କଣ୍ଟାବାଂଜି ଭୁଜବଳ ବାବା ହତ୍ୟାକାଣ୍ଡର ପର୍ଦ୍ଦାଫାଶ, ମାଷ୍ଟର ମାଇଣ୍ଡ ଥିଲା ଚୌବନ ବାବା, ଜାଣନ୍ତୁ ହତ୍ୟା ପଛର କାରଣ...

Published By : Prameya-News7 Bureau | November 15, 2019 IST

ବଲାଙ୍ଗୀର ୧୫|୧୧; ବଲାଙ୍ଗୀର ନରବଳି ଘଟଣାରେ ବଲାଙ୍ଗୀର ପୋଲିସକୁ ବଡ ସଫଳତା ମିଳିଛି । କଣ୍ଟାବାଞ୍ଜିର ବାବା ଭୁଜବଳ ହତ୍ୟା ଘଟଣାର ପର୍ଦ୍ଦାଫାଶ ହୋଇଛି। ଚୌବନ ବାବା ହିଁ ବାବା ଭୁଜବଳକୁ ହତ୍ୟା କରିଥିବା ସ୍ପଷ୍ଟ କରିଛି ବଲାଂଗୀର ପୋଲିସ । କଣ୍ଟାବାଞ୍ଜି ଥାନାରେ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ଏସପି ।

ଭୁଜବଳ ବାବା ତାଙ୍କ ଗୁରୁ ଚୌବନ ବାବାଠାରୁ କାମ ତନ୍ତ୍ର ବିଦ୍ୟା ଶିଖିବା ପରେ ମଣ୍ଡଳ ଗାଁରେ ନିଜେ ଲୋକଙ୍କ ପୂଜା କରୁଥିଲେ । ଚୌବନ ବାବାଙ୍କ ପାଖକୁ ଆସୁଥିବା ଭକ୍ତ ମଧ୍ୟ ତାଙ୍କ ଆଡ଼କୁ ମୁହାଁଉଥିଲେ । ସେଥିପାଇଁ ଭୁଜବଳଙ୍କ ଉପରେ  ଚୌବନ ବାବା ରାଗ ରଖିଥିଲା ।

ଚୌବନ କାଳିପୂଜା ରାତିରେ ଭୁଜବଳଙ୍କୁ ହତ୍ୟା କରି କୂଅରେ ଫିଙ୍ଗିଦେଇଥିଲା । ପରଦିନ ଭୁଜବଳଙ୍କ ମୃତଦେହ ଉଦ୍ଧାର କରିଥିଲା କଣ୍ଟାବାଂଜି ପୋଲିସ । ପୋଲିସ ଘଟଣାର ତଦନ୍ତ କରି ଚୌବନଙ୍କ ୨ସହଯୋଗୀ ପୁରୁଷୋତ୍ତମ ମାଝି ଓ ମୋହନ ଭୋଇଙ୍କୁ ଅଟକ ରଖିଥିଲା । ପଲିଗ୍ରାଫ ଟେଷ୍ଟ ପରେ ମିଳିଥିବା ବିଭିନ୍ନ ତଥ୍ୟରୁ ହତ୍ୟା ଘଟଣାର ସୁରାକ ପାଇଥିଲା ପୋଲିସ । ଚୌବନ ହିଁ ହତ୍ୟା ଘଟଣାର ମାଷ୍ଟରମାଇଣ୍ଡ ବୋଲି ପ୍ରେସମିଟରେ ସୂଚନା ଦେଇଛନ୍ତି ବଲାଙ୍ଗୀର ଏସପି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.