ଓଲଟିଲା କଣ୍ଟେନର, ୩୦ ଗୋରୁ ମୃତ

Published By : Prameya-News7 Bureau | June 04, 2021 IST

ବରଗଡ,୦୪/୦୬: ଓଲଟିଲା ଗୋରୁ ବୋଝେଇ କଣ୍ଟେନର୍ । ବରଗଡ ଜିଲ୍ଲା ବରପାଲି ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ୩୦ ଗୋରୁଙ୍କ ସମେତ ଜଣେ ବ୍ୟକ୍ତି ପ୍ରାଣ ହରାଇଥିବା ସୂଚନା ମିଳିଛି ।

ସୂଚନା ଅନୁସାରେ, ବରଗଡ଼  ଜିଲ୍ଲା ବରପାଲି ଅଞ୍ଚଳରେ ଏକ ଗୋରୁ ବୋଝେଇ କଣ୍ଟେନର୍ ଓଲଟି ପଡିଛି । ଟିଙ୍ଗାପାଲି ଗ୍ରାମ ନିକଟରେ ଏହି ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି । ଏହାସହ ୩୦ଟି ଗୋରୁ ମଧ୍ୟ ପ୍ରାଣ ହରାଇଛନ୍ତି ।  

ତେବେ ଭାରସାମ୍ୟ ହରାଇ ଦୁର୍ଘଟଣା ଘଟିଥିବା ଅନୁମାନ କରାଯାଉଛି । ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.