ। ଏହା ପରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ କ୍ରମେ ରାଜ୍ୟର ମୁଖ୍ୟ ସଚିବ ଏବଂ ଡିଜିପି ମୁକୁଲ ଗୋୟଲ ଏହା ଉପରେ ଆଲୋଚନା କରିଥିଲେ। ଶେଷରେ ବହୁ ବିଚାର ବିମର୍ଶ ପରେ ଉତ୍ତରପ୍ରଦେଶରେ ମଧ୍ୟ କାଉଡିଆ ଯାତ୍ରା ବନ୍ଦ ହୋଇଛି ।

wp:embed {"url":"https://twitter.com/ANINewsUP/status/1416434575438336003","type":"rich","providerNameSlug":"twitter","responsive":true,"className":""}
https://twitter.com/ANINewsUP/status/1416434575438336003
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.