ଡୁପ୍ଳିକେଟ ସାମଗ୍ରୀର ଆଡ୍ଡା ପାଲଟିଛି ବଲାଂଗୀର ଜିଲ୍ଳାର କଣ୍ଟାବାଞ୍ଜି ସହର, ସାମ୍ପୁଠୁ ଆରମ୍ଭ କରି କସମେଟିକ୍ସ ପର୍ଯ୍ୟନ୍ତ ସବୁ ନକଲି

Published By : Prameya-News7 Bureau | September 20, 2019 IST

ବଲାଙ୍ଗିର୨୦|୯; ଡୁପ୍ଳିକେଟ ସାମଗ୍ରୀର ଆଡ୍ଡା ପାଲଟିଛି ବଲାଂଗୀର ଜିଲ୍ଳାର କଣ୍ଟାବାଞ୍ଜି ସହର । ପ୍ରଥମେ ନକଲି ମେଡିସିନ୍‌ ପରେ ଏବେ ନକଲି ତେଲ ଆଉ ଏବେ ନକଲି ସାମ୍ପୁ ଆଉ କସମେଟିକ୍‌ ର ହବ୍‌ ହୋଇଛି କଣ୍ଟାବାଞ୍ଜି।  ଆଉ ମୋଟା ଅଙ୍କର ମୁନାଫା କମାଇ ପକେଟ୍‌ ଗରମ କରୁଛନ୍ତି  ଅସାଧୁ ବ୍ୟବସାୟୀ । ଏହି ସବୁ ସାମଗ୍ରୀ ନ୍ୟାସନାଲ ଓ ଇଣ୍ଟରନ୍ୟାସାନାଲ ଲିଂକ ମାଧ୍ୟମରେ ବ୍ୟବୟାସୀୟଙ୍କ ପାଖରେ ସହଜରେ ପହଞ୍ଚି ଯାଉଛି । ଗତ ୧୪ ତାରିଖରେ କଣ୍ଟାବାଂଜିରେ ହୋଇଥିବା ବିଭିନ୍ନ ଦୋକାନ ରେ ନକଲି ସାମ୍ପୁ ଓ କସମେଟିକ ଜବତ ପରେ ଏସୁବ ଖୁଲାସା ହୋଇଛି ।   ଦେଖନ୍ତୁ ନିୟୁଜ ସେଭେନର Exclusive report…..

{"id":160260}

ଅସଲି ବ୍ରାଣ୍ଡେଡ ଖୋଳରେ ଚାଇନା ମେଡ୍‌  ଡୁପ୍ଲିକେଟ୍‌ ମାଲ । ବଲାଂଗୀର ସହରର କଣ୍ଟାବାଂଜିରୁ ରାୟପୁର ସହର ଓ ତାପରେ ସିଧା ଚାଇନା।  ଚାଇନା ମାଲର ହବ୍‌ ଏବେ ପାଲଟିଛି ବଲାଂଗୀର  ସହର ।  ଚାଇନାରୁ ସିଧାସଳଖ ବଲାଂଗୀର ବଜାରକୁ ଆସୁଛି ବିଭିନ୍ନ ବ୍ରାଣ୍ଡର ବ୍ରାଣ୍ଡେଡ ଜିନିଷ।  ହିନ୍ଦୁସ୍ଥାନ ୟୁନିଲିଭର କମ୍ପାନୀର ବ୍ରାଣ୍ଡେଡ ଲୋଗୋ ଥାଇ ନକଲି ସମଗ୍ରୀର ଖୁଲମଖୁଲା ବେପାର କରୁଛନ୍ତି ମୁନାଫାଖୋର ବେପାରୀ ।

{"id":160261}

ଗତ ୧୪ ତାରିଖ ଦିନ କଣ୍ଟାବାଂଜିର ବିଭିନ୍ନ ଦୋକାନ ଉପରେ ରେଡ ସମୟରେ ପୋଲିସ ହାତରେ ଲାଗିଛି ଏସବୁ ସାଂଘାତିତ ତଥ୍ୟ । ଜବତ କ୍ଳିନିକ ପ୍ଳସ ଓ ଲେକମି  ଭଳି ବ୍ରାଣ୍ଡେଡ କ୍ରିମର କାର୍ଟୁନର ବାରକୋଡକୁ ଯାଂଚ  ପରେ ଏସବୁ ଜଣା ପଡିଛି

{"id":160262}

ଖାଲି ସେତିକି ନୁହଁ କଣ୍ଟାବାଂଜି ସହରରେ ରହିଛନ୍ତି ଚାଇନା ମାଲର ବଡ ବଡ ଗୋଦାମ। ନିତିଦିନ ଟ୍ରକ ଟ୍ରକ ସାମଗ୍ରୀ ଆସୁଛି କଣ୍ଟାବାଂଜି ସହରକୁ।  ପ୍ଳାଷ୍ଟିକ ସାମଗ୍ରୀଠୁ ଆରମ୍ଭ କରି ବିଭିନ୍ନ ବ୍ରାଣ୍ଡେଡ ସାମଗ୍ରୀର ଅବିକଳ ବିପୁଳ ପରିମାଣରେ ମିଳିଯାଉଛି ।

{"id":160263}

କଣ୍ଟାବାଞ୍ଜିରେ ହିନ୍ଦୁସ୍ଥାନ ୟୁନିଲିଭର କମ୍ପାନୀର ବରିଷ୍ଠ ଅଧିକାରୀଙ୍କ ସହ ସ୍ଥାନୀୟ ପୋଲିସର ଉପସ୍ଥିତିରେ ଚାରୋଟି ଦୋକାନରେ ରେଡ ବେଳେ ଜବତ କ୍ଳିନିକ ପ୍ଳସ ସାମ୍ପୁ ଓ ଲେଖମେର କସମେଟିକ ସବୁ ଡୁପ୍ଳିକେଟ ବୋଲି ଜାଣିବାକୁ ମିଳିଛି।   ଘଟଣାରେ ପୋଲିସ ୨ ଜଣଙ୍କୁ ଗିରଫ କରି ଜେଲ ପଠାଇଥିବା ବେଳେ ଏବେବି ଦୁଇ ଜଣ ଫେରାର ଅଛନ୍ତି ।

{"id":160264}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.