Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମାର୍ଗଶିର ଗୁରୁବାରରେ ଲକ୍ଷ୍ମୀ ମନ୍ଦିରରୁ ଚୋରି, ନେଇଗଲେ ହୁଣ୍ଡି ଓ ସୁନା ଗହଣା
  • ||
  • ଗୁଜୁରାଟ ଦଙ୍ଗା ବେଳେ କେଉଁ ସରକାର ଥିଲା ? ସିବିଏସଇର ପ୍ରଶ୍ନକୁ ନେଇ ବିବାଦ ଜୋର
  • ||

ବିଦ୍ୟୁତ୍‌ ସମସ୍ୟା ନେଇ କଣ୍ଟାବାଞ୍ଜି ବିଜେପି ପକ୍ଷରୁ ଏସଡିଓ ଅଫିସ ଘେରାଉ, ସମାଧାନ ନହେଲେ ଆନ୍ଦୋଳନ ତୀବ୍ର ହେବା ନେଇ ଚେତାବନୀ

19/07/2021 at 4:09 PM

କଣ୍ଟାବାଞ୍ଜି, ୧୯/୦୭: ବିଜେପି ରାଜ୍ୟ ସଭାପତି ସମିର ମହାନ୍ତିଙ୍କ ଆହ୍ୱାନ କ୍ରମେ ବିଦ୍ୟୁତ ସମସ୍ୟାକୁ ନେଇ ଦଳ ପକ୍ଷରୁ ଆନ୍ଦୋଳନ ଡାକରା ଦିଆଯାଇଛି । ଏହି ପରିପ୍ରେକ୍ଷୀରେ କଣ୍ଟାବାଞ୍ଜି ବିଦ୍ୟୁତ ବିଭାଗର ଏସଡିଓ କାର୍ଯ୍ୟାଳୟ କଣ୍ଟାବାଞ୍ଜି ବିଜେପି ଘେରାଓ କରିଛି । ବିଜେପି କୃଷକ ମୋର୍ଚ୍ଚାର ରାଜ୍ୟ ସଂପାଦକ ଲକ୍ଷ୍ମଣ ବାଗ ଓ ଜିଲ୍ଲା ସଭାପତି ଶିବାଜୀ ମହାନ୍ତିଙ୍କ ନେତୃତ୍ୱରେ ବିଜେପି କର୍ମୀମାନେ ଘେରାଉରେ ସାମିଲ ହୋଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।

ଅହେତୁକ ବିଦ୍ୟୁତ ଶୁଳ୍କ ବୃଦ୍ଧି, ଅଘୋଷିତ ବିଦ୍ୟୁତ କାଟ ସହ ଲୋ ଭୋଲ୍ଟେଜ କାରଣରୁ ଜନସାଧାରଣ ଅନେକ ଅସୁବିଧାର ସମ୍ମୁଖୀନ ହେଉଥିବା ବିଜେପି ଆନ୍ଦୋଳନକାରି ଅଭିଯୋଗ କରିଛନ୍ତି । ମହାମହିମ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ବିଦ୍ୟୁତ ବିଭାଗ ଏସଡିଓଙ୍କୁ ପ୍ରଦାନ କରିଥିଲା । ଆଗକୁ ଦାବି ପୁରଣ ନେହେଲେ ଆନ୍ଦୋଳନ ଆହୁରି ତୀବ୍ର ହେବ ବୋଲି ଚେତାବନୀ ଦେଇଥିଲେ ଆନ୍ଦୋଳନକାରି ।

ଏହି ଆନ୍ଦୋଳନରେ ବଲାଙ୍ଗୀର ଜିଲ୍ଲା ସାଧାରଣ ସଂପାଦକ ଶ୍ରୀବତ୍ସ ବେହେରା, ସଂପାଦକ ଅଜୟ ଶର୍ମା, ନଗର ସଭାପତି ବେଦବ୍ୟାସ ନାଗ, ତୁରେକେଲା ମଣ୍ଡଳ ସଭାପତି ହରିଶ୍ଚନ୍ଦ୍ର ସାହୁ, ତୁରେକେଲା ବ୍ଲକ ସାଂସଦ ପ୍ରତିନିଧି ସୁଦର୍ଶନ କଟା, ନଗର ପ୍ରତିନିଧି ଘାସି ଜୈନ, ରାଜେଶ ଅଗ୍ରୱାଲ ସହ ଅନ୍ୟ କର୍ମକର୍ତ୍ତା ସାମିଲ ଥିଲେ ।

   Related Posts