କଣ୍ଟାବାଞ୍ଜିରେ ଭାରତ ବନ୍ଦକୁ ସମର୍ଥନ କଲେନି ବ୍ୟବସାୟୀ, ପିକେଟିଂ ବେଳେ ଆନ୍ଦୋଳନକାରୀଙ୍କ ସହ ମୁହାଁମୁହିଁ

Published By : Prameya-News7 Bureau | September 27, 2021 IST

କଣ୍ଟାବାଞ୍ଜି, ୨୭।୦୯ : କେନ୍ଦ୍ର ସରକାରଙ୍କ କୃଷି ଆଇନ ପ୍ରତ୍ୟାହାର ଦାବି ନେଇ ସୋମବାର ସଂଯୁକ୍ତ କିଷାନ ମୋର୍ଚ୍ଚ ଭାରତ ବନ୍ଦ ଡାକରା ଦେଇଛି । ବନ୍ଦ ଡାକରାକୁ କଣ୍ଟାବାଞ୍ଜି ସିପିଆଇ, ଅଲ ଇଣ୍ଡିଆ ଫରୱାର୍ଡ଼ ବ୍ଲକ ନିଜର ସମର୍ଥନ ଜଣାଇ ଆନ୍ଦୋଳନକୁ ଉଲ୍ଲାଇଛି । ଦୁଇ ସଂଗଠନର ସଦସ୍ୟମାନେ ସ୍ଥାନୀୟ ଇନ୍ଦିରା ଛକ ଠାରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ନାରାବାଜି ମଧ୍ୟ କରିଛନ୍ତି ।

ତେବେ ଏହି ବନ୍ଦ ପାଳନକୁ କଣ୍ଟାବାଞ୍ଜି ବ୍ୟବସାୟୀ ସମର୍ଥନ କରିନଥିବା କହିଛନ୍ତି । ବ୍ୟବସାୟୀମାନେ ନିଜ ଦୋକାନ ଖୋଲିବାକୁ ଜିଦ୍ ଧରିଥିବା ବେଲେ ଆନ୍ଦୋଳନକାରୀ ଦୋକାନ ବନ୍ଦ କରିବାକୁ ଦାବି କରିଥିଲେ ।  ଆନ୍ଦୋଳନକାରୀ ଏବଂ ବ୍ୟବସାୟୀ ନିଜ ନିଜ ଜିଦରେ ଅଟଳ ଥିବା ବେଳେ କିଛି ସମୟ ମୁହାଁମୁହିଁ ହୋଇଥିଲେ । ସେଠାରେ ପୂର୍ବରୁ ଉପସ୍ଥିତ ଥିବା ଥାନା ଅଧିକାରୀ ଏବଂ ଅନ୍ୟ ପୋଲିସ କର୍ମଚାରୀ ସ୍ଥିତି ଶାନ୍ତ କରିବାକୁ ଚେଷ୍ଟା କରିଥିଲେ ।

ସୋମବାର ହେଉଛି କଣ୍ଟାବାଞ୍ଜି ସାପ୍ତାହିକ ବଜାର । ବଜାରକୁ ନିର୍ଭର କରି ପଡୋଶୀ ରାଜ୍ୟ ଛତିଶଗଡ଼ ସହ ଆଖ ପାଖ ଅଞ୍ଚଳର ଲୋକ ନିର୍ଭର କରିଥାନ୍ତି । ଦୁଇ ଦିନ ପରେ ପୁଅ ଜୀଉତିଆ ତେଣୁ ଆଜି ତିହାରି ବଜାର ବସିଛି । ଏହି ବଜାରକୁ ଆନ୍ଦୋଳନକାରୀମାନେ କାହିଁକି ବନ୍ଦ କଲେ ନାହିଁ ଓ ସହରରେ ଦୋକାନ ସବୁ ବନ୍ଦ କରୁଛନ୍ତି ବୋଲି ବ୍ୟବସାୟୀମାନେ ପ୍ରଶ୍ନ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.